IND vs PAK: ଭାରତ ପାକିସ୍ତାନ ମ୍ୟାଚରେ ଏହି ୫ ଖେଳାଳି କରିବେ ଧମାଲ? ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଏସିଆ କପ ୨୦୨୨ ଆରମ୍ଭ ହୋଇସାରିଛି କିନ୍ତୁ ମୁଖ୍ୟ ମ୍ୟାଚର ଆରମ୍ଭ ୨୭ ଅଗଷ୍ଟରୁ ହେବାର ଅଛି। ଏହି ଏସିଆ କପର ସବୁଠୁ ବଡ଼ ମ୍ୟାଚ ୨୮ ଅଗଷ୍ଟକୁ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାର ଅଛି। ଏହି ମ୍ୟାଚ ଦୁବାଇରେ ଖେଳାଯିବାର ଅଛି। ଦୁଇ ଟିମରେ ଅନେକ ମ୍ୟାଚ ବିଜୟୀ ଖେଳାଳି ଅଛନ୍ତି ଯିଏକି ମ୍ୟାଚର ରୂପ ବଦଳାଇପାରିବେ। ଭାରତ ପାକିସ୍ତାନ ମଧ୍ୟରେ ମ୍ୟାଚରେ ଏପରି ୫ ଜଣ ଖେଳାଳି ଅଛନ୍ତି ଯିଏକି ନିଜ ପ୍ରଦର୍ଶନରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିପାରନ୍ତି।

Google

ବାବର ଆଜମ:ଏହି ଲିଷ୍ଟର ପ୍ରଥମ ନାମ ଅଟେ ପାକିସ୍ତାନର ଅଧିନାୟକ ବାବର ଆଜମଙ୍କର। ବାବର ଦମଦାର ଫର୍ମରେ ଅଛନ୍ତି। କହିରଖିବୁ ପୂର୍ଵ ୧୨ ପାରିରେ ସେ ୮୨୮ ରନ କରିଛନ୍ତି। ଏଥିରେ ୬ ଟି ଏକଦିବସିୟ, ଦୁଇଟି ଟେଷ୍ଟ, ଗୋଟେ ଟି-୨୦ ଓ ଅନ୍ୟ ଏକ ମ୍ୟାଚ ସାମିଲ ଅଛି। ଏହି ସମୟରେ ସେ ଦୁଇଟି ଶତକ ଓ ୮ ଅର୍ଦ୍ଧଶତକ ଲଗାଇଛନ୍ତି। ଟି-୨୦ ଇଣ୍ଟରନେସନାଲରର ସେ ୭୪ ମ୍ୟାଚରେ ୨୬ ଅର୍ଦ୍ଧଶତକ ଓ ଗୋଟେ ଶତକ ଦ୍ଵାରା ୨୬୮୬ ରନ କରିଛନ୍ତି।

ସୂର୍ଯ୍ୟ କୁମାର ଯାଦବ:ଭାରତୀୟ ଖେଳାଳି ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଏସିଆ କପର ନିଜର ସୁନ୍ଦର ପ୍ରଦର୍ଶନ ଦ୍ଵାରା ସମସ୍ତଙ୍କ ଧ୍ୟାନ ନିଜ ଆଡକୁ କରିପାରନ୍ତି। ତାଙ୍କ ପାଖରେ ସବୁ ପ୍ରକାର ସର୍ଟ ଖେଳିବାର କ୍ଷମତା ଅଛି। ସେ ଭାରତ ପାଇଁ ଟି-୨୦ରେ ୨୩ ମ୍ୟାଚର ୨୧ ପାରିରେ ୬୭୨ ରନ କରିଛନ୍ତି। ଏହି ସମୟରେ ସେ ଗୋଟେ ଶତକ ଓ ୫ ଅର୍ଦ୍ଧଶତକ ଲଗାଇଛନ୍ତି।

Google

ମହମ୍ମଦ ରିଜୱାନ: ତୃତୀୟ ନମ୍ବରରେ ପାକିସ୍ତାନର ୱିକେଟ କିପର ଓପନର ମହମ୍ମଦ ରିଜୱାନ ଅଟନ୍ତି। ସେ ଟି-୨୦ ବିଶ୍ୱକପ ୨୦୨୧ରେ ଭାରତ ବିରୁଦ୍ଧରେ ସୁନ୍ଦର ପାରି ଖେଳି ଟିମକୁ ୧୦ ୱିକେଟରେ ବିଜୟ ଦେଇଥିଲେ। ସେ ସୁନ୍ଦର ପ୍ରଦର୍ଶନ କରିଚାଲୁଛନ୍ତି। ସେ ଟି-୨୦ ଇଣ୍ଟରନେସନାଲରେ ଏବେ ପର୍ଯ୍ୟନ୍ତ ୫୬ ମ୍ୟାଚରେ ୫୦.୩୬ର ଔସତରେ ୧୬୬୨ ରନ କରିଛନ୍ତି। ଏହି ସମୟରେ ସେ ଏକ ଶତକ ଓ ୧୩ ଅର୍ଦ୍ଧଶତକ ଲଗାଇଛନ୍ତି।

Google

ହାର୍ଦିକ ପାଣ୍ଡ୍ୟା: ହାର୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୨ ପରଠୁ ସୁନ୍ଦର ପ୍ରଦର୍ଶନ କରିଆସୁଛନ୍ତି। ସେ ଲଗାତର ଦ୍ଵିପକ୍ଷ ସିରିଜରେ ସୁନ୍ଦର ପ୍ରଦର୍ଶନ କରି ଆସୁଛନ୍ତି। ଏସିଆ କପ ୨୦୨୨ରେ ତାଙ୍କ ଠୁ ଭଲ ପ୍ରଦର୍ଶନର ଆଶା ଅଛି ଓ ସେ ନିଜ ଦମରେ ସମସ୍ତଙ୍କୁ ପ୍ରଭାବିତ କରିପାରନ୍ତି। ସେ ଟି-୨୦ ଇଣ୍ଟରନେସନାଲରେ ଏବେ ପର୍ଯ୍ୟନ୍ତ ୬୭ ମ୍ୟାଚରେ ୨୩.୨ର ଔସତରେ ୮୩୪ ରନ କରିଛନ୍ତି।

Google

ରୋହିତ ଶର୍ମା: ଏହି ଲିଷ୍ଟରେ ସବୁଠୁ ବଡ଼ ନାମ ହେଉଛି ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କର। ସେ ଲୟରେ ରହିଲେ ଏକାକୀ ମ୍ୟାଚ ଜିତାଇବାରେ ସକ୍ଷମ ଅଟନ୍ତି। ସେ ଭାରତ ପାଇଁ ଟି-୨୦ ଇଣ୍ଟରନେସନାଲରେ ୧୩୨ ମ୍ୟାଚରେ ୩୨.୩ ଔସତରେ ୩୪୮୭ ରନ କରିଛନ୍ତି। ଏଥିରେ ଚାରିଟି ଶତକ ଓ ୨୭ ଅର୍ଦ୍ଧଶତକ ସାମିଲ ଅଛି।ତାଙ୍କ ଷ୍ଟାଇକରେଟ ମଧ୍ୟ ୧୪୦ରୁ ଅଧିକ ଅଟେ।

Leave a Reply

Your email address will not be published. Required fields are marked *