ବ୍ୟୁରୋ ରିପୋର୍ଟ: ପୂର୍ଵ ଭାରତୀୟ କ୍ରିକେଟର ସବା କରିମ କହିଛନ୍ତି ରବିନ୍ଦ୍ର ଜାଡେଜା ଏସିଆ କପ ୨୦୨୨ରେ ପାକିସ୍ତାନ ବିରୁଦ୍ଧରେ ମହତ୍ତ୍ୱପୂର୍ଣ୍ଣ ପାରି ଖେଳି ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଟିମକୁ ଏକ ସୁନ୍ଦର ବିକଳ୍ପଦେଇଛନ୍ତି। ୨୮ ଅଗଷ୍ଟକୁ ପାକିସ୍ତାନ ବିରୁଦ୍ଧରେ ମ୍ୟାଚରେ ପାରିର ଅଷ୍ଟମ ଓଭରରେ ଅଧିନାୟକ ରୋହିତ ଆଉଟ ପରେ ଭାବେ ଜାଡେଜା ୪ ନମ୍ବରରେ ବ୍ୟାଟିଙ୍ଗ ପାଇଁ ଆସିଥିଲେ। ସେ ଶେଷ ଓଭର ପର୍ଯ୍ୟନ୍ତ ବ୍ୟାଟିଙ୍ଗ କରି ୨୯ ବଲରେ ୩୫ ରନ କରିଥିଲେ।

ତଗଡ଼ା ଫର୍ମରେ ଜାଡେଜା:
ସେ ପ୍ରଥମେ ସୂର୍ଯ୍ୟ କୁମାର ଯାଦବଙ୍କ ସହ ୩୬ ଓ ପରେ ପାଣ୍ଡ୍ୟାଙ୍କ ସହ ୫୨ ରନର ପାର୍ଟନରସିପ କରିଛନ୍ତି। ପାଣ୍ଡ୍ୟା ଶେଷ ଓଭରର ପ୍ରଥମ ବଲରେ ଯାଇ ଆଉଟ ହୋଇଥିଲେ ଓ ପାକିସ୍ତାନ ବିରୁଦ୍ଧରେ ଭାରତକୁ ବିଜୟ ପର୍ଯ୍ୟନ୍ତ ପହଁଞ୍ଚାଇ ଦେଇଥିଲେ ରହିଥିବା କାମ ପାଣ୍ଡ୍ୟା ପୁରା କରିଥିଲେ। ପାଣ୍ଡ୍ୟା ଦୁଇଟି ବଲ ଥାଇ ଭାରତକୁ ଛକା ଲଗାଇ ବିଜୟ ଦେଇଥିଲେ ଓ ଅନ୍ୟ ପଟେ ଦିନେସ କାର୍ତ୍ତିକ ଥିଲେ।
କରିମ ‘ସ୍ପୋର୍ଟସ ଅଫ ଦି ଟୋପ’ ରେ କହିଛନ୍ତି,”କମ ସେ କମ ଏସିଆ କପ ପାଇଁ ଭାରତୀୟ ଟିମ ଦିନେସ କାର୍ତ୍ତିକଙ୍କୁ ନେବାକୁ ପାଇସଲା କରିଛନ୍ତି ତେଣୁ ରବିନ୍ଦ୍ର ଜାଡେଜାଙ୍କୁ ଏହିପରି ବ୍ୟବହାର କରୁଛନ୍ତି”।

ମିଳିବ ନାହିଁ ପନ୍ତଙ୍କୁ ଜାଗା:
କରିମ ଜାଡେଜାଙ୍କୁ ପ୍ରଶଂସା କରିଛନ୍ତି ସେ ଜଣେ ବାମହାତୀ ସୁନ୍ଦର ବ୍ୟାଟ୍ସମ୍ୟାନ ରୂପରେ ପ୍ରଦର୍ଶନ କରୁଛନ୍ତି ଓ ଏହି କାରଣରୁ ପନ୍ତଙ୍କୁ ଜାଗା ନ ମିଳିପାରେ। ସେ ଏହା ମଧ୍ୟ କହିଛନ୍ତି ଜାଡେଜା ୪ ଓ ୫ ନମ୍ବରରେ ସୁନ୍ଦର ବ୍ୟାଟିଙ୍ଗ କରୁଛନ୍ତି ଓ ଆବଶ୍ୟକତା ପଡ଼ିଲେ ତାଙ୍କୁ ତଳକ୍ରମରେ ମଧ୍ୟ ବ୍ୟାଟିଙ୍ଗ ଦିଆଯାଇପାରିବି ଓ ସେ ଖେଳିପାରିବେ।।କରିବ ପନ୍ତଙ୍କ ଟି-୨୦ ରେକର୍ଡ ଉପରେ ମଧ୍ୟ ବୟାନ ଦେଇଛନ୍ତି।
ସୁନ୍ଦର ଫର୍ମରେ ଅଛନ୍ତି ପନ୍ତ:
କରିବ ପନ୍ତଙ୍କ ପ୍ରଶଂସା କରି ମଧ୍ୟ କହିଛନ୍ତି ପନ୍ତ ମଧ୍ୟ ପୂର୍ଵ କିଛି ସମୟରୁ ସୁନ୍ଦର ପ୍ରଦର୍ଶନ କରିଆସୁଛନ୍ତି। ସେ ଟେଷ୍ଟ ରେ ମଧ୍ୟ ଅନେକ ସୁନ୍ଦର ପାରି ଖେଳିଛନ୍ତି ଓ ଏକଦିବସିୟରେ ଇଂଲଣ୍ଡ ବିରୁଦ୍ଧରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। କିନ୍ତୁ ଏସିଆ କପରେ କାର୍ତ୍ତିକଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। କରିମ ଏହା ମଧ୍ୟ କହିଛନ୍ତି ମତେ ଆଶ୍ଚର୍ଯ୍ୟ ଲାଗିଲା ଦିନେସ କାର୍ତ୍ତିକଙ୍କୁ ପନ୍ତଙ୍କ ଜାଗାରେ ମୌକା ମିଳିଲା କାରଣ ଆମକୁ ଆଗକୁ ଦେଖିବାର ଆବଶ୍ୟକତା ଅଛି।