ବ୍ୟୁରୋ ରିପୋର୍ଟ: ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଟିମ ପାଖାପାଖି ୬ ବର୍ଷ ପରେ ଶ୍ରୀଲଙ୍କା ଗ୍ରସ୍ତ କରୁଛି। କିନ୍ତୁ ଏହି ଗ୍ରସ୍ତ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା ଲାଗିଛି। ଟିମର ନୂତନ କୋଚ ଏଡ୍ରୟୁ ମୈକଡୋନାଲ୍ଡ କରୋନା ସଂକ୍ରମଣ ହୋଇଛନ୍ତି। ମୁଖ୍ୟ କୋଚ ମଙ୍ଗଳବାରକୁ ଟି-୨୦ ଟିମର ଶ୍ରୀଲଙ୍କା ଗ୍ରସ୍ତରେ ଯିବା ପୂର୍ବରୁ କରୋନା ସଂକ୍ରମଣ ହୋଇଛନ୍ତି। ଜଷ୍ଟିନ ଲେଙ୍ଗର ଇସ୍ତପା ଦେବା ପରେ ହେର୍ଡ କୋଚ ଆଣ୍ଡରିଉ ମୈକଡୋନାଲ୍ଡଙ୍କର ଏହା ପ୍ରଥମ ସିରିଜ ଅଟେ।

ଅଷ୍ଟ୍ରେଲିଆର ପାକିସ୍ତାନ ଗ୍ରସ୍ତ ସମୟରେ ଏଡ୍ରୟୁ ମୈକଡୋନାଲ୍ଡ ଟିମର ତତ୍କାଳୀନ କୋଚ ଥିଲେ। ତାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ପାକିସ୍ତାନ ବିରୁଦ୍ଧରେ ସେହି ସିରିଜ ଜିତିବାର ସଫଳ ହୋଇଥିଲା। ଏବେ କରୋନା ସଂକ୍ରମଣ ହେବା ପରେ ସେ ମେଲବର୍ଣରେ ୭ ଦିନ ପାଇଁ କ୍ୱାରେଣ୍ଟାଇନ ରହିବେ। ତାଙ୍କର ଅନୁପସ୍ଥିତରେ ସିରିଜର ଆରମ୍ଭ ମ୍ୟାଚରେ ସହାୟକ କୋଚ ମାଇକଲ ଡି ବେନୁଟୋ ଟିମର କୋଚର ଦାଇତ୍ୱ ତୁଲାଇବେ। ଏହା ପରେ କଲମ୍ବୋରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏଡ୍ରୟୁ ମୈକଡୋନାଲ୍ଡ ଟିମ ସହିତ ଯୋଡି ହୋଇଯିବେ।
ପୂର୍ଵ ନିର୍ଧାରିତ ସମୟ ଅନୁସାରେ ହେବ ମ୍ୟାଚ:
ଶ୍ରୀଲଙ୍କା ଏହି ସମୟରେ ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତିକରୁଛି। ଏହା ପାଇଁ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି। ସ୍ୱାଧୀନତା ପରେ ଏହା ଶ୍ରୀଲଙ୍କାର ସବୁଠୁ ବଡ଼ ଆର୍ଥିକ ସଙ୍କଟ ଅଟେ। ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଏହି ଧଳା ବଲ ସିରିଜର ସବୁ ମ୍ୟାଚ ଦିନ/ରାତିରେ ଖେଳାଯିବାର ଅଛି। ଶ୍ରୀଲଙ୍କା କ୍ରିକେଟ ଟିମର ସଚିନ ମୋହନ ଡି ସିଲଭାଙ୍କର କହିବା ଅନୁସାରେ ମ୍ୟାଚ ପୂର୍ଵ ନିର୍ଧାରିତ ସିଡ୍ୟୁଲ ଅନୁସାରେ ହେବ।
JUST IN: Andrew McDonald will miss the opening week of Australia's tour of Sri Lanka after testing positive for COVID-19 #SLvAUS
— cricket.com.au (@cricketcomau) June 1, 2022
୭ ଜୁନରୁ ଆରମ୍ଭ ହେବାର ଅଛି ସିରିଜ:
ଶ୍ରୀକଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ଟି-୨୦ ମ୍ୟାଚର ସିରିଜ ୭ ଜୁନରୁ ଆରମ୍ଭ ହେବାର ଅଛି। ୭ ଜୁନକୁ ପ୍ରଥମ ମ୍ୟାଚ କଲମ୍ବୋରେ ଖେଳାଯିବାର ଅଛି। ୮ ଜୁନକୁ ସିରିଜର ଦ୍ୱିତୀୟ ଟି-୨୦ ମ୍ୟାଚ କଲମ୍ବୋରେ ଖେଳାଯିବାର ଅଛି। ୧୧ ଜୁନକୁ ତୃତୀୟ ଟି-୨୦ ମ୍ୟାଚ କେଣ୍ଡିରେ ଖେଳାଯିବାର ଅଛି। ଏହା ପରେ ୫ ମ୍ୟାଚର ଏକଦିବସିୟ ସିରିଜର ପ୍ରଥମ ମ୍ୟାଚ ୧୪ ଜୁନକୁ କେଣ୍ଡିରେ,୧୬ ଜୁନକୁ ଦ୍ୱିତୀୟ ଏକଦିବସିୟ ମଧ୍ୟ କେଣ୍ଡିରେ। ଏହା ପରେ ୧୯,୨୧, ଓ ୨୪ ଜୁନକୁ ତୃତୀୟ, ଚତ୍ରୁର୍ଥ ଓ ପଞ୍ଚମ ଏକଦିବସିୟ କ୍ରମଶଃ କଲମ୍ବୋରେ ଖେଳାଯିବାର ଅଛି।
୨୯ ଜୁନରୁ ଆରମ୍ଭ ହେବାର ଅଛି ଟେଷ୍ଟ ସିରିଜ:
ଦୁଇ ଦେଶରେ ମଧ୍ୟରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ମଧ୍ୟ ଖେଳାଯିବାର ଅଛି ଯାହାର ଆରମ୍ଭ ୨୯ ଜୁନକୁ ହେବାର ଅଛି। ପ୍ରଥମ ଟେଷ୍ଟ ୨୯ ଜୁନରୁ ୩ ଜୁଲାଇ ପର୍ଯ୍ୟନ୍ତ ଗାଲେରେ ଖେଳାଯିବ। ଏହାପରେ ଦ୍ୱିତୀୟ ଟେଷ୍ଟ ୮-୧୨ ଜୁଲାଇକୁ ଗାଲେରେ ଖେଳାଯିବାର ଅଛି। କ୍ରିକେଟ ଅଷ୍ଟ୍ରେଲିଆ ଦୁଇ ଦେଶ ମଧ୍ୟରେ ଏହି ତିନୋଟି ସିରିଜର ଘୋଷଣା ପୂର୍ବରୁ କରିଦେଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।