ବ୍ୟୁରୋ ରିପୋର୍ଟ: ଏସିଆ କପ ୨୭ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହାର ପ୍ରଥମ ମ୍ୟାଚ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ହେବାର ଅଛି। ପରଦିନ ମାନେ ୨୮ ଅଗଷ୍ଟକୁ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ହେବାର ଅଛି। ଏହି ମ୍ୟାଚକୁ ଦେଖିବା ପାଇଁ ଦୁଇ ଦେଶର ଦର୍ଶକ ଅପେକ୍ଷା କରିଥାଇ ପାରନ୍ତି ଯାହାର ଟିକେଟ ୧୫ ଅଗଷ୍ଟରୁ ବିକ୍ରି ହେବା ଆରମ୍ଭ ହେବାର ଅଛି। ଏସିଆନ କ୍ରିକେଟ କାଉନ୍ସିଲ ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି। ଏସିସି ଲେଖିଛି,”ଏସିଆ କପ ୨୦୨୨ ପାଇଁ ଟିକେଟ ବିକ୍ରି ୧୫ ଅଗଷ୍ଟରୁ ଆରମ୍ଭ ହେବ”। ଏହା ସହିତ କାଉନ୍ସିଲ ସେହି ଅନ୍ଲାଇନର ସୂଚନା ଦେଇଛନ୍ତି ଯାହା ଦ୍ୱାରା ଏସିଆ କପର ଟିକେଟ ଲୋକ କିଣିପାରିବେ।

ଭାରତ,ପାକିସ୍ତାନ, ଶ୍ରୀଲଙ୍କା ,ଆଫଗାନିସ୍ତାନ, ବଙ୍ଗଳାଦେଶ ପ୍ରଥମରୁ ଟୁର୍ଣ୍ଣାମେଣ୍ଟ ପାଇଁ କ୍ବାଲିଫାଏ କରିଛନ୍ତି। ଯେବେକି କ୍ବାଲିଫାୟର ୟୁଏଇ,କୁୱେତ,ସିଂଗାପୁର ଓ ହଂଙ୍ଗକଂଙ୍ଗ ମଧ୍ୟରେ ଓମାନରେ ହେବାର ଅଛି। ଏହାର ପ୍ରଥମ ମ୍ୟାଚ ୨୦ ଅଗଷ୍ଟକୁ ହଂଙ୍ଗକଂଙ୍ଗ ଓ ସିଙ୍ଗାପୁର ମଧ୍ୟରେ ହେବାର ଅଛି।
ପ୍ରଥମେ ଶ୍ରୀଲଙ୍କାରେ ହେବାର ଥିଲା ଏସିଆ କପ:
ଏସିଆ କପର କଥା କହିବା ତ ଏହା ପ୍ରଥମେ ଏହି ବର୍ଷ ଶ୍ରୀଲଙ୍କାରେ ଆୟୋଜନ ହେବାର ଥିଲା। କିନ୍ତୁ ରାଜନୈତିକ ଓ ଆର୍ଥିକ ଅସ୍ଥିରତା କାରଣରୁ ପରେ ଆୟୋଜନ ସମିତି ଏହାକୁ ୟୁଏଇରେ କରିବାକୁ ସ୍ଥିର କରିଥିଲେ। ଏହାକୁ ନେଇ ଏସିସି ଏକ ବୟାନରେ କହିଛି,”ଶ୍ରୀଲଙ୍କାରେ ବର୍ତ୍ତମାନର ପରିସ୍ଥିତିକୁ ଦେଖି ଏହାକୁ ୟୁଏଇରେ କରିବା ପାଇଁ ଫଇସଲା କରାଗଲା”।

ଭାରତୀୟ ଟିମ ଜିମ୍ବାୱେ ଗ୍ରସ୍ତରେ ଯାଇଛି:
କହିରଖିବୁ ଭାରତୀୟ ଟିମ ଏସିଆ କପ ପୂର୍ବରୁ ଜିମ୍ବାୱେ ଗ୍ରସ୍ତରେ ୧୮ ଅଗଷ୍ଟରୁ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ଖେଳିବ। ଏହି ସିରିଜରେ ରୋହିତ ଶର୍ମା, ବିରାଟ କୋହଲି, ରିଷଭ ପନ୍ତଙ୍କ ଭଳି ଖେଳାଳି ଖେଳିବେ ନାହିଁ। ଜିମ୍ବାୱେ ଗ୍ରସ୍ତରେ କେ ଏଲ ରାହୁଲଙ୍କୁ ଅଧିନାୟକ କରାଯାଇଛି। ଏହା ଛଡା ଦୀପକ ଚାହାର ମଧ୍ୟ ୬ ମାସ ପରେ ଟିମକୁ ଫେରିଛନ୍ତି।
ଟିମ ଇଣ୍ଡିଆ ୭ ଥର ଏସିଆ କପ ଜିତିଛି:
ଏସିଆ କପ ଇତିହାସରେ ଭାରତ ସବୁଠୁ ସଫଳ ଟିମ ଅଟେ। ଭାରତ ସବୁଠୁ ଅଧିକ ୭ ଥର ଏସିଆ କପ ଜିତିଛି ,ଶ୍ରୀଲଙ୍କା ୫ ଥର ଓ ପାକିସ୍ତାନ ୨ ଥର ଜିତିଛି। ଭାରତ ଓ ପାକିସ୍ତାନ ମଧ୍ୟରେ କେବେବି ଏସିଆ କପ ଫାଇନାଲ ମ୍ୟାଚ ହେଇନାହିଁ। ଭାରତ ଶେଷ ଥର ୪ ବର୍ଷ ତଳେ ବଙ୍ଗଳାଦେଶକୁ ହରାଇ ଚମ୍ପିୟନ ହୋଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।