ଏସିଆ କପ ପାଇଁ ଭାରତୀୟ ଟିମରେ ଶ୍ରେୟସ ଅୟରଙ୍କୁ ଟିମରେ ସାମିଲ ନ କରି ଭାରତୀୟ ଦଳର ଚୟନକର୍ତ୍ତା ଉପରେ ଏବେ ବଡ଼ ବାଦଲ ଘେରି ଚାଇଛି। ଏହା ଏଇଥିପାଇଁ ପାଇଁ କାରଣ ୨୦୨୨ ରେ ଶ୍ରେୟସ ଭାରତୀୟ ଟିମର ସବୁଠାରୁ ଅଧିକ ରନ କରିବା ପ୍ଲେୟର ମାନଙ୍କ ତାଲିକାରେ ଅଛନ୍ତି। ଏହା ବିସିସିଆଇ ଏବଂ ଭାରତୀୟ ଚୟନକର୍ତ୍ତା କମିଟିର ପରଦାକୁ ମଧ୍ୟ ଉଠାଇ ଦେଇଛି ଯେଉଁଥିରେ ଏମାନେ ଅଲଗା ଅଲଗା ଖେଳାଳି ପାଇଁ ଅଲଗା ଅଲଗା ଚୟନ ନୀତି ଆପଣେଇଥାନ୍ତି।

ବିସିସିଆଇର ବୟସ୍କ ଟିମ ଯେତେବେଳେ ଏସିଆ କପ ପାଇଁ ଟିମ ଚୟନ କରିଛନ୍ତି ସେହି ଚୟନକୁ ନେଇ ଏବେ ବିବାଦ ଦେଖା ଦେଇଛି। ଚୟନକର୍ତ୍ତା ମାନେ ଶ୍ରେୟସଙ୍କ ସହିତ ଏମିତି କିଛି କରିଛନ୍ତି ଯାହା ତାଙ୍କର ପ୍ରଶଂସକଙ୍କୁ ପସନ୍ଦ ଆସିନାହିଁ। କାରଣ ଅୟରଙ୍କୁ ଏକ ବଡ ଟୁର୍ଣ୍ଣାମେଣ୍ଟରୁ ବାହାର କରାଯାଇଛି। ଏହି ଏହି ସମୟରେ ହେଇଛି ଯେଉଁ ସମୟରେ ସେ ଟିମ ଇଣ୍ଡିଆର ସବୁଠାରୁ ଅଧିକ ରନ କରିଥିବା ଖେଳାଳି।
୨୦୨୨ ଶ୍ରେୟସଙ୍କ ପାଇଁ ସବୁଠାରୁ ଭଲ ରହିଛି ସେ ୧୪ ଟି ମ୍ୟାଚ ଖେଳି ସମୁଦାୟ ୪୪୯ ରନ କରିଛନ୍ତି। ଏହି ସମୟରେ ମଧ୍ୟ ତାଙ୍କର ରନ ରେଟ ମଧ୍ୟ ୧୪୨ ରୁ ଅଧିକ ରହିଛି। ଶ୍ରେୟସଙ୍କୁ ଛାଡି ଅନ୍ୟ ଯେଉଁ ଖେଳାଳି ମାନଙ୍କର ଚୟନ କରାଯାଇଛି ସେମାନେ ଶ୍ରେୟସଙ୍କ ଆଗରେ ଜମାରୁ ବି ଛିଡା ହେବାରେ ସକ୍ଷମ ନୁହନ୍ତି।
Its so disappointing shreyas not in asia cup squad and he may miss in t20 World cup squad but still i will wait for his greatest form ever and domination in cricket like virat , kl & rohit , he is all format player and will prove everyone wrong #ShreyasIyer #iyer #bcci #cricket
— Yugansh Chhabra (@YuganshChhabra) August 9, 2022
ଯେଉଁ ପିଲା ମାନଙ୍କର ନାମ ଘୋଷଣା କରାଯାଇଛି ସେମାନଙ୍କ ମଧ୍ୟରେ ପ୍ରଥମ ନାମ ଆସୁଛି ବିରାଟ କୋହଲିଙ୍କ ତାପରେ ଆସୁଛି ରାହୁଲଙ୍କର,ଆଉ ଶେଷରେ ଆସୁଛନ୍ତି ଦୀପକ ହୁଡ୍ଡା।
ଯେଉଁ ମାନଙ୍କର କି ଏବେ ପ୍ରଦର୍ଶନ ଶ୍ରେୟସଙ୍କ ଠାରୁ ଖରାପ ରହିଛି। ଏହିପରି ଶ୍ରେୟସଙ୍କୁ ମଧ୍ୟ ୨୦୨୧ ରେ ହୋଇଥିବା ଟି-୨୦ ବିଶ୍ୱକପ ରେ ମଧ୍ୟ ସାମିଲ କରାଯାଇ ନ ଥିଲା। ସେ ତାଙ୍କର ଆଘାତରୁ ଅଗଷ୍ଟ ସୁଦ୍ଧା ମୁକ୍ତ ହୋଇଥିଲେ ମଧ୍ୟ ସେପ୍ଟେମ୍ବରରେ ହୋଇଥିବା ବିଶ୍ୱକପ ଟିମରେ ତାଙ୍କୁ ସାମିଲ କରାଯାଇନଥିଲା। ଏହି ସମୟରେ ଚୟନକର୍ତ୍ତା ମାନେ ରାହୁଲକୁ ସିଧା ତାଙ୍କ ଆଘାତରୁ ମୁକ୍ତ ହେବା ପରେ ବିନା ମ୍ୟାଚ ଖେଳିବା ଆଗରୁ ଏସିଆ କପ ଟିମରେ ସାମିଲ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।