ଏସିଆ କପରେ ପାକିସ୍ତାନ ବିପକ୍ଷ ମହାମୁକାବିଲାରେ ଶତକ ଲଗାଇବେ ବିରାଟ କୋହଲି! ଜୋର ଧରିଲା ଖବର

ବ୍ୟୁରୋ ରିପୋର୍ଟ: ବିରାଟ କୋହଲି ଗତ କିଛି ସମୟରୁ ଇଣ୍ଟରନେସନାଲ କ୍ରିକେଟରେ ଭଲ ପ୍ରଦର୍ଶନ କରିପାରିନାହାଁନ୍ତି। ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଅଳ୍ପଦିନ ତଳେ ସରିଥିବା ସିରିଜରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ଭାରତୀୟ ଟିମ ଏହି ମ୍ୟାଚ ୪-୧ରେ ଜିତିଥିଲା। ଏବେ ଭାରତୀୟ ଟିମ ଟି-୨୦ ଏସିଆ କପରେ ଓହ୍ଲାଇପାରେ। ଟୁର୍ଣ୍ଣାମେଣ୍ଟ ପାଇଁ ଘୋଷଣା ହୋଇଥିବା ୧୫ ଜଣିଆ ଟିମରେ କୋହଲିଙ୍କୁ ସାମିଲ କରାଯାଇଛି।

Google

ଭାରତୀୟ ଟିମ ଏଥିରେ ପାକିସ୍ତାନ ସହ ମ୍ୟାଚ ଖେଳିବାର ଅଛି। ଏହା ପୂର୍ବରୁ ଭାରତୀୟ ଟିମ ଜିମ୍ବାୱେ ବିରୁଦ୍ଧରେ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ଖେଳିବାର ଅଛି। ଜିମ୍ବାୱେ ବିରୁଦ୍ଧରେ ସିରିଜରେ ଯୁବ ଖେଳାଳିଙ୍କୁ ମୌକା ଦିଆଯାଇଛି ଓ ଏହି ଟିମର ଅଧିନାୟକତ୍ୱ ଶିଖର ଧାୱନ କରିବାର ଅଛି।

ଏସିଆ କପର କଥା କହିବା ତ ଭାରତୀୟ ଟିମ ଓ ପାକିସ୍ତାନର ମ୍ୟାଚ ଗ୍ରୁପ ରାଉଣ୍ଡରେ ୨୮ ଅଗଷ୍ଟକୁ ହେବାର ଅଛି। ଟୁର୍ଣ୍ଣାମେଣ୍ଟର ଆରମ୍ଭ ୨୭ ଅଗଷ୍ଟରୁ ହେବାକୁ ଯାଉଛି। ଯଦି କୋହଲିଙ୍କୁ ପାକିସ୍ତାନ ବିରୁଦ୍ଧରେ ମୌକା ମିଳିବ ତେବେ ସେ ଖାସ ଶତକ ଲଗାଇପାରନ୍ତି। ଏହା ତାଙ୍କର ଟି-୨୦ ଇଣ୍ଟରନେସନାଲରେ ୧୦୦ ତମ ମ୍ୟାଚ ହେବାର ଅଛି। ସେ ଏପରି କରିବା ୱାଲା ୨ୟ ଭାରତୀୟ ଖେଳାଳି ହେବେ। ଅଧିନାୟକ ରୋହିତ ଶର୍ମା ସବୁଠୁ ଅଧିକ ୧୩୨ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିଛନ୍ତି।

Google

୩୦ ଅର୍ଦ୍ଧଶତକ ଲଗାଇଛନ୍ତି:

ବିରାଟ କୋହଲି ଟି-୨୦ ଇଣ୍ଟର ନେସନାଲରେ ୯୯ ମ୍ୟାଚରେ ୯୧ ପାରିରେ ୩୩୦୮ ରନ କରିଛନ୍ତି। ସେ ସବୁଠୁ ଅଧିକ ରନ କରିବାରେ ଦୁନିଆର ତୃତୀୟ ନମ୍ବରରର ଅଛନ୍ତି। ଏଥିରେ ସେ ୩୦ ଅର୍ଦ୍ଧଶତକ ଲଗାଇବାରେ ସକ୍ଷମ ରହିଛନ୍ତି। ୯୪ ରନର ନଟ ଆଉଟ ପାରି ତାଙ୍କର ସର୍ବଶ୍ରେଷ୍ଠ ପାରି ଅଟେ ଓ ଏଥିରେ ତାଙ୍କ ଷ୍ଟାଇକରେଟ ୧୩୮ର ରହିଛି। ମୋଟ ଟି-୨୦ କ୍ୟାରିୟର କଥା କହିବା ତ କୋହଲି ୩୪୪ ମ୍ୟାଚର ୩୨୭ ପାରିରେ ୪୦ର ଔସତରେ ୧୦୬୨୬ ରନ କରିଛନ୍ତି। ଏଥିରେ ୫ ଶତକ ଓ ୭୮ ଅର୍ଦ୍ଧଶତକ ସାମିଲ ଅଛି। ମାନେ ୮୩ ଥର ୫୦ ରୁ ଅଧିକ ରନ କରିଛନ୍ତି। ୧୧୩ ରନ ତାଙ୍କର ସର୍ବଶ୍ରେଷ୍ଠ ପାରି ଅଟେ।

ପାକିସ୍ତାନ ବିରୁଦ୍ଧରେ ଦମଦାର ପ୍ରଦର୍ଶନ:

ଟି-୨୦ ଇଣ୍ଟରନେସନାଲରେ ପାକିସ୍ତାନ ବିରୁଦ୍ଧରେ ସବୁଠୁ ଅଧିକ ରନ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ କଥା କହିବା ତ ଏଥିରେ ବିରାଟ କୋହଲି ଟପରେ ଅଛନ୍ତି। ପାକିସ୍ତାନ ବିରୁଦ୍ଧରେ ସେ ୭ ମ୍ୟାଚରେ ୭୮ ଔସତରେ ୩୧୧ ରନ କରିଛନ୍ତି। ଏଥିରେ ତିନୋଟି ଅର୍ଦ୍ଧଶତକ ସାମିଲ ଅଛି। ଅନ୍ୟ କେହି ଭାରତୀୟ ବ୍ୟାଟ୍ସମ୍ୟାନ ୨୦୦ ରନ ପର୍ଯ୍ୟନ୍ତ ପହଁଚିନାହଁନ୍ତି।

Google

୩ ଦେଶ ବିରୁଦ୍ଧରେ ୫୦୦ ରୁ ଅଧିକ ରନ:

ବିରାଟ କୋହଲି ଟି-୨୦ ଇଣ୍ଟରନେସନାଲରେ ତିନୋଟି ଦେଶ ବିରୁଦ୍ଧରେ ୫୦୦ ରୁ ଅଧିକ ରନ କରିଛନ୍ତି। ଅଷ୍ଟ୍ରେଲିଆ ବିରୁଦ୍ଧରେ ୧୯ ମ୍ୟାଚର ୧୮ ପାରିରେ ୬୦ ଔସତରେ ୭୧୮ ରନ କରିଛନ୍ତି।ଇଂଲଣ୍ଡ ବିରୁଦ୍ଧରେ ୧୯ ମ୍ୟାଚରେ ୩୯ ଔସତରେ ୫୮୯ ରନ କରିଛନ୍ତି। ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୧୪ ମ୍ୟାଚର ୧୩ ପାରିରେ ୫୭ ଔସତରେ ୫୭୦ ରନ କରିଛନ୍ତି। କିନ୍ତୁ ପୂର୍ଵ ପାଖାପାଖି ୩ ବର୍ଷ ହେବ ସେ ଇଣ୍ଟରନେସନାଲ କ୍ରିକେଟରେ କୌଣସି ଶତକ ଲଗାଇପାରିନାହଁନ୍ତି। ସେ ଏସିଆ କପରେ ବିରୋଧୀଙ୍କୁ ବ୍ୟାଟିଙ୍ଗରେ ଜବାବ ଦେବାକୁ ଚାହିଁବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *