ବ୍ୟୁରୋ ରିପୋର୍ଟ: ଏସିଆ କପ ୨୦୨୨ର ଆରମ୍ଭ ଓଲଟା ହେଇଛି, କାରଣ ଗ୍ରୁପ ବିରେ ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ବଙ୍ଗଳାଦେଶକୁ ହରାଇ ସୁପର ୪ ରେ ପହଁଚିଯାଇଛି। ଏବେ ଗ୍ରୁପ ବିର ଶେଷ ମ୍ୟାଚ ୧ ସେପ୍ଟେମ୍ବରକୁ ଶ୍ରୀଲଙ୍କା ଓ ବଙ୍ଗଳାଦେଶ ମଧ୍ୟରେ ହେବ ଓ ଏହି ମ୍ୟାଚକୁ ଜିତିବା ଵାଲା ଟିମ ସୁପର ୪ ରେ ପହଁଚିବା। ହାରିବା ୱାଲା ଟିମ ବାହାର ହୋଇଯିବ। ରେକର୍ଡ ଦେଖିବା ତ ଏସିଆ କପରେ ଶ୍ରୀଲଙ୍କାର ରେକର୍ଡ ଭଲ ରହିଛି। ଏହା ଏସିଆ କପର ୧୫ ତମ ସିଜନ ଓ ଶ୍ରୀଲଙ୍କା ଟିମ ୫ଟି ଟ୍ରଫି ଜିତିଛି।କିନ୍ତୁ ବଙ୍ଗଳାଦେଶ ଏବେ ମଧ୍ୟ ପ୍ରଥମ ଟ୍ରଫିର ଅପେକ୍ଷାରେ ଅଛି।

ଶ୍ରୀଲଙ୍କାର କଥା କହିବା ତ ଆଫଗାନିସ୍ତାନ ବିରୁଦ୍ଧରେ ଅସଫଳ ରହିଥିଲା କାରଣ ଟପ ୬ ବ୍ୟାଟ୍ସମ୍ୟାନ ମାତ୍ର ୬୦ ରନରେ ଆଉଟ ହୋଇଥିଲେ। ଭାନୁକା ରାଜପକ୍ଷେ ୩୮ ଓ କରୁଣାରତନେ ୩୧ ରନ କରି ଟିମର ସ୍କୋର ୧୦୦ ରନ ପାର କରାଇଥିଲେ। ପୁରା ଟିମ ୧୯.୪ ଓଭରରେ ୧୦୫ ରନରେ ଅଲଆଉଟ ହୋଇଯାଇଥିଲା। ଆଫଗାନିସ୍ତାନ ଲକ୍ଷ୍ୟକୁ ୧୦.୧ ଓଭରରେ ୨ ୱିକେଟହରାଇ ହାସଲ କରିନେଇଥିଲା। କେବଳ ହସରଙ୍ଗା ୩ ଓଭରରେ ୧୯ ରନ ଦେଇ ଗୋଟେ ୱିକେଟ ନେଇଥିଲେ।
ବଙ୍ଗଳାଦେଶ କରିଥିଲାସଂଘର୍ଷ:
ବଙ୍ଗଳାଦେଶ ମଧ୍ୟ ଆଫଗାନିସ୍ତାନ ବିରୁଦ୍ଧରେ ବଡ଼ ସ୍କୋର କରିପାରିନଥିଲା ଓ ପ୍ରଥମେ ବ୍ୟାଟିଙ୍ଗ କରି ୭ ୱିକେଟ ହରାଇ ୧୨୭ ରନ କରିଥିଲା। ମୋସାଡ଼େକ ହୁସେନ ୪୮ ରନର ନଟଆଉଟ ପାରି ଖେଳି ଟିମକୁ ସଂଘର୍ଷପୂର୍ଣ୍ଣ ସ୍କୋର ପର୍ଯ୍ୟନ୍ତ ପହଁଞ୍ଚାଇଥିଲେ। ବୋଲର ସାକୀବ ଅଲ ହସନ ୪ ଓଭରରେ ୧୩ ରନ ଦେଇ ଗୋଟେ ୱିକେଟ ନେଇଥିଲେ। ଶ୍ରୀଲଙ୍କା ବିରୁଦ୍ଧରେ ବଙ୍ଗଳାଦେଶ ବଡ଼ ସ୍କୋର କରିବାକୁ ଚାହିଁବ।

ଦୁଇ ଟିମ ଏହି ପ୍ରକାର ଅଟେ:
ଶ୍ରୀଲଙ୍କା:ଦାସୁନ ସନକା(ଅଧିନାୟକ),ଦନୁଷ୍କା ଗୁଣଥିଲକା,ପଥୁମ ନିଶାଙ୍କା,କୁସଲ ମେଣ୍ଡିସ,ଚରିତ ଅସଲଂଙ୍କା,ଭାନୁକା ରାଜପକ୍ଷେ,ଆସେନ ବଣ୍ଡାରା,ଧନଞ୍ଜୟ ଡି ସିଲଭା,ୱାନିନ୍ଦୁ ହସରଂଙ୍ଗା,ମହେଶ ତୀକ୍ଷଣା,ଜେଫରି ବେଂଣ୍ଡରେସ,ପ୍ରବୀଣ ଜୟବିକ୍ରମା,ଚମିକା କରୁଣାରତନେ,ଦିଲସାନ ମଧୁସନକା,ମଥହିସା ପଥୀରାନା,ନୁବାନିଡୁ ଫନାଡୋ,ଦିନେସ ଚନ୍ଦିମାଲ।
ବଙ୍ଗଳାଦେଶ:ସାକୀବ ଅଲ ହାସନ(ଅଧିନାୟକ),ଅନାମୂଲ ହକ,ମୁସାଫିକୁର ରହିମ,ଅଫିଫ ହୁସେନ,ମହମ୍ମଦହୁଲ୍ଲାମହେଦି ହସନ,ମହମ୍ମଦ ସେଫୁଦିନ,ମୁସ୍ତଫିଜୁର ରହମାନ,ନସୁମ ଅହମ୍ମଦ,ସବୀର ରହମାନ,ମେହଦି ହସନ ମିରାଜ,ପରବେଜ ହୁସେନ ଏମୋନ,ତସ୍କିନ ଅହମ୍ମଦ,ମହମ୍ମଦ ନଇମ।