ବ୍ୟୁରୋ ରିପୋର୍ଟ: ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପର ମ୍ୟାଚ ପୂର୍ବରୁ ବିରାଟ କୋହଲି ଓ ବାହାର ଆଜମଙ୍କର ଭେଟ ହୋଇଛି। ଆଗାମୀ ଏସିଆ କପରେ ଦୁଇ ଦେଶ ମଧ୍ୟରେ ମ୍ୟାଚ ୨୮ ଅଗଷ୍ଟକୁ ଅଛି। ଦୁଇ ଦେଶର ଖେଳାଳି ଦୁବାଇ ପହଁଚିଯାଇଛନ୍ତି। ଏହି ମଧ୍ୟରେ ବିରାଟ ଓ ବାହାର ଭେଟ ହୋଇଛନ୍ତି ଓ ହସିକି ହାତ ମିଶାଇଛନ୍ତି।
ବିସିସିଆଇ ବୁଧବାରକୁ ଏକ ଭିଡ଼ିଓ ସେୟାର କରିଛି ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଇଛି। ବିରାଟ କୋହଲି ବାବରଙ୍କ କାନ୍ଧରେ ହାତ ରଖିଛନ୍ତି ଓ ଦୁହେଁ ହସୁଥିବା ଦେଖାଯାଉଛି। ବିରାଟ ଏହା ସହ ଆଫଗାନିସ୍ତାନର ସ୍ପିନର ରାଶିଦ ଖାନଙ୍କ ସହ ମଧ୍ୟ ଭେଟ ହୋଇଛନ୍ତି। ସେହିପରି ୟୁଜବେନ୍ଦ୍ର ଚାହଲ ଓ ହାର୍ଦିକ ପାଣ୍ଡ୍ୟା ମଧ୍ୟ ଆଫଗାନିସ୍ତାନର ମହମ୍ମଦ ନବୀ ଓ ରାଶିଦ ଖାନଙ୍କ ସହ ଭେଟ ହୋଇଛନ୍ତି।
Hello DUBAI ??
Hugs, smiles and warm-ups as we begin prep for #AsiaCup2022 #AsiaCup | #TeamIndia ?? pic.twitter.com/bVo2TWa1sz
— BCCI (@BCCI) August 24, 2022
ବିସିସିଆଇର ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ସେୟାର ହୋଇଥିବା ଏହି ଭିଡ଼ିଓକୁ ଏବେ ପର୍ଯ୍ୟନ୍ତ ୭୦ ହଜାରରୁ ଅଧିକ ଦର୍ଶକ ଦେଖିଛନ୍ତି। ସେହିପରି ଏହି ଭିଡ଼ିଓକୁ ୧୫ ହଜାର ଲାଇକ କରାଯିବା ସହ ୧୫୦୦ ରୁ ଅଧିକ ରିଟ୍ୱିଟ କରାଯାଇଛି।
ଟିମ ଇଣ୍ଡିଆର ପୂର୍ଵ ଅଧିନାୟକ ବିରାଟ କୋହଲି ପାଖାପାଖି ଏକ ମାସ ହେବ କ୍ରିକେଟରୁ ଦୂରରେ ଅଛନ୍ତି। ସେ ଏବେ ଏସିଆ କପରେ ଖେଳୁଥିବାର ଦେଖାଯିବାର ଅଛି। ଏସିଆ କପ ୨୦୨୨ର ଆରମ୍ଭ ହୋଇସାରିଛି କିନ୍ତୁ ମୁଖ୍ୟ ମ୍ୟାଚର ଆରମ୍ଭ ୨୭ ଅଗଷ୍ଟକୁ ହେବ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ। ସେହିପରି ଭାରତ ନିଜର ପ୍ରଥମ ମ୍ୟାଚ ୨୮ ଅଗଷ୍ଟକୁ ପାକିସ୍ତାନ ବିରୁଦ୍ଧରେ ଖେଳିବାର ଅଛି। ଏହି ମ୍ୟାଚକୁ ଦର୍ଶକ ଚାହିଁ ରହିଛନ୍ତି। କାରଣ ଭାରତ ଓ ପାକିସ୍ତାନ କେବଳ ଆଇସିସି ଓ ଏସିଆ କପ ମ୍ୟାଚରେ ସାମ୍ନା ସାମ୍ନି ହୋଇଥାନ୍ତି।
ଶେଷ ଥର ଦୁଇ ଦେଶ ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ୨୦୨୧ରେ ହୋଇଥିଲେ। ସେବେ ପାକିସ୍ତାନ ଟିମ ଭାରତକୁ ୧୦ ୱିକେଟରେ ହରାଇଥିଲା ଓ ଭାରତ ଟି-୨୦ ବିଶ୍ୱକପ ୨୦୨୧ର ସେମି ଫାଇନାଲରେ ମଧ୍ୟ ପହଁଞ୍ଚିପାରିନଥିଲା।ଭାରତ ସେହି ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ। କହିରଖୀବୁ ଭାରତ ସବୁଠୁ ଅଧିକ ୭ ଥର ଏସିଆକପ ଜିତିଛି,ସେହିପରି ଶ୍ରୀଲଙ୍କା ୫ ଥର ଓ ପାକିସ୍ତାନ ଦୁଇ ଥର ଜିତିଛି। ଭାରତ ଶେଷଥର ୨୦୧୮ରେ ରୋହିତଙ୍କ ଅଧିନାୟକତ୍ୱରେ ଏସିଆ କପ ଜିତଥିଲା। ଏଥର ମଧ୍ୟ ରୋହିତ ନିଜ ଅଧିନାୟକତ୍ୱରେ ତାହାକୁ ଦୋହରାଇବାକୁ ଚାହିଁବେ।