ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅଗଷ୍ଟ ୨୮ ତାରିଖରେ ଏସିଆ କପର ପ୍ରଥମ ମ୍ୟାଚ ହେବାକୁ ଯାଉଛି। ଏହାକୁ ନେଇ ଦର୍ଶକମାନେ ବହୁତ ଉତ୍ସାହିତ ଅଛନ୍ତି। କିନ୍ତୁ ଭାରତ ପାଇଁ ଆଉ ଏକ ଖୁସି ଖବର ଶୁଣିବାକୁ ମିଳିଛି। ପାକିସ୍ତାନୀ ବୋଲର ସାହିନ ଆଫ୍ରିଦୀଙ୍କ ପରେ ଆଉ ଜଣେ ଖେଳାଳି ଇଂଜୁରୀ କାରଣରୁ ଏସିଆ କପରୁ ବାହାର ହୋଇଛନ୍ତି।
? Just In: Mohammad Wasim Jnr has complained of back pain during a bowling session at ICC Academy in Dubai and was taken to the hospital for an MRI scan#CricketTwitter #AsiaCup2022 #cricketnews pic.twitter.com/Ke7m1rWPZo
— CricWick (@CricWick) August 25, 2022
ପାକିସ୍ତାନ ଦଳର ଦ୍ରୁତ ବୋଲର ମହମ୍ମଦ ୱାସିମ ଜୁନିୟରଙ୍କ ପିଠିରେ ଆଘାତ ଲାଗିଛି ଏହି କାରଣରୁ ତାଙ୍କୁ ମେଡିକାଲ ନିଆ ଯାଇଛି। ତାଙ୍କ ପିଠିରେ ବହୁତ ଜୋର ସେ ପୀଡା ହେଉଛି। ସେଥିପାଇଁ ସେ ଏହି ଏସିଆ କପ ଟୁର୍ଣ୍ଣାମେଂଟ ଖେଳି ନ ପାରନ୍ତି।
ମହମ୍ମଦ ୱାସିମ ଜୁନିୟର ପାକିସ୍ତାନର ଘରୋଇ କ୍ରିକେଟର ଅତି ସୁନ୍ଦର ପ୍ରଦର୍ଶନ କରିଥିଲେ। ସେଥିପାଇଁ ତାଙ୍କୁ ଅନ୍ତର୍ଜାତୀୟ ଦଳରେ ସ୍ଥାନ ମିଳିଥିଲା। ସେ ଗତ ବର୍ଷ ଜୁଲାଇ ମାସରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଡେବ୍ୟୁ କରିଥିଲେ। ସେ ଏ ପର୍ଯ୍ୟନ୍ତ ୧୧ ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳି ୧୫.୮୮ ଔଷତ ଏବଂ ୮.୧୦ ଇକୋନୋମିରେ ୧୭ ଟି ଉଇକେଟ ନେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳା ଯାଇଥିବା ଘରୋଇ ସିରିଜରେ ସେ ଅତି ଦମଦାର ପ୍ରଦର୍ଶନ କରିଥିଲେ। ସେ ତିନୋଟି ଦିନିକିଆ ମ୍ୟାଚରୁ ୫ ଟି ୱିକେଟ ହାସଲ କରିଥିଲେ।

ସାହିନ ଆଫ୍ରିଦି ଏବଂ ମହମ୍ମଦ ୱାସିମ ଜୁନିୟର ଖେଳୁ ନଥିବା କାରଣରୁ ପାକିସ୍ତାନ ଦଳ ବହୁତ ଦୁର୍ବଳ ଲାଗୁଛି। ଏହି ଖବର ଶୁଣି ଭାରତୀୟ କ୍ରିକେଟପ୍ରେମୀଙ୍କ ମନରେ ଖୁସିରେ ଲହରୀ ଖେଳି ଯାଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ୯ ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳା ଯାଇଛି। ଏଥିମଧ୍ୟରୁ ଭାରତ ୭ ଟି ଜିତିଛି ଏବଂ ପାକିସ୍ତାନ ଦୁଇଟି।
ଏସିଆ କପ ଟ୍ରଫି ଭାରତ ୭ ଥର ଜିତି ଥିବା ବେଳେ ଶ୍ରୀଲଙ୍କା ୫ ଥର ଜିତିଛନ୍ତି। ପାକିସ୍ତାନ ମାତ୍ର ୨ ଥର ଜିତିଛି। ବର୍ତ୍ତମାନ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଏବର୍ଷ କପ ଜିତିବା ଲାଗି ପ୍ରବଳ ଦାବିଦାର ଅଛି।