ଏସିଆ କପ ୨୦୨୨ ର ପ୍ରଥମ ମ୍ୟାଚ ଶେଷ ହୋଇଯାଇଛି। ପ୍ରଥମ ମ୍ୟାଚ ଆଫଗାନିସ୍ତାନ ସହିତ ଶ୍ରୀଲଙ୍କାର ଥିଲା ଯେଉଁଥିରେ ଶ୍ରୀଲଙ୍କାକୁ ପରାସ୍ତ କରିଦେଇଛି ଆଫଗାନିସ୍ତାନ। ବିଜୟର ସହ ଅଭିଯାନ ଆରମ୍ଭ କରିଛି ଆଫଗାନିସ୍ତାନ। ଶ୍ରୀଲଙ୍କା ଆଗ ବ୍ୟାଟିଂ କରି ୧୦୫ ରନ କରିଥିଲା ଜବାବରେ ଆଫଗାନିସ୍ତାନ ୧୦୬ କରି ଏହି ମ୍ୟାଚ ନିଜ ନାମରେ ନାମିତ କରିବାରେ ସକ୍ଷମ ହୋଇଯାଇଛି।

ଶ୍ରୀଲଙ୍କା ପକ୍ଷରୁ ଗୁଣତିଲକା ୧୭, ରାଜପକ୍ଷ ୩୮,କରୁଣାରତନେ ୩୧ କରିଥିଲେ। ଆଉ କେଉଁ ବ୍ୟାଟ୍ସମାନ ୧୦ ରନ ଉପରକୁ କରି ପାରିନଥିଲେ। ଶ୍ରୀଲଙ୍କାର ବ୍ୟାଟିଂ ଆଗରେ ଆଫଗାନିସ୍ତାନର ବୋଲିଂର ପ୍ରଭାବ ଥିଲା ଅଧିକ ଏହି ମ୍ୟାଚରେ। ଆଫଗାନିସ୍ତାନ ପକ୍ଷରୁ ଫାରୁକି ୩ଟି, ମୁଯିବ ୨ଟି, ନବୀ ୨ଟି,ନଭିନ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ। ରସିଦ ଖାନ କୌଣସି ୱିକେଟ ଅକ୍ତିଆର କରିପାରିନଥିଲେ ହେଲେ ସେ ଆକର୍ଷଣୀୟ ବୋଲିଂ କରିଥିଲେ। ସେ ୪ ଓଭର ବୋଲିଂ କରି ୧୨ ରନ ଦେଇଥିଲେ।
ତେବେ ଆଫଗାନିସ୍ତାନ ଶ୍ରୀଲଙ୍କାର ଏହି ଲକ୍ଷ୍ୟକୁ ୨ଟି ୱିକେଟ ହରାଇ ହାସଲ କରିନେଇଥିଲା। ଆଫଗାନିସ୍ତାନର ବ୍ୟାଟ୍ସମାନ ଗୁରବାଜ ୧୮ ବଲରେ ୪୦ କରିଥିଲେ। ସେ ୩ଟି ଚୌକା ଓ ୪ଟି ଛକା ଲଗାଇଥିଲେ। ତାଙ୍କର ଷ୍ଟ୍ରାଇକ ରେଟ ଥିଲା ପାଖାପାଖି ୨୨୨.୨୨। ତାଙ୍କୁ ହସରଙ୍ଗା ଆଉଟ କରିଥିଲେ। ଜଯାଇ ୨୮ ବଲରେ ୩୭ କରି ନଟ ଆଉଟ ଥିଲେ । ସେ ୫ଟି ଚୌକା ଓ ଗୋଟିଏ ଛକା ଲଗାଇଥିଲେ। ଜରଦାନ ୧୫ କରିଥିଲେ। ନଯିବୁଲାହ ୨ କରିଥିଲେ।

ଶ୍ରୀଲଙ୍କା ପକ୍ଷରୁ ଗୋଟିଏ ୱିକେଟ ହସରଙ୍ଗା ନେଇଥିବା ବେଳେ ଏବଂ ଆଉ ଏକ ୱିକେଟ ରନ ଆଉଟ ହୋଇଥିଲା।ଏହି ମ୍ୟାଚରେ ଆଫଗାନିସ୍ତାନ ବିଜୟ ହୋଇଛି।