ବ୍ୟୁରୋ ରିପୋର୍ଟ: ଏସିଆ କପ ୨୦୨୨ର ଆରମ୍ଭ ୨୭ ଅଗଷ୍ଟକୁ ୟୁଏଇରେ ହେବାର ଅଛି। ଭାରତ ନିଜର ପ୍ରଥମ ମ୍ୟାଚ ୨୮ ଅଗଷ୍ଟକୁ ପାକିସ୍ତାନ ବିରୁଦ୍ଧରେ ଖେଳିବାର ଅଛି। ଭାରତକୁ ଏସିଆ କପର ବିଜେତା ହେବାର ପ୍ରବଳ ଦାବିଦାର ମାନାଯାଉଛି। ଭାରତୀୟ ଟିମରେ କେତେକ ଖେଳାଳି ଏସିଆ କପ ୨୦୨୨ରେ ବେଞ୍ଚରେ ହିଁ ବସି ରହିପାରନ୍ତି।ଆସନ୍ତୁ ସେହି ୩ ଖେଳାଳିଙ୍କ ବିଷୟରେ ଜାଣିବା।

୧-ରବି ବିସ୍ନୋଇ: ରବି ବିସ୍ନୋଇ ଏସିଆ କପ ୨୦୨୨ରେ ଭାରତୀୟ ଟିମରେ ଅଛନ୍ତି କିନ୍ତୁ ସେ ଗୋଟେ ମଧ୍ୟ ମ୍ୟାଚ ଖେଳିନ ପାରନ୍ତି । କାରଣ ଟିମରେ ରବିନ୍ଦ୍ର ଜାଡେଜା ଓ ୟୁଜବେନ୍ଦ୍ର ଚାହଲ ଉପସ୍ଥିତ ଅଛନ୍ତି। ଆର ଅଶ୍ୱିନୀ ମଧ୍ୟ ଟିମରେ ଉପସ୍ଥିତ ଅଛନ୍ତି ତେଣୁ ରବି ବିସ୍ନୋଇଙ୍କୁ ମୌକା ମିଳିବା ବହୁତ କଷ୍ଟକର।
୨- ଦୀପକ ହୁଡ୍ଡା: ଟିମ ଇଣ୍ଡିଆର ଅଲରାଉଣ୍ଡର ଦୀପକ ହୁଡ୍ଡା ବର୍ତ୍ତମାନ ସୁନ୍ଦର ଫର୍ମରେ ଅଛନ୍ତି।କିନ୍ତୁ ଏସିଆ କପରେ ତାଙ୍କୁ ଅନ୍ୟ ଖେଳାଳିଙ୍କ ଉପସ୍ଥିତରେ ଚୂଡାନ୍ତ ଏକାଦଶରେ ମୌକା ମିଳିବା କଷ୍ଟକର। ହାର୍ଦିକ ପାଣ୍ଡ୍ୟା ଓ ରବିନ୍ଦ୍ର ଜାଡେଜାଙ୍କ ଉପସ୍ଥିତରେ ହୁଡ୍ଡାଙ୍କୁ ମୌକା ମିଳିବା କଷ୍ଟକର ଅଟେ। କାରଣ ହାର୍ଦିକ ଓ ଜାଡେଜା ବ୍ୟାଟିଙ୍ଗ ସହିତ ସୁନ୍ଦର ବୋଲିଙ୍ଗ ଦ୍ଵାରା ମଧ୍ୟ ଟିମକୁ ମଜଭୁତ କରିବେ। ତେଣୁ ରୋହିତ ହୁଡ୍ଡାଙ୍କୁ ଚୂଡାନ୍ତ ଏକାଦଶରେ ମୌକା ଦେବା କଷ୍ଟକର ଅଟେ।

୩-ଆଭେଶ ଖାନ: ଆଭେଶ ଖାନଙ୍କୁ ଏସିଆ କପ ୨୦୨୨ ପାଇଁ ଭାରତୀୟ ଟିମରେ ଚୟନ କରାଯାଇଛି କିନ୍ତୁ ସେ ଚୂଡାନ୍ତ ଏକାଦଶରର ଗୋଟେ ମଧ୍ୟ ମ୍ୟାଚ ଖେଳିବା କଷ୍ଟକର।
ଏହାର କାରଣ ହେଉଛି ଚୂଡାନ୍ତ ଏକାଦଶରେ ଭୁବନେଶ୍ୱର କୁମାର ଓ ଅର୍ସଦୀପ ଖେଳିବାର ସମ୍ଭାବନା ଅଧିକ। ତୃତୀୟ ପେସର ରୂପରେ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଅଛନ୍ତି। ଭାରତ ଜାଡେଜା,ଅଶ୍ୱିନୀ ଓ ଚାହଲଙ୍କ ସହ ତିନି ସ୍ପିନରଙ୍କ ସହ ଓହ୍ଲାଇପାରେ।

ତେଣୁ ଆଭେଶ ଖାନଙ୍କୁ ରୋହିତ ଚୂଡାନ୍ତ ଏକାଦଶରେ ଚାହିଁକିବି ସାମିଲ କରିପାରିବେ ନାହିଁ। କିନ୍ତୁ ଏହା ଭାରତ ପାଇଁ ଭଲ ଖବର କି ଭାରତର ବେଞ୍ଚ ବହୁତ ମଜଭୁତ ଓ ଭବିଷ୍ୟତ ମଧ୍ୟ ଉଜ୍ଜ୍ୱଳ ଖେଳାଳିଙ୍କ ହାତରେ ଅଛି ଯାହାକି ଆଗକୁ ଏକ ମଜବୁତ ଭାରତୀୟ ଟିମ ଗଠନରେ ସହାୟକ ହେବ। ଭାରତ ପ୍ରଥମ ମ୍ୟାଚରେ ପାକିସ୍ତାନଠୁ ଟି-୨୦ ବିଶ୍ୱକପ ୨୦୨୧ର ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ।