ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିଶ୍ୱକପ ପାଇଁ ୧୫ ଜଣିଆ ଟିମ ଘୋଷଣା କରିଦେଇଛି। ଟିମରେ ନିବେଥନ ରାଧାକୃଷ୍ଣନନଙ୍କୁ ମଧ୍ୟ ସାମିଲ କରାଯାଇଛି। ରାଧାକୃଷ୍ଣନନ ଆଇପିଏଲରେ ଦିଲ୍ଲୀ କ୍ୟାପିଟଲ୍ସ ପାଇଁ ନେଟ ବୋଲିଙ୍ଗ କରିସାରିଛନ୍ତି। ରାଧାକୃଷନନଙ୍କ ପରିବାର ୨୦୧୩ରେ ତାମିଲନାଡୁରୁ ସିଡ଼ନ ଚାଲିଯାଇଥିଲା। ସେ ଅଣ୍ଡର-୧୯ ରେ ଭାରତ ବିରୁଦ୍ଧରେ ଓହ୍ଲାଇବେ ବୋଲି ଜଣା ଯାଉଛି।

ସେ ଦୁଇ ହାତରେ ବୋଲିଙ୍ଗ କରିଥାନ୍ତି, ସେ ବାମହାତରେ ଅଫସ୍ପିନ ବୋଲିଙ୍ଗ କରିଥାନ୍ତି ଓ ଡାହାଣ ହାତରେ ସ୍ପିନ ବୋଲିଙ୍ଗ କରିଥାନ୍ତି। ଆଇପିଏଲ ପାଇଁ ସେ ରିଙ୍କି ପଏଣ୍ଟିଙ୍ଗ , ଷ୍ଟିଭ ସ୍ମିଥ ସହିତ ଅନେକ ବଡ଼ କ୍ରିକେଟରଙ୍କ ସହିତ ସମୟ ବିତାଇବାର ମୌକା ପାଇଛନ୍ତି। ତାଙ୍କୁ ଏହି ସିଜନରେ ନ୍ୟୁ ସାଉଥ ୱେଲସ ଓ ତସ୍ମାନିଆ ତରଫରୁ ଖେଳିବାର ମୌକା ମିଳିଛି। ଏହା ପୂର୍ବରୁ ସେ ଅଣ୍ଡର-୧୬ ରେ ଅଷ୍ଟ୍ରେଲିଆ ଦଳ ତରଫରୁ ଖେଳିସାରିଛନ୍ତି। ତାଙ୍କ ବାପା ଅନବୁ ସେଲବନ ହିଁ ତାଙ୍କୁ ବୋଲିଙ୍ଗ କରିବା ପାଇଁ ଉତ୍ସାହିତ କରିଥିଲେ। ସେ ତାମିଲନାଡୁ ତରଫରୁ ଜୁନିଅର କ୍ରିକେଟରେ ଓହ୍ଲାଇସାରିଛନ୍ତି।
୨୦ ୱିକେଟ ଅକ୍ତିଆର କରିଛନ୍ତି ଓ ୮୯୮ ରନ ମଧ୍ୟ କରିଛନ୍ତି: ପୂର୍ବ ସିଜନରେ ସେ ପ୍ରିମୀୟର କ୍ରିକେଟରେ ୨୦ ୱିକେଟ ଅକ୍ତିଆର କରିବା ସହ ୯୦୦ ରୁ ଅଧିକ ରନ କରିଥିଲେ। ଏହି ସିଜନରେ ସେ ତସ୍ମାନିଆ ତରଫରୁ ବାମହାତ ବ୍ୟାଟିଙ୍ଗ କରି ଓପନିଙ୍ଗ କରି ୬୨୨ ରନ କରିଛନ୍ତି। ଆରମ୍ଭରୁ ସେ ପ୍ରେସ ବୋଲିଙ୍ଗ କରୁଥିଲେ କିନ୍ତୁ ପରେ ସେ ସ୍ପିନ ବୋଲିଙ୍ଗ କରିଥିଲେ। ଅଷ୍ଟ୍ରେଲିଆ ଟିମକୁ ବିଶ୍ୱକପରେ ଗ୍ରୁପ ଡି ରେ ୱେଷ୍ଟଇଣ୍ଡିଜ , ସ୍କର୍ଟଲ୍ୟାଣ୍ଡ ଓ ଶ୍ରୀଲଙ୍କା ସହ ରଖାଯାଇଛି।
Australia's squad for the Under 19 World Cup is locked in! https://t.co/06bpWeOcHp
— cricket.com.au (@cricketcomau) December 14, 2021
ଭାଇ କ୍ରିକେଟ ଛାଡିଦେଲେ କିନ୍ତୁ ସେ ସେହିପରି ଧର୍ଯ୍ୟ ସହ ରହିଲେ:
ସିଡନି ଯିବା ପୂର୍ବରୁ ତାଙ୍କ ବଡ଼ ଭାଇ ନିକେଥନ ତାମିଲନାଡୁର ଅଣ୍ଡର-୧୪ ଟିମରେ ଖେଳୁଥିଲେ କିନ୍ତୁ ଅଷ୍ଟ୍ରେଲିଆ ଯିବା ପରେ ସେ କ୍ରିକେଟ ଛାଡିଦେଇଥିଲେ କିନ୍ତୁ ନିବେଥନ କ୍ରିକେଟ ଖେଳିବା ଜାରି ରଖିଥିଲେ। ତାଙ୍କୁ ବର୍ଷ ୨୦୧୬ରେ ଅଷ୍ଟ୍ରେଲିଆ ଅଣ୍ଡର-୧୬ ଟିମରେ ଜାଗା ମିଳିଥିଲା। ସେ ପାକିସ୍ତାନ ବିରୁଦ୍ଧରେ ୪ ମ୍ୟାଚର ସିରଜରେ ସବୁଠୁ ଅଧିକ ୭ ଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ। ଏହା ସହିତ ସେ ଗୋଟେ ଅର୍ଦ୍ଧଶତକ ସହ ୧୪୫ ରନ କରିଥିଲେ। ପୁଣିଥରେ ସ ସେ ଅଷ୍ଟ୍ରେଲିଆ ପଟୁ ଓହ୍ଲାଇବେ।
ଷ୍ଟୋଇନିକସ ମାରିଥିଲେ ଛକା:
ଦିଲ୍ଲୀ କ୍ୟାପିଟଲ୍ସ ସହ ଆଇପିଏଲରେ ନେଟ ଅଭ୍ୟାସ ସମୟରେ ମାର୍କସ ଷ୍ଟୋଇନିକସ ତାଙ୍କୁ ଛକା ମାରିଛନ୍ତି। ଏହା ଉପରେ ସେ କହିଛନ୍ତି ଏଥିରେ ମୁଁ ହତାଶ ହୋଇନାହିଁ, ବରଂ ଏଥିରୁ ମୁଁ ବହୁତ କିଛି ଶିଖିଛି। ତାମିଲନାଡୁ ପ୍ରିମୀୟର ଲିଗରେ ସେ ଆର ଅଶ୍ୱିନୀ ଓ ଏସ ବଦ୍ରୀନାଥଙ୍କ ସହ ରହିସାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।