ଅକ୍ସର ପଟେଲ ପଟେଲ ସୁନ୍ଦର ପ୍ରଦର୍ଶନ କଲେ ଓ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ପ୍ରଥମ ଟେଷ୍ଟରେ ଭାରତୀୟ ଟିମକୁ ଖେଳରେ ଜୀବିତ କରାଇଲେ। ନ୍ୟୁଜିଲ୍ୟାଣ୍ଡ ଟିମ ପ୍ରଥମ ପାରିରେ ୨୯୬ ରନ କରିପାରିଲା ଯାହା ଦ୍ୱାରା ଭାରତକୁ ୪୯ ରନର ଲିଡ଼ ମିଳିଲା। କାନପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ପାରିରେ ଭାରତ ୩୪୫ ରନ କରିଥିଲା। ଏହା ପରେ ନ୍ୟୁଜଲ୍ୟାଣ୍ଡ ପାଇଁ ଓପନର ଟମ ଲାଥମ (୯୫) ଓ ବିଲ ୟଂଙ୍ଗ(୮୯) ରନ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଖାସ କରିପାରିଲେନି। ଭାରତ ତରଫରୁ ଅକ୍ଷର ପଟେଲ ୫ ଓ ରବିଚନ୍ଦ୍ରନ ଅଶ୍ୱିନୀ ୩ ଟି ୱିକେଟ ଅକ୍ତିଆର କରିଥିବା ବେଳେ ରବିନ୍ଦ୍ର ଜାଡେଜା ଓ ଉମେଶ ଯାଦବଙ୍କୁ ୧-୧ ୱିକେଟ ମିଳିଛି।

ଭାରତ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ପାରିରେ ୧୪ ରନରେ ଗୋଟେ ୱିକେଟ ହରାଇଛି।ଦ୍ୱିତୀୟ ପାରିରେ ଭାରତକୁ ପ୍ରଥମ ଝଟକା ମାତ୍ର ୨ରନରେ ଲାଗିଲା। ଶୁଭମନ ଗିଲ ମାତ୍ର୧ ରନ କରି ଯେମିସନଙ୍କ ବଲରେ ବୋଲ୍ଡ ହୋଇଗଲେ। ଏହା ସହ ଜେମିସନ ଟେଷ୍ଟରେ ୫୦ ୱିକେଟ ପୁରା କଲେ। ସେ ସବୁଠୁ କମ ପାରିରେ ଏପରି କରିଥିବା ନ୍ୟୁଜଲ୍ୟାଣ୍ଡ ବୋଲର ହୋଇଯାଇଛନ୍ତି।ତୃତୀୟ ଦିନ ଖେଳଶେଷ ସୁଧା ପୂଜାରା ୯ ଓ ମୟଙ୍କ ଅଗ୍ରୱାଲ ୪ ରନ କରି ନଟଆଉଟ ଅଛନ୍ତି। ଏବେ ଭାରତ ପାଖରେ ୬୩ ରନର ଲିଡ଼ ଅଛି।
ବାମହାତୀ ସ୍ପିନର ଅକ୍ଷର ପଟେଲ ସୁନ୍ଦର ବୋଲିଙ୍ଗ କଲେ ଓ ତୃତୀୟ ଦିନ ଲଞ୍ଚ ପରେ ଲଗାତର ତିନୋଟି ୱିକେଟ ନେଇ ନ୍ୟୁଜିଲ୍ୟାଣ୍ଡ ଉପରେ ଚାପ ପକାଇଲେ। ଭାରତକୁ ଖେଳକୁ ଫେରାଇବାର ଶ୍ରେୟ ଉମେଶ ଯାଦବଙ୍କୁ ଯାଉଛି ଯିଏକି ଲଞ୍ଚର ଠିକ ପୂର୍ବରୁ କେନ ବିଲିଯମସନଙ୍କୁ ଜଲ୍ଦି ଆଉଟ କରି ଭାରତକୁ ବଡ଼ ସଫଳତା ଦେଇଥିଲେ। ଅକ୍ଷର ଏହା ପରେ ୧୩ ରନ ଭିତରେ ରସ ଟେଲର (୧୧), ହେନରି ନିକୋଲସ (୨) ଓ ଟମ ଲେଥନ (୯୫) ଙ୍କୁ ଆଉଟ କରିଦେଲେ।

ରବିନ୍ଦ୍ର ଜାଡେଜା ନୂଆ ବ୍ୟାଟ୍ସମ୍ୟାନ ରରଚିନ ରବିନ୍ଦ୍ର(୧୩) ଙ୍କୁ ଆଉଟ କରିଥିଲେ। ଏହା ପରେ ନ୍ୟୁଜଲ୍ୟାଣ୍ଡର ସ୍କୋର ୨୪୧ରନରେ ୬ ୱିକେଟ ହୋଇଯାଇଥିଲା ଯାହା ୧୯୭ ରନରେ ଗୋଟେ ୱିକେଟ ଥିଲା। ଦ୍ୱିତୀୟ ସେସନ ଭାରତୀୟ ବୋଲରଙ୍କ ନାମରେ ରହିଲା ଯିଏକି ୫୨ରନ ଦେଇ ୪ ଟି ୱିକେଟ ନେଲେ। ଏହା ପୂର୍ବରୁ ଉମେଶ ଯାଦବ ଦ୍ୱିତୀୟ ନୂଆ ବଲରେ ୱିଲିୟମସନଙ୍କୁ ଆଉଟ କରିଥିଲେ। ୱିଲିୟମସନ ୬୪ ବଲ ଖେଳି ୧୮ ରନ କରିଥିଲେ।
ଓପନର ବ୍ୟାଟ୍ସମ୍ୟାନ ବିଲ ୟଂଙ୍ଗ ଶତକରୁ ବଞ୍ଚିଗଲେ ଓ ୮୯ ରନ କରି ଅଶ୍ୱିନୀଙ୍କ ଶିକାର ହୋଇଗଲେ। ୱିଲିୟମସନ ବ୍ୟାଟିଙ୍ଗ କରିବାକୁ ଆସିଲା ପରେ ଭଲ ଜଣାପଡୁନଥିଲେ କିନ୍ତୁ ଜାଡେଜାଙ୍କୁ ଦୁଇଟି ଚୌକା ମାରିଥିଲେ। ୟଂଙ୍ଗ ଓ ଲାଥମ ପ୍ରଥମ ୱିକେଟ ପାଇଁ ୧୫୧ ରନ କରିଥିଲେ।

ବିଲ ୟଂଙ୍ଗ ନିଜ ଟେଷ୍ଟ କ୍ୟାରିୟରର ସୁନ୍ଦର ପାରି ଖେଳିଥିଲେ କିନ୍ତୁ ଶତକ ମାରିପାରିଲେ ନାହିଁ। ନିକୋଲସ ସୁଇପ ମାରିବାକୁ ଯାଇ ଆଉଟ ହେଲେ ଓ ଲାଥମ ବଡ଼ ଶର୍ଟ ମାରିବାକୁ ଯାଇ ଶତକରୁ ବଞ୍ଚିତ ରହିଲେ। ପ୍ରଥମ ସେସନରେ ଅଶ୍ୱିନୀ ଓ ଅମ୍ପାୟାର ନିତିନ ମେନନଙ୍କୁ ମଧ୍ୟରେ ମତଭେଦ ହୋଇଯାଇଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।