ଭାରତୀୟ ଦଳ କିଛି ଦିନ ହେବ ଜବରଦସ୍ତ ଫର୍ମରେ ଅଛି। ରୋହିତଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ କରୁଛି ଦମଦାର ପ୍ରଦର୍ଶନ। ତେବେ ଏସିଆ କପରେ ଭାରତ ଛଡା ଅନ୍ୟ ଦେଶ ବି ଅଛନ୍ତି। ଭାରତ ଏହି ଏସିଆ କପ ଜିତିବାରେ ଅଟେ ପ୍ରବଳ ଦାବିଦାର।

ବ୍ୟାଟିଂ ଲାଇନଅପ: ଭାରତୀୟ ଦଳରେ ଅଛି ଜବରଦସ୍ତ ବ୍ୟାଟିଂ ଲାଇନଅପ। କ୍ୟାପଟେନ ରୋହିତଙ୍କ ଓପ୍ନର ଭାବେ ଖେଳିବା ପାଇଁ ଲାଗିଛି ଲାଇନ। କେ ଏଲ ରାହୁଲ ଯିଏକି ଜଣେ ଆକର୍ଷଣୀୟ ଖେଳାଳି ଭାବରେ ଜଣା ଯାଆନ୍ତି ସେ ଅଛନ୍ତି। ତାଙ୍କ ଛଡା ଜବରଦସ୍ତ ବ୍ୟାଟ୍ସମାନ ଇଶାନ କିଷାନ ବି ଅଛନ୍ତି। ତେବେ ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ତ ସୁନ୍ଦର ବ୍ୟାଟିଂ କରି ନିଜ ସ୍ଥାନକୁ ମଝଭୁତ କରିଛନ୍ତି ସୂର୍ଯ୍ୟ କୁମାର ଯାଦବ।
ତେବେ କିଏ କରିବ ରୋହିତଙ୍କ ସହ ଓପନ? ତେବେ ଯଦି ଏସିଆ କପରେ ରାହୁଲ ଖେଳନ୍ତି ତେବେ ସେ ହୁଏତ ଓପନ କରିବାର ଦାୟିତ୍ୱ ନିର୍ବାହ କରିପାରନ୍ତି। ସେ IPL ରେ LSG ପକ୍ଷରୁ ବି ଓପନ କରୁଥିଲେ।

ମିଡ଼ିଲ ଅର୍ଡର: ମିଡ଼ିଲ ଅର୍ଡର ଭାରତର ଅଛି ମଝଭୁତ। ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ(ଯଦି ଓପନ ନ କଲେ) , ଋଷଭ ପନ୍ତଙ୍କ ଭଳି ଖେଳାଳି ଅଟନ୍ତି। ଯିଏକି କୌଣସି ବିପକ୍ଷ ବୋଲରଙ୍କ ବଲକୁ ଜବରଦସ୍ତ ବ୍ୟାଟିଂ କରିବାର କ୍ଷମତା ରଖନ୍ତି।
ଫିନିସର: ଦୁଇ ଅଲରାଉଣ୍ଡର ଅର୍ଥାତ ହାର୍ଦିକ ପାଣ୍ଡ୍ୟା ୱେବ ରବୀନ୍ଦ୍ର ଜାଡେଜା ଏହି ଲିଷ୍ଟରେ ଅଛନ୍ତି। ତାଙ୍କ ଛଡା ଯଦି ଅକ୍ସର ପଟେଲ ଖେଳିଲେ ତେବେ ସେ ବୁ ଫିନିସର ଦାୟିତ୍ୱ ତୁଲାଇପାରନ୍ତି। ଦିନେସ କାର୍ତ୍ତିକ ଖେଳିଲେ ଦଳର ଫିନିସର ରାଉଣ୍ଡ ଜବରଦସ୍ତ ହୋଇଯିବ।

ବୋଲିଂ ଲାଇନ: ଯଶପ୍ରୀତ ବୁମରା ସାଙ୍ଗକୁ ଭୁବନେଶ୍ୱର କୁମାର, ଏହି ଯୋଡି କୌଣସି ବି ଟିମ ବିରୁଦ୍ଧରେ ଦମଦାର ବୋଲିଂ କରିବାର କ୍ଷମତା ରଖନ୍ତି। ୟୁଜି ଚାହଲ ବି ସ୍ପିନ ବିଭାଗରର ଅଛନ୍ତି ତାଙ୍କ ସହ ରହିପାରନ୍ତି ଆର ଅଶ୍ୱିନୀ। ପାଣ୍ଡ୍ୟା ବି ବୋଲିଂ କରିପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।