ଆସେସରେ ଅଷ୍ଟ୍ରେଲିଆ ମାରିଲା ବାଜି, ହାସଲ କଲା ବୃହତ ବିଜୟ! ଇଂଲଣ୍ଡର ଶୋଚନୀୟ ପରାଜୟ

ଅଷ୍ଟ୍ରେଲିଆ ଦ୍ୱିତୀୟ ଆସେସ ଟେଷ୍ଟରେ ଇଂଲଣ୍ଡକୁ ୨୭୫ ରନର ବଡ଼ ଅନ୍ତରରେ ହରାଇ ସିରିଜରେ ୨-୦ରେ ଆଗକୁ ହୋଇଯାଇଛି। ଏଡିଲେଡ଼ରେ ହୋଇଥିବା ଡେ ନାଇଟ ଟେଷ୍ଟରେ ଅଷ୍ଟ୍ରେଲିଆ ଟିମ ଇଂଲଣ୍ଡକୁ ବିଜୟ ପାଇଁ ୪୬୮ ରନର ଲକ୍ଷ୍ୟ ଦେଇଥିଲା। ଇଂଲଣ୍ଡ ଟିମ ଚତ୍ରୁର୍ଥ ପାରିରେ ଅଷ୍ଟ୍ରେଲିଆ ବୋଲିଙ୍ଗ ସାମ୍ନାରେ ତିଷ୍ଠି ପାରିନଥିଲେ। ଇଂଲଣ୍ଡ ଟିମ ଶେଷ ଦିନ ମାତ୍ର ୧୯୨ ରନରେ ଅଟକିଯାଇଥିଲା। ଏହା ପୁର୍ବରୁ ଅଷ୍ଟ୍ରେଲିଆ ଟିମ ପ୍ରଥମ ପାରିରେ ୪୭୩-୯ ୱିକେଟରେ ପ୍ରଥମ ପାରି ଘୋଷଣା କରିଥିଲା। ଏହା ପରେ ଇଂଲଣ୍ଡ ଟିମ ପ୍ରଥମ ପାରିରେ ୨୩୬ ରନ କରିଥିଲା।

Google

ଅଷ୍ଟ୍ରେଲିଆ ଏହା ପରେ ମଧ୍ୟ ଇଂଲଣ୍ଡକୁ ଫଲୋଅନ ନଦେଇ ବ୍ୟାଟିଙ୍ଗ କରିବାର ନିସ୍ପତି ନେଇଥିଲା। ଅଷ୍ଟ୍ରେଲିଆ ନିଜ ଦ୍ୱିତୀୟ ପାରିରେ ୨୩୦-୯ ୱିକେଟରେ ପାରି ଘୋଷଣା କରିଥିଲା। ଏହା ଦ୍ଵାରା ଇଂଲଣ୍ଡକୁ ୪୬୮ ରନର ବଡ଼ ଲକ୍ଷ୍ୟ ବିଜୟ ପାଇଁ ମିଳିଥିଲା। ଏହି ବଡ଼ ଟାର୍ଗେଟ କାରଣରୁ ଇଂଲଣ୍ଡ ଟିମ ମଧ୍ୟ ପ୍ରେସରରେ ଆସିଗଲା ଓ ଚତ୍ରୁର୍ଥ ଦିନ ଖେଳ ଶେଷ ସୁଧା ଇଂଲଣ୍ଡ ଟିମ୮୨ ରନରେ ୪ ଟି ୱିକେଟ ହରାଇଥିଲା। ପଞ୍ଚମ ଦିନ ଇଂଲଣ୍ଡର କୌଣସି ବ୍ୟାଟ୍ସମ୍ୟାନ ଭଲ ଖେଳିପାରିଲେ ନାହିଁ। ଏହା ଦ୍ଵାରା ଶେଷ ଦିନ ପ୍ରଥମ ସେସନରେ ଇଂଲଣ୍ଡ ୧୦୫ ରନରେ ୬ ଟି ୱିକେଟ ହରାଇଥିଲା।

ବଟଲରଙ୍କ ପାରି କାମରେ ଆସିଲାନି:ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକସ୍ ୩ ରନରୁ ପ୍ରଞ୍ଚମ ଦିନର ଖେଳ ଆରମ୍ଭ କରିଥିଲେ। ଦ୍ୱିତୀୟ ପଟେରେ ଥିଲେ ଓଲି ପୋପ। କିନ୍ତୁ ପୋପଙ୍କ ରୂପରେ ଇଂଲଣ୍ଡଲୁ ପଞ୍ଚମ ଦିନ ପ୍ରଥମ ଝଟକା ଲାଗିଥିଲା। ପ୍ରଥମ ଖଟକା ଲାଗିଲା ଓ ପୁଣି ୫୭ ଓଭରରେ ବେନ ଷ୍ଟୋକ ମଧ୍ୟ ଆଉଟ ହୋଇଗଲେ। ବେନ ଷ୍ଟୋକ ମାତ୍ର ୧୨ ରନହିଁ କରିପାରିବେ। ଏହା ପରେ କ୍ରିସ ବୋକ୍ସ ବଟଲରଙ୍କ ସହ ମିସି ପାରିରେ ଆଗକୁ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଝାଏ ରିଚର୍ଡସନ ବୋକ୍ସଙ୍କୁ ବୋଲ୍ଡ କରି ଏହି ଯୋଡିକୁ ଭାଙ୍ଗିଦେଇଥିଲେ। ବୋକ୍ସ ୪୪ ରନ କରି ଆଉଟ ହୋଇଗଲେ। ଏହା ପରେ ଓଲି ରବିନସନ ମଧ୍ୟ ୮ ରନ କରି ଆଉଟ ହୋଇଗଲେ। ଏହା ପରେ ଜୋସ ବଟଲର ମଧ୍ୟ ୨୬ ରନ କରି ହିଟ ୱିକେଟ ହୋଇଗଲେ। ସେ ୨୬ ରନର ପାରିରେ ୨୦୭ ଟି ବଲ ଖେଳିଥିଲେ।

ଦ୍ୱିତୀୟ ପାରିରେ ଅଷ୍ଟ୍ରେଲିଆର ବୋଲର ଝାଏ ରିଚର୍ଡସନ ସବୁଠୁ ଅଧିକ ୫ ଟି ୱିକେଟ ଅକ୍ତିଆର କରିଥିଲେ। ଏହା ଛଡା ନାଥନ ଲାୟନ ଓ ମିଚେଲ ଷ୍ଟାର୍କ ମଧ୍ୟ ୨-୨ଟି ୱିକେଟ ନେଇଥିଲେ। ମାର୍ନସ ଲାବୁସେନଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ କରାଗଲା। ସେ ପ୍ରଥମ ପାରିରେ ୧୦୩ ଓ ଦ୍ୱିତୀୟ ପାରିରେ ୫୧ ରନ କରିଥିଲେ। ତୃତୀୟ ଟେଷ୍ଟ ୨୬ ଡିସେମ୍ବରରୁ ଖେଳାଯିବାର ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *