ସାଉଥ ଆଫ୍ରିକାର ବ୍ୟାଟ୍ସମ୍ୟାନ ଡ୍ରେବର୍ଲଡ଼ ବ୍ରେବିଷ ଚର୍ଚ୍ଚାରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ଟିମର ଅଣ୍ଡର ୧୯ ଏହି ଖେଳାଳିଙ୍କ ବ୍ୟାଟିଂ ଷ୍ଟାଇଲ ସମ୍ପୂର୍ଣ ରୂପେ ଦକ୍ଷିଣ ଆଫ୍ରିକାର ପୂର୍ବତ୍ତନ ଷ୍ଟାର ବ୍ୟାଟ୍ସମ୍ୟାନ ଏବି ଡିଭିଲୟର୍ସଙ୍କ ଭଳି ଅଟେ। ସେ ଛକା ମଧ୍ୟ ଡିଭିଲିୟର୍ସଙ୍କ ଭଳି ଲଗାଉଛନ୍ତି ଆଉ ତାଙ୍କର ସବୁ ସର୍ଟ ମାନଙ୍କରେ ମିଷ୍ଟର ୩୬୦ ଙ୍କର ଝଲକ ଦେଖିବାକୁ ମିଳୁଛି। ଲୋକ ସେଥିପାଇଁ ତାଙ୍କୁ ବେବି ଏବି ଡିଭିଲିୟର୍ସ ନାମରେ ଡାକୁଛନ୍ତି। ତେବେ ୧୮ ବର୍ଷୀୟ ବ୍ରେବିସ ଅଣ୍ଡର ୧୯ ବିଶ୍ୱକପରେ ଧୂଆଁଦାର ବ୍ୟାଟିଂ କରି ପ୍ରାୟ ସଭିଙ୍କ ଧ୍ୟାନ ନିଜ ଆଡକୁ କେନ୍ଦ୍ରିତ କରିବା ପରେ ଏବେ ଆଇପିଏଲ ମେଗା ଅକ୍ସନରେ ଓଲ୍ହାଇବାକୁ ଯାଉଛନ୍ତି। ବ୍ରେବିସ ଆଇପିଏଲ ନିଲାମୀରେ ନିଜ ନାମ ରେଜିଷ୍ଟ୍ରେସନ କରାଇଛନ୍ତି।

ଅଣ୍ଡର ୧୯ ବିଶ୍ୱକପରେ ସର୍ବାଧିକ ରନ:
ଏହି ଯୁବ ବ୍ୟାଟ୍ସମ୍ୟାନ ଏଯାଏ ଅଣ୍ଡର ୧୯ ବିଶ୍ୱକପରେ ସର୍ବାଧିକ ରନ କରି ସାରିଛନ୍ତି। ତାଙ୍କ ବ୍ୟାଟରୁ ୪ଟି ମ୍ୟାଚରୁ ଏଯାଏ ୯୦.୪୦ ହାରରେ ପ୍ରାୟ ୩୬୨ ରନ ବାହାରି ସାରିଛି।ଏହା ଭିତରେ ସେ ୩ଟି ଅର୍ଦ୍ଧଶତକ ଆଉ ଗୋଟେ ଶତକ ଲଗାଇ ସାରିଛନ୍ତି। ସେ ଟୁର୍ଣ୍ଣାମେଂଟରେ ଏଯାଏ ୧୧ଟି ଛକା ଆଉ ୩୩ଟି ଚୌକା ଲଗାଇ ସାରିଛନ୍ତି। ତାଙ୍କୁ ପ୍ରେମରେ ଲୋକ ବେବି ଏବି ଡିଭିଲିୟର୍ସ ଅଥବା ଏବି ୨.୦ କହୁଛନ୍ତି। ତାଙ୍କ ପୂର୍ବ ଇନିଂସ ସବୁ ୬୫,୧୦୪,୯୬ ଆଉ ୯୭ ରହିଛି।
Dewald Brevis aka Baby AB De Villiers pic.twitter.com/LJOOwyoAMz
— John Constantine (@johnconstan555) January 28, 2022
ଆଇପିଏଲରେ ଆରସିବି ତରଫରୁ ଖେଳିପାରନ୍ତି:
ବ୍ରେବିସଙ୍କର ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଙ୍କ ତରଫରୁ ଖେଳିବାର ବହୁତ ସମ୍ଭାବନା ଅଛି। କାରଣ ସେ ଆରସିବି ଆଉ ଏବି ଡିଭିଲିୟର୍ସଙ୍କର ବହୁତ ବଡ଼ ଫ୍ୟାନ ଅଟନ୍ତି। ସେ ସୋସିଆଲ ମିଡିଆରେ ନିଜର ଏକ ଫୋଟୋ ପୋଷ୍ଟ କରିଛନ୍ତି ଯାହା ଭିତରେ ସେ ଆରସିବିର ଜର୍ସି ପିନ୍ଧିଛନ୍ତି। ଏହାପରେ ଏହା ମାନା ଯାଉଛି କି ସେ ଆଇପିଏଲରେ ବିରାଟ କୋହଲିଙ୍କ ସହ ଆରସିବି ଟିମରେ ଖେଳି ପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।