ଶ୍ରୀଲଙ୍କାକୁ ଫାଇନାଲରେ ହରାଇ ୮ମ ଥର ପାଇଁ ଏସିଆ କପ ଚମ୍ପିୟାନ ବନିଲା ଟିମ ଇଣ୍ଡିଆ, ପଢନ୍ତୁ ପୁରା ଖବର

ବ୍ୟୁରୋ ନ୍ୟୁଜ: ଭାରତୀୟ ଅଣ୍ଡର-୧୯ ଟିମ ୮ମ ଥର ଏସିଆ କପ ଫାଇନାଲ ଜିତିଯାଇଛି। ଶୁକ୍ରବାରକୁ ଖେଳାଯାଇଥିବା ଫାଇନାଲରେ ଭାରତୀୟ ଟିମ ଶ୍ରୀଲଙ୍କାକୁ ଡ଼କବର୍ଥ ଲୁଇସ ନିୟମରେ ୯ ୱିକେଟରେ ହରାଇଛି। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଙ୍ଗ କରି ୯ ୱିକେଟ ହରାଇ ୧୦୬ ରନ କରିଥିଲା।କିନ୍ତୁ ଡ଼କବର୍ଥ ନିୟମ ଅନୁସାରେ ଭାରତୀୟ ଟିମକୁ ୧୦୨ର ଟାର୍ଗେଟ ମିଳିଥିଲା। ଭାରତୀୟ ଟିମ ଏହି ଟାର୍ଗେଟକୁ ୨୧.୩ ଓଭରରେ ଗୋଟେ ୱିକେଟ ହରାଇ ହାସଲ କରିଦେଇଥିଲା। ମ୍ୟାଚରେ ବାମହାତୀ ସ୍ପିନର ବିକ୍କୀ ଓସ୍ତଵାଲା ସୁନ୍ଦର ବୋଲିଙ୍ଗ କରି ୮ ଓଭରରେ ମାତ୍ର ୧୧ ରନ ଦେଇ ତିନୋଟି ୱିକେଟ ଅକ୍ତିଆର କରିଥିଲେ। ଅଫ ସ୍ପିନର କୌସଲ ତାମ୍ବେ ଦୁଇଟି ୱିକେଟ ନିଜ ନାମରେ ନାମିତ କରିଥିଲେ। ଏହା ପୂର୍ବରୁ ସେମି ଫାଇନାଲରେ ଭାରତ ବଙ୍ଗଳାଦେଶକୁ ହରାଇ ଓ ଶ୍ରୀଲଙ୍କା ପାକିସ୍ତାନକୁ ହରାଇ ଫାଇନାଲରେ ପହଁଚିଥିଲେ। ବର୍ଷା କାରଣରୁ ମ୍ୟାଚକୁ ୩୮-୩୮ ଓଭରର କରାଯାଇଥିଲା।

Google

ଲକ୍ଷର ପିଛା କରିବାକୁ ଓହ୍ଲାଇଥିବା ଭାରତୀୟ ଅଣ୍ଡର-୧୯ ଟିମର ଆରମ୍ଭ ଭଲ ରହିନଥିଲା। ଓପନର ହରନୁର ସିଂହ ମାତ୍ର ୫ ରନ କରି ଆଇଟ ହୋଇଯାଇଥିଲେ। ଟିମ ୮ ରନରେ ଗୋଟେ ୱିକେଟ ହରାଇଦେଇଥିଲା। ଏହା ପରେ ଅଙ୍ଗାକ୍ରିସ ରଘୁବସି(୫୬*) ଓ ଶେଖ ରସିଦ(୩୧*) ଟିମକୁ ଆଉ ଝଟକା ଲାଗିବାକୁ ଦେଇନଥିଲେ।ରଘୁଵଂସି ୬୭ ବଲର ସାମ୍ନା କରିଥିଲେ ଓ ୭ ଟି ଚୌକା ମାରିଥିଲେ। ସେହିପରି ରସିଦ ୪୯ ବଲର ସାମ୍ନା କରିଥିଲେ ଓ ଦୁଇଟି ଚୌକା ମାରିଥିଲେ। ଟିମ ଲଗାତର ତୃତୀୟ ଥର ଟ୍ରଫି ଜିତିଲା।

୬ ଟି ଖେଳାଳି ଦୁଇ ଅଙ୍କ ପର୍ଯ୍ୟନ୍ତ ପହଁଚିପାରିନଥିଲେ:ମ୍ୟାଚରେ ଶ୍ରୀଲଙ୍କା ଟିମ ଟଚ ଜିତି ପ୍ରଥମେ ବ୍ୟାଟିଙ୍ଗ କରିଥିଲା କିନ୍ତୁ ଟିମର ଆରମ୍ଭ ବହୁତ ଖରାପ ରହିଥିଲା। ଟିମ ୪୭ ରନରେ ୫ ଟି ୱିକେଟ ହରାଇଦେଇଥିଲେ।ଶ୍ରୀଲଙ୍କାର ସ୍କୋର ୩୩ ଓଭରରେ ୭ ୱିକେଟରେ ୭୪ରନ ଥିଲା। ଏହା ପରେ ବର୍ଷା କାରଣରୁ ମ୍ୟାଚ କିଛି ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ଥିଲା। ଏହା ପରେ ମ୍ୟାଚକୁ ୩୮-୩୮ ବିଶିଷ୍ଟ କରିଦିଆଗଲା। ଶ୍ରୀଲଙ୍କାର ୬ ଟି ଖେଳାଳି ଦୁଇ ଅଙ୍କ ଛୁଇଁପାରିଲେ ନାହିଁ। ୧୦ ତମ ବ୍ୟାଟ୍ସମ୍ୟାନ ବ୍ୟାଟ୍ସମ୍ୟାନ ୟାଶୀର ରୋଡିଗୋ ସବୁଠୁ ଅଧିକ ୧୯ ରନ କରିଥିଲେ।

ଟିମ କେବେ ଫାଇନାଲରେ ହାରିନାହିଁ: ଏହା ଟୁର୍ଣ୍ଣାମେଣ୍ଟର ୯ମ ସିଜନ ଅଟେ। ଭାରତୀୟ ଅଣ୍ଡର-୧୯ ଟିମ ୮ମ ଥର ଫାଇନାଲରେ ପହଁଚିଛି ଓ ସବୁ ଥର ଫାଇନାଲ ଜିତିଛି। ଏହା ପୂର୍ବରୁ ୭ ଥର ଫାଇନାଲରେ ଭାରତ ୪ ଥର ଶ୍ରୀଲଙ୍କାକୁ ହରାଇଛି। ମାନେ ୫ ଥର ଟିମ ଫାଇନାଲରେ ଶ୍ରୀଲଙ୍କାକୁ ହରାଇଛି। ଥରେ ପାକିସ୍ତାନକୁ ହରାଇଛି, ଥରେ ବଙ୍ଗଳାଦେଶକୁ ହରାଇଛି। ୨୦୧୨ରେ ଫାଇନାଲ ଟାଇ ହେବାଦ୍ଵାରା ଦୁହିଁଙ୍କୁ ବିଜେତା ଘୋଷଣା କରାଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *