ଆଭେସ ଖାନଙ୍କ ଫର୍ମ ଚିନ୍ତାର କାରଣ? ହଙ୍କକଙ୍ଗ ବିରୁଦ୍ଧରେ ଦେଲେ ୫୦ ରୁ ଅଧିକ ରନ, ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆ ଏସିଆ କପରେ ନିଜର ଦ୍ୱିତୀୟ ମ୍ୟାଚରେ ହଙ୍କକଙ୍ଗକୁ ୪୦ ରନରେ ହରାଇଦେଇଛି। ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ଏବେ ହଙ୍କକଙ୍ଗକୁ ହରାଇ ଟିମ ଇଣ୍ଡିଆ ସୁପର ୪ରେ ପହଁଚିସାରିଛି। ଟିମ ଇଣ୍ଡିଆ ଭଲ ପ୍ରଦର୍ଶନ କରିଛି ସହ ହେଲେ ଜଣେ ଖେଳାଳିଙ୍କ ପ୍ରଦର୍ଶନରେ ଲୋକ ଖୁସି ନାହାଁନ୍ତି। ଲୋକ ଏହି ଖେଳାଳିଙ୍କୁ ଟିମରେ ବାହାର କରିବାର ଦାବି ଲଗାତର କରୁଛନ୍ତି।

Google

ବହୁତ ଖରାପ ରହିଛି ଏହି ଖେଳାଳିଙ୍କ ପ୍ରଦର୍ଶନ:

ପାକିସ୍ତାନ ବିରୁଦ୍ଧରେ ଖରାପ ପ୍ରଦର୍ଶନ କରିଥିବା ଆଭେଶ ଖାନ ହଙ୍କକଙ୍ଗ ବିରୁଦ୍ଧରେ ମଧ୍ୟ ଅସଫଳ ହୋଇଛନ୍ତି। ତାଙ୍କ ଓଭରରେ ହଙ୍କକଙ୍ଗ ବ୍ୟାଟ୍ସମ୍ୟାନ ବହୁତ ରନ କରିଥିଲେ। ପାକିସ୍ତାନ ବିରୁଦ୍ଧରେ ଆଭେଶ ଖାନ ୨ ଓଭରରେ ୧୯ ରନ ଦେଇଥିଲେ ଓ ଗୋଟେ ୱିକେଟ ନେଇଥିଲେ କିନ୍ତୁ ହଂଙ୍ଗକଂଙ୍ଗ ବିରୁଦ୍ଧରେ ସେ ୫୦ ରୁ ଅଧିକ ରନ ଦେଇଛନ୍ତି। ତାଙ୍କର ଏହି ପ୍ରଦର୍ଶନ ଆଗାମୀ ମ୍ୟାଚରେ ଟିମ ଇଣ୍ଡିଆ ପାଇଁ ବଡ଼ ଅସୁବିଧା ଆଣିପାରେ। ଏହା ପରେ ଏହି ଖେଳାଳିଙ୍କୁ ଏବେ ବାହାର କରିବା ପାଇଁ ଦାବି ହେଉଛି।

ଟ୍ୱିଟରରେ କରାଯାଉଛି ଏମିତି:

ଆଭେଶ ଖାନଙ୍କ ଖରାପ ପ୍ରଦର୍ଶନ କାରଣରୁ ଟ୍ୱିଟରରେ ପ୍ରସଂସକ ତାଙ୍କ ଫର୍ମକୁ ନେଇ କହୁଛନ୍ତି। ଆଭେଶଙ୍କ ପ୍ରଦର୍ଶନ ଏସିଆ କପ ପୂର୍ବରୁ ଅଲଗା ଅଲଗା ସିରିଜରେ ମଧ୍ୟ ଏତେ ଖାସ୍ ରହିନଥିଲା।

Google

ଟିମ ଇଣ୍ଡିଆରେ ଲଗାତର ମିଳୁଛି ଜାଗା:

ଆଭେଶ ଖାନ ଆଇପିଏଲରେ ସୁନ୍ଦର ପ୍ରଦର୍ଶନ କରି ଟିମ ଇଣ୍ଡିଆରେ ଜାଗା ପାଇଥିଲେ,କିନ୍ତୁ ଟିମ ଇଣ୍ଡିଆରେ ସେ ଲଗାତର ଫ୍ଲପ ହେଉଛନ୍ତି। ଏସିଆ କପ ୨୦୨୨ରେ ତାଙ୍କୁ ଯଶପ୍ରୀତ ବୁମରା ଓ ହର୍ଷଲ ପଟେଲ ଆଘାତ ହେବା ପରେ ସାମିଲ କରାଯାଇଥିଲା। ଟିମ ଇଣ୍ଡିଆ ପାଇଁ ସେ ଏବେ ପର୍ଯ୍ୟନ୍ତ ୧୫ ଟି-୨୦ ମ୍ୟାଚ ଖେଳିଛନ୍ତି ଓ ୯.୧୦ ଇକୋନୋମିରେ ୧୩ ୱିକେଟ ନେଇଛନ୍ତି।

Leave a Reply

Your email address will not be published. Required fields are marked *