ବ୍ୟୁରୋ ରିପୋର୍ଟ: ଭାରତୀୟ କ୍ରିକେଟକୁ ଅନେକ ଆଗକୁ ନେଇଥିବା ବ୍ୟାଟ୍ସମାନ ହେଉଛନ୍ତି ବିରାଟ କୋହଲି। ହୁଏତ ସେ କିଛି ଦିନ ହେବ ତାଙ୍କର ପୂର୍ବ ଫର୍ମରେ ନାହାନ୍ତି ହେଲେ ଏହା ଭୁଲି ହେବ ନାହିଁ କି ଭାରତୀୟ କ୍ରିକେଟ ପ୍ରତି ତାଙ୍କର ଅବଦାନ କଣ। ସେ ଜଣେ ମ୍ୟାଚ ୱିନର, ସବୁ ପରିସ୍ଥିତିରେ ଖେଳିବାର ଶୈଳୀ ଅଛି ତାଙ୍କ ପାଖରେ। ସେ ଭାରତୀୟ ଦଳରେ ଅନେକ ମ୍ୟାଚ ବିଜୟୀ ପାରି ଖେଳିଛନ୍ତି। ସେ IPL ରେ RCB ଟିମରେ ଅଛନ୍ତି।

ତେବେ ଏସିଆ କପ ଆସୁଛି ଏବଂ ଭାରତର ପ୍ରଥମ ମ୍ୟାଚ ପାକିସ୍ତାନ ସହ ଅଛି। ବିରାଟ କୋହଲି ଏକ ଉପଲବ୍ଧି ହାସଲ କରିବାରେ ନିକଟତର ହୋଇଛନ୍ତି। ପାକିସ୍ତାନ ବିରୁଦ୍ଧରେ ସେ ଟି-୨୦ ଇଣ୍ଟରନ୍ୟାସନାଲ କ୍ରିକେଟରେ ପୂର୍ଣ୍ଣ କରିବେ ୧୦୦ ତମ ମ୍ୟାଚ।
ପାଖାପାଖି ୧ ମାସ ଧରି କୋହଲି ଆନ୍ତର୍ଜାତୀୟ ମ୍ୟାଚ ଖେଳିନାହାନ୍ତି। ପାକିସ୍ତାନ ବିରୁଦ୍ଧରେ କୋହଲିଙ୍କ ରେକର୍ଡ ଅତି ସୁନ୍ଦର ରହିଛି। କୋହଲି ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ୧୦୦ ତମ ମ୍ୟାଚ ପୂର୍ଣ୍ଣ କରିବାରେ ୧୪ ତମ ପ୍ଲେୟର ହୋଇପାରନ୍ତି। କୋହଲି ୯୯ ଟି T-20 ମ୍ୟାଚରେ ୩୩୦୮ ରନ କରିଛନ୍ତି। ତାଙ୍କର ଆଭରେଜ ୫୦.୧୨ ଅଛି।ଏହି ୯୯ ଟି ଟି-୨୦ ମ୍ୟାଚରେ ତାଙ୍କ ନାମରେ ଅଛି ୩୦ ଟି ଅର୍ଦ୍ଧ ଶତକ।

ତେବେ ଟିମ ଇଣ୍ଡିଆ ଏସିଆ କପ ଜିତିବାର ପ୍ରବଳ ଦାବିଦାର ଅଟେ। ଦଳରେ ଅନେକ ଖେଳାଳି ଭଲ ଫର୍ମରେ ଅଛନ୍ତି। ଦଳ ଅନେକ ସିରିଜ ଜିତିକି ଆସିଛି।