ଏସିଆ କପର ଏକ ରୋମାଞ୍ଚକଭରା ମ୍ୟାଚରେ ବଙ୍ଗଳାଦେଶକୁ ହରାଇ ଆଫଗାନିସ୍ତାନ ପ୍ରଥମ ଟିମ ଭାବେ TOP-4 ରେ କରିଛି ପ୍ରବେଶ।ଆଗ ବ୍ୟାଟିଂ କରି ବାଂଲାଦେଶ ୭ ୱିକେଟ ହରାଇ କରିଥିଲା ୧୨୭ ରନ ଜବାବରେ ଆଫଗାନିସ୍ତାନ ୩ ୱିକେଟ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଥିଲା।

ବଙ୍ଗଳାଦେଶ ପକ୍ଷରୁ ନମିମ ୮ ବଲରେ ୬ ରନ କରିଥିଲେ। ଅନାମୁଲ ୫ କରିଥିଲେ। ସାକିବ ୧୧ କରି ହୋଇଯାଇଥିଲେ ଆଉଟ। ମୁସଫିକୁର ୧ ରନ କରି ଆଉଟ ହୋଇଯାଇଥିଲେ।
ଏହି ମ୍ୟାଚରେ ପ୍ରଥମେ ଜବରଦସ୍ତ ବୋଲିଂ କରିଥିଲେ ଆଫଗାନିସ୍ତାନର ବୋଲର ପରେ ବାଂଲାଦେଶ ବୋଲର ବି ଭଲ ବୋଲିଂ କରିଥିଲେ ହେଲେ ଆଫଗାନିସ୍ତାନ ଏହି ମ୍ୟାଚ ଶେଷ ଓଭରରେ ଗୁଡିକରେ ଜବରଦସ୍ତ ବ୍ୟାଟିଂ କରି ଜିତିଯାଇଥିଲା।

ବଙ୍ଗଳାଦେଶ ପକ୍ଷରୁ ମହମ୍ମଦୁଲହା ୨୫ କରିଥିବା ବେଳେ ମୋସାଡେକ ୪୮ କରିଥିଲେ। ଆଫଗାନିସ୍ତାନ ପକ୍ଷରୁ ମୁଯିବ ୩ଟି ଓ ରାଶିଦ ଖାନ ୩ଟି ୱିକେଟ ଅକ୍ତିଆର କରିଥିଲେ।
ଆଫଗାନିସ୍ତାନର ଓପ୍ନର ଏତେ କିଛି ଖାସ ପ୍ରଦର୍ଶନ କରିନଥିଲେ ବି ମିଡ଼ିଲ ଅର୍ଡରର ଜୋରଦାର ବ୍ୟାଟିଂ ବଳରେ ଏହି ମ୍ୟାଚ ଜିତିଥିଲା ଆଫଗାନିସ୍ତାନ। ଇବ୍ରାହିମ ୪୧ ବଲରେ ୪୨ କରିଥିବା ବେଳେ ଜରଦାନ ୧୭ ବଲରେ ୪୩ କରିଥିଲେ। ସେ ୬ଟି ଛକା ଓ ଗୋଟିଏ ଚୌକା ଲଗାଇଥିଲେ। ତାଙ୍କର ଷ୍ଟ୍ରାଇକ୍ ରେଟ ଥିଲା ପାଖାପାଖି ୨୫୨.୯୪।

ବଙ୍ଗଳାଦେଶ ପକ୍ଷରୁ ସାକୀବ ଗୋଟିଏ, ମୋସାଡେକ ଗୋଟିଏ,ସୈଫୁଦିନ ଗୋଟିର ୱିକେଟ ନେଇଥିଲେ। ତେବେ ଭାରତର ଆଗାମୀ ମ୍ୟାଚ ହଙ୍ଗକଙ୍ଗ ସହ ଅଛି ଏହି ମ୍ୟାଚ ଭାରତ ଜିତିଲେ ମଧ୍ୟ TOP-4 ରେ କରିଯିବ ପ୍ରବେଶ।