ବ୍ୟୁରୋ ରିପୋର୍ଟ: ମହିଳା ବିଶ୍ୱକପରେ ବାଜି ମାରିଛି ଅଷ୍ଟ୍ରେଲିଆ। ଇଂଲଣ୍ଡକୁ ୭୧ ରନରେ ହରାଇ ଏହି ବିଜୟ ଲାଭ କରିବାରେ ସକ୍ଷମ ରହିଛି। ରବିବାର ହୋଇଥିବା ଏହି ମ୍ୟାଚରେ ଟସ ଜିତି ବୋଲିଂ କରିଥିଲା ଇଂଲଣ୍ଡ। ବ୍ୟାଟିଂର ଆମନ୍ତ୍ରଣ ପାଇ ସୁନ୍ଦର ଟୋଟାଲ ବନାଇଥିଲା ଅଷ୍ଟ୍ରେଲିଆ।

ଅୟେସାଙ୍କ ୧୭୦ ରନର ସୁନ୍ଦର ପାରି ବଳରେ ୩୫୬ ରନର ବଡ଼ ରନ କରିଥିଲା ଅଷ୍ଟ୍ରେଲିଆ। ରାଚେଲ ୬୮ ଏବଂ ବେଥ ୬୨ ରନ କରିଥିଲେ। ହେଲେ ଏହି ୩୫୭ ରନର ଟାର୍ଗେଟ ପିଛା କରିବାକୁ ଆସିଥିଲା ଇଂଲଣ୍ଡର ଆରମ୍ଭ ଓଭର ଭଲ ନଥିଲା। ନାଟ କେବଳ ଅଷ୍ଟ୍ରେଲିଆ ବୋଲରଙ୍କ ମୁକାବିଲା କରିଥିଲେ। ସେ ଶତକ ଜଡିଥିଲେ । ଇଂଲଣ୍ଡ ୪୩.୪ ଓଭରରେ ୨୮୫ ରନରେ ଅଲଆଉଟ ହୋଇଯାଇଥିଲା। ନାଟ ୧୪୮ ରନ କରି ନଟ ଆଉଟ ରହିଥିଲେ। ବୋଲିଂ କଥା କହିବା ତ ଅଷ୍ଟ୍ରେଲିଆ ପଟୁ ଆଲାନ ଏବଂ ଜେସ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ। ମୋଗାନ ୨ଟି ୱିକେଟ ହାସିଲ କରିଥିଲେ।
Our hearts 🥺🥺🥺@megan_schutt | #CWC22 pic.twitter.com/MnzZanVIum
— Australian Women's Cricket Team 🏏 (@AusWomenCricket) April 3, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।