ବ୍ୟୁରୋ ରିପୋର୍ଟ: ପାକିସ୍ତାନ ଗ୍ରସ୍ତରେ ଯାଉଥିବା ଅଷ୍ଟ୍ରେଲିଆ ଟିମକୁ ବଡ଼ ଝଟକା ଲାଗିଛି। ଅଷ୍ଟ୍ରେଲିଆ ଟିମ ଏକଦଶକରୁ ପ୍ରଥମ ଥର ସ୍ପିନ କୋଚ ବିନା ଉପମହାଦୀପକୁ ଖେଳିବାକୁ ଯାଉଛି। ଟିମର ସ୍ପିନ ବୋଲିଙ୍ଗ କୋଚ ଶ୍ରୀଧରନ ଶ୍ରୀରାମ ପାକିସ୍ତାନ ଯିବେ ନାହିଁ। ସେ ପୂର୍ଵ ୬ ବର୍ଷରୁ ଟିମ ସହ ଅଛନ୍ତି। ମିଡ଼ିଆ ରିପୋର୍ଟ ଅନୁସାରେ ପାକିସ୍ତାନ ଗ୍ରସ୍ତରେ ଅଷ୍ଟ୍ରେଲିଆ ସ୍ପିନ ବୋଲିଙ୍ଗ କୋଚର ସନ୍ଧାନ କରୁଛି। ଏଥିରେ ନ୍ୟୁଜିଲାଣ୍ଡର ପୂର୍ଵ ଅଧିନାୟକ ଡେନିୟଲ ଭିଟୋରିଙ୍କ ନାମ ସବୁଠୁ ଆଗରେ ଚାଲୁଛି।

କ୍ରିକେଟ ଅଷ୍ଟ୍ରେଲିଆର ଜଣେ ପ୍ରବକ୍ତା ଏହା ମଧ୍ୟରେ କ୍ରିକବଜକୁ କହିଛନ୍ତି କି ଏହି ରୋଲ ପାଇଁ ଡେନିୟଲ ଭିଟୋରିଙ୍କ ସହ କଥାବାର୍ତ୍ତା ଚାଲିଛି। ପାକିସ୍ତାନ ଗ୍ରସ୍ତରେ ଆଉ ଅଧିକ ସମୟ ନାହିଁ। ତେଣୁ ଭିଟୋରିଙ୍କ ସହ ଡିଲର ସମ୍ଭାବନା କମ ଅଛି। ଏହା ପ୍ରଥମ ଥର ନୁହେଁ ଯେବେ ଅଷ୍ଟ୍ରେଲିଆ ଟିମ ଭିଟୋରିଙ୍କ ସହ ସ୍ପିନ ବୋଲିଙ୍ଗ କୋଚ ପାଇଁ କଥା ହୋଇଛି।
ବର୍ଷ ୨୦୧୭ରେ ଭାରତ ଆସିବା ପୂର୍ବରୁ ଅଷ୍ଟ୍ରେଲିଆ ସ୍ପିନ ବୋଲିଙ୍ଗ କୋଚ ପାଇଁ ଭିଟୋରିଙ୍କ ସହ କଥାହୋଇଥିଲେ। ଭିଟୋରି ବର୍ଷ ୨୦୧୯-୨୦୨୧ ପର୍ଯ୍ୟନ୍ତ ବଙ୍ଗଳାଦେଶର ସ୍ପିନ ବୋଲିଙ୍ଗ କୋଚ ରୂପରେ କାମ କରିଛନ୍ତି। ପୂର୍ଵ ଥର ଯେବେ କିଏ ଅଷ୍ଟ୍ରେଲିଆ ଟିମ ସପୋର୍ଟ ଷ୍ଟାପରେ ସ୍ପେସାଲିଷ୍ଟ କୋଚ ବିନା ଉପମହାଦୀପ ଗ୍ରସ୍ତ କରିଥିଲା ସେବେ ବର୍ଷ ୨୦୧୩ ଥିଲା। ସେବେ ଭାରତ ଗ୍ରସ୍ତରେ ଅଷ୍ଟ୍ରେଲିଆ ବଡ଼ ପରାଜୟ ପାଇଥିଲା।
Australia’s Indian assistant coach Sriram pulls out of Pakistan tour#ASportsHD #PAKvsAUS https://t.co/UfSswVvdHM
— ASports (@asportstvpk) February 21, 2022
ଶ୍ରୀରାମ ୬ ବର୍ଷ ହେବ ଅଷ୍ଟ୍ରେଲିଆ ଟିମରେ ଯୋଡିହୋଇଛନ୍ତି:
ଭାରତ ପାଇଁ ଏକଦିବସିୟ ଖେଳିସାରିଥିବା ଶ୍ରୀନାଥ ପୂର୍ଵ ୩ ବର୍ଷରୁ ଫୁଲଟାଇମ ଅଷ୍ଟ୍ରେଲିଆ କୋଚିଙ୍ଗ ସେଟଅପର ଅଂଶ ଅଛନ୍ତି। ଏହା ପୂର୍ଵରୁ ସେ ବର୍ଷ ୨୦୧୬ରେ ଭାରତରେ ହୋଇଥିବା ଟି-୨୦ ବିଶ୍ୱକପ ପୂର୍ବରୁ ଟିମର ସ୍ପିନ ବୋଲିଙ୍ଗ କୋଚ ରୂପରେ ଟିମ ସହିତ ଯୋଡିହୋଇଥିଲେ। ଏହା ପରେ ସେ ଶ୍ରୀଲଙ୍କା ଗ୍ରସ୍ତରେ ଯାଇଥିଲେ ଓ ଅଷ୍ଟ୍ରେଲିଆ ଟିମ ସହିତ ମଧ୍ୟ ଯାଇଥିଲେ। ଏହାର ଏକ ବର୍ଷପରେ ଅଷ୍ଟ୍ରେଲିଆ ଟିମ ଭାରତ ଗ୍ରସ୍ତ କରିଥିଲା। ସେବେ ଟିମକୁ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ପରାଜୟ ମିଳିଥିଲା। ଏହା ପରେ ପାକିସ୍ତାନ ସହ ହୋଇଥିବା ଟେଷ୍ଟ ସିରିଜ ମଧ୍ୟ ଟିମ ହାରିଥିଲା। ଭାରତୀୟ ଉପମହାଦୀପରେ ମିଳିଥିବା ଏହି ପରାଜୟରୁ ଶିଖି ଅଷ୍ଟ୍ରେଲିଆ ଟିମ ଶ୍ରୀରାମଙ୍କୁ ନିଜ ସହିତ ଯୋଡିଥିଲେ।
ଶ୍ରୀରାମଙ୍କ ନଜରରେ ରହି ଆଗର ଓ ନାଥନଙ୍କ ବୋଲିଙ୍ଗରେ ଉନ୍ନତି ଆସିଲା:
୨୦୧୭ରେ ଭାରତ ଗ୍ରସ୍ତରେ ଅଷ୍ଟ୍ରେଲିଆର ବିଜୟରେ ପ୍ରଥମ ଥର ଶ୍ରୀରାମଙ୍କ ଯୋଗଦାନ ସାମ୍ନାକୁ ଆସିଥିଲା। ଅଷ୍ଟ୍ରେଲିଆ ପୁନେରେ ହୋଇଥିବା ଟେଷ୍ଟ ଜିତିଥିଲା ଓ ବାମହାତୀ ସ୍ପିନର ଷ୍ଟିବ ଓ କିଫ ୭୦ ରନ ଦେଇ ମ୍ୟାଚରେ ୧୨ ଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ। ସେ ନିଜର ସଫଳତାର ଶ୍ରେୟ ଶ୍ରୀରାମଙ୍କୁ କହିଥିଲେ ଓ ତାଙ୍କୁ ମହାନ ସ୍ପିନ ବୋଲିଙ୍ଗ କୋଚ କହିଥିଲେ। ଶ୍ରୀରାମଙ୍କ ନଜରରେ ରହି ଅଷ୍ଟ୍ରେଲିଆର ସ୍ପିନର ନାଥନ ଲାୟନ, ଆଷ୍ଟନ ଏଗର ଆଦି ସ୍ପିନରର ବୋଲିଙ୍ଗରେ ଉନ୍ନତି ଆସିଛି।

ଅଷ୍ଟ୍ରେଲିଆ ଟିମ ପାକିସ୍ତାନ ଗ୍ରସ୍ତରେ ୪ ମାର୍ଚ୍ଚରୁ ଟେଷ୍ଟ ସିରିଜ ଖେଳିବ। ଦୁଇ ଦେଶ ମଧ୍ୟରେ ତିନୋଟି ଟେଷ୍ଟ ମ୍ୟାଚ, ତିନୋଟି ଏକଦିବସିୟ ମ୍ୟାଚସହ ଗୋଟେ ଟି-୨୦ ମ୍ୟାଚ ମଧ୍ୟ ଖେଳାଯିବ। ଅଷ୍ଟ୍ରେଲିଆ ଟିମ ୨୪ ବର୍ଷ ପରେ ପାକିସ୍ତାନ ଗ୍ରସ୍ତରେ ଯାଉଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।