ଭାରତୀୟ ଦଳ ଏସିଆ କପ ପାଇଁ ପ୍ରସ୍ତୁତ ହୋଇ ସାରିଛି। ଏହି ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଂଟ ପାଇଁ ପନ୍ଦର ଜଣିଆ ଦଳ ଘୋଷଣା ହୋଇ ସାରିଛି। ଦଳରେ ବାମହାତୀ ସ୍ପିନର ରବୀନ୍ଦ୍ର ଜାଡେଜାଙ୍କ ବ୍ୟତୀତ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ,ଲେଗ ସ୍ପିନର ୟୁଜବେନ୍ଦ୍ର ଚାହଲ ଏବଂ ଯୁବ ବୋଲର ରବି ବିସ୍ନୋଇଙ୍କୁ ମୌକା ମିଳିଛି।

ୟୁଏଇର ପିଚ ସ୍ପିନ ବୋଲରଙ୍କ ପାଇଁ ଅନୁକୂଳ ଅଟେ। ସେଥିପାଇଁ ଏଠାକୁ ଚାରି ଜଣ ସ୍ପିନରଙ୍କୁ ନିଆ ଯାଇଛି। ଏହି ପିଚରେ ସମସ୍ତେ ଭଲ ପ୍ରଦର୍ଶନ କରିବା ପାଇଁ ଚାହିଁବେ। କାରଣ ପରବର୍ତ୍ତୀ ଟି-ଟ୍ୱେଣ୍ଟି ବିଶ୍ୱକପରେ ସ୍ଥାନ ପାଇବା ପାଇଁ ଏସିଆ କପରେ ଭଲ ପ୍ରଦର୍ଶନ କରିବା ନିହାତି ଜରୁରୀ ଅଟେ। ଏହି ଏସିଆ କପ୍ରେ ପାକିସ୍ତାନ, ବାଂଲାଦେଶ , ଆଫଗାନିସ୍ତାନ, ଶ୍ରୀଲଙ୍କା ମଧ୍ୟ ଖେଲିବାର ଅଛି।
ଟି-ଟ୍ୱେଣ୍ଟି ବିଶ୍ୱକପ ଅଷ୍ଟ୍ରେଲିଆରେ ଖେଳାଯିବାର ଅଛି। ତେଣୁ ଏଥିପାଇଁ ଦଳରେ ଦ୍ରୁତ ବୋଲରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିପାରେ। କାରଣ ଏହି ଭଳି ପିଚ ଦ୍ରୁତ ବୋଲରଙ୍କ ପାଇଁ ଅନୁକୂଳ ଅଟେ। ତେବେ ୧୫ ଜଣିଆ ସଦସ୍ୟ ବିଶିଷ୍ଟ ଦଳରେ ଅତି ବେଶୀରେ ତିନୋଟି ସ୍ପିନର ରହି ପାରିବେ। ଭାରତୀୟ ଦଳରେ ରବୀନ୍ଦ୍ର ଜାଡେଜାଙ୍କ ରହିବା ନିଶ୍ଚିତ ଅଟେ। ଏହାପରେ ୟୁଜବେନ୍ଦ୍ର ଚାହଲଙ୍କ ପ୍ରଦର୍ଶନ ମଧ୍ୟ ବହୁତ କମାଲ ରହିଛି। ତେଣୁ ଏଥି ମଧ୍ୟରେ ରବିଚନ୍ଦ୍ରନ ଅଶ୍ୱିନୀ ଏବଂ ରବି ବିସ୍ନୋଇଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିପାରେ। ତେବେ ଦଳ କାହାକୁ ଚୟନ କରିବା, ତାହା ଏସିଆ କପ ପରେ ଜଣା ପଡିବ।

ଅଲରାଉଣ୍ଡର ଅର୍ଥାତ ବାମହାତୀ ସ୍ପିନର ଅକ୍ସର ପଟେଲଙ୍କୁ ମଧ୍ୟ ବିଶ୍ୱକପ ଦଳରେ ଚୟନ କରାଯାଇ ପାରେ। ଏସିଆ କପରେ ସେ ଅତିରିକ୍ତ ଖେଳାଳି ଭାବରେ ସ୍ଥାନ ପାଇଛନ୍ତି। ପୂର୍ବତନ ଚୟନକର୍ତା କୃଷ୍ଣ ଶ୍ରୀକାନ୍ତ ଏବଂ ପୂର୍ବତନ ଭାରତୀୟ କ୍ରିକେଟର କିରଣ ମୋରେ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ଚୟନକୁ ନେଇ ପ୍ରଶ ଉଠାଇଛନ୍ତି।
ରବିଚନ୍ଦ୍ରନ ଅଶ୍ୱିନୀଙ୍କ ପାଖରେ ଅଭିଜ୍ଞତା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୫୪ ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳି ସେଥିରେ ୬୪ ଟି ୱିକେଟ ନେଇ ସାରିଛନ୍ତି। ମାତ୍ର ୮ ରନ ଦେଇ ୪ ଟି ୱିକେଟ ନେବା ତାଙ୍କ କ୍ୟାରିଅୟରର ସବୁଠାରୁ ଉତ୍ତମ ପ୍ରଦର୍ଶନ ରହିଛି। ପୂର୍ବରୁ ତାଙ୍କୁ ୱେଷ୍ଟ ଇଣ୍ଡିଜ ବିପକ୍ଷ ସିରିଜରେ ତାଙ୍କୁ ମୌକା ମିଳିଥିଲା। ସେ ଏହି ସିରିଜରେ ନିଜର ଭଲ ପ୍ରଦର୍ଶନ କରି ତିନୋଟି ୱିକେଟ ନେଇଥିଲେ।

୨୧ ବର୍ଷର ଯୁବ ଲେଗ ସ୍ପିନର ରବି ବିସ୍ନୋଇ ଅତି ସୁନ୍ଦର ବୋଲିଂର ପ୍ରଦର୍ଶନ କରିଛନ୍ତି। ସେ ୯ ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ୧୫ ଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଛନ୍ତି। ମାତ୍ର ୧୬ ରନରେ ୪ ଟି ୱିକେଟ ତାଙ୍କ କ୍ୟାରିୟର ସବୁଠାରୁ ଭଲ ପ୍ରଦର୍ଶନ ରହିଛି। ତାଙ୍କୁ ୱେଷ୍ଟ ଇଣ୍ଡିଜ ବିପକ୍ଷ ସିରିଜରେ ଖେଳିବାର ମୌକା ମିଳିଥିଲା ଏବଂ ସେ ସେଥିରେ ନିଜର ଜବରଦସ୍ତ ବୋଲିଂର ପ୍ରଦର୍ଶନ କରିଥିଲେ।
ସେହିପରି ବାମହାତୀ ସ୍ପିନର ଅକ୍ସର ପଟେଲ ୨୫ ଟି ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଂଟରେ ୨୧ ଟି ୱିକେଟ ନେଇ ସାରିଛନ୍ତି। ମାତ୍ର ୧୫ ରନରେ ୩ ଟି ୱିକେଟ ତାଙ୍କ କ୍ୟାରିୟରର ସବୁଠାରୁ ଭଲ ପ୍ରଦର୍ଶନ ରହିଛି। ୱେଷ୍ଟ ଇଣ୍ଡିଜ ବିପକ୍ଷ ସିରିଜରେ ସେ ଦୁଇଟି ମ୍ୟାଚ ଖେଳି ୫ ଟି ୱିକେଟ ନେଇଥିଲେ। ତଳକ୍ରମରେ ମଧ୍ୟ ତାଙ୍କ ଦ୍ୱାରା ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।