AB ଡିଭିଲିୟର୍ସଙ୍କ ଡୁପ୍ଲିକେଟ ହେଲେ ଭାଇରାଲ,ଲୋକ କହିଲେ ବେବି ଡିଭିଲୟର୍ସ, ଦେଖନ୍ତୁ ଭିଡ଼ିଓ?

ବ୍ୟୁରୋ ରିପୋର୍ଟ:ଏବି ଡିଭିଲିୟର୍ସ ବଡ଼ ବଡ଼ ଶର୍ଟ ପାଇଁ ଜଣାଯାଇଥାନ୍ତି କିନ୍ତୁ ସେ କ୍ରିକେଟରୁ ଅବସର ନେଇସାରିଛନ୍ତି। ଏହା ମଧ୍ୟରେ ତାଙ୍କରି ଦେଶ ଦକ୍ଷିଣ ଆଫ୍ରିକାର ଜଣେ ଜୁନିୟର ବ୍ୟାଟ୍ସମ୍ୟାନ ତାଙ୍କରି ଷ୍ଟାଇଲରେ ଭୟାନକ ରନ କରିଛି। ତାଙ୍କୁ ଲୋକ ବେବି ଡିଭିଲିୟର୍ସ ମଧ୍ୟ କହିଛନ୍ତି। ଅଣ୍ଡର-୧୯ ବିଶ୍ୱକପରେ ଖେଳୁଥିବା ଦେୱାଲ୍ଡ ବ୍ରେବିସ ଭାରତ ବିରୁଦ୍ଧରେ ଭଲ ରନ କରିଛନ୍ତି। ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।କିନ୍ତୁ ସେହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ହାରିଛି। ତଳେ ଦିଆଯାଇଥିବା ଦେଖନ୍ତୁ କିଛି ଭିଡିଓ

ନମ୍ବର ୩ରେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିବା ଦେୱାଲ୍ଡ ବ୍ରେବିସ ଭାରତ ବିରୁଦ୍ଧରେ ୯୯ ବଲରେ ୬୫ ରନ କରିଛନ୍ତି। ଏଥିରେ ସେ ୬ ଟି ଚୌକା ଓ ୨ ଟି ଛକା ମାରିଛନ୍ତି। ତାଙ୍କର ଷ୍ଟ୍ରେଟ ଡ୍ରାଇଭ, ରିଭର୍ସ ସୁଇପ,ପୁରା ଡିଭିଲିୟର୍ସଙ୍କ ପରି ଅଟେ। ଏତିକି ନୁହେଁ ତାଙ୍କ ଜର୍ସି ନମ୍ବର ମଧ୍ୟ୧୭ ଅଟେ ଯାହା ଡିଭିଲିୟର୍ସଙ୍କର ଅଟେ। ସେ ଅର୍ଦ୍ଧଶତକ ପୁରା କରିସାରିବା ପରେ ସାଥି ଖେଳାଳି ବେବି ଏବିଙ୍କୁ ଫଟୋ ଦେଖାଇଥିଲେ। ବ୍ରେବିସଙ୍କ ରୋଲ ଡିଭିଲିୟର୍ସଙ୍କ ପରି ଅଟେ।

ବିକ୍ସ ଓସ୍ତୱାଲ ନେଲେ ୫ ଟି ୱିକେଟ:

ଏହି ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫ ୱିକେଟରେ ହରାଇଥିଲା। ବାମହାତୀ ସ୍ପିନର ବିକ୍ସ ଓସ୍ତୱାଲ ୨୮ ରନ ଦେଇ ୫ ଟି ୱିକେଟ ନେଇଥିଲେ। ଅଧିନାୟକ ଯସ ଢୁଲ ୮୨ ରନର ସୁନ୍ଦର ପାରି ଖେଳିଥିଲେ। ମ୍ୟାଚରେ ଭାରତୀୟ ଟିମ ପ୍ରଥମେ ବ୍ୟାଟିଙ୍ଗ କରି ୨୩୨ ରନ କରିଥିଲା। ଜବାବର ଦକ୍ଷିଣ ଆଫ୍ରିକା ୧୮୭ ରନ ହିଁ କରିପାରିଲା। ଦକ୍ଷିଣ ଆଫ୍ରିକା ପାଇଁ ଏହି ମ୍ୟାଚରେ ବ୍ରେବିସଙ୍କ ଛଡା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ କରିପାରିନଥିଲେ।

ଅନେକ ପ୍ରସଂସକ କହିଛନ୍ତିକି ଏହି ଯୁବ ବ୍ୟାଟ୍ସମ୍ୟାନ ବହୁତ ଜଲ୍ଦି ଆଇପିଏଲ ଖେଳିବ।ବ୍ରେବିସଙ୍କ ନଜର ମଧ୍ୟ ଆଇପିଏଲରେ ରହିଛି। ଅଳ୍ପ ଦିନ ତଳେ ଏକ ଇଂରାଜୀ ୱେବସାଇଟ ତାଙ୍କ ପକ୍ଷରୁ ଲେଖିଥିଲା,”ମୁଁ ଦକ୍ଷିଣ ଆଫ୍ରିକା ପାଇଁ ଖେଳିବାକୁ ଚାହୁଁଛି। ଏହା ମୋର ସ୍ୱପ୍ନ ଓ ମୁଁ ଟି-୨୦ ଲିଗରେ ମଧ୍ୟ ଖେଳିବାକୁ ଚାହୁଁଛି। ଖାସ କରି ଆଇପିଏଲ ଯାହା ମତେ ବହୁତ ପସନ୍ଦ”।

ଭାରତ ସବୁଠୁ ଅଧିକ ୪ ଥର ଅଣ୍ଡର-୧୯ ବିଶ୍ୱକପ ଜିତିଛି। ଏଥର ମଧ୍ୟ ଭାରତ ଜିତିବାର ଅଧିକ ସମ୍ଭାବନା ଥିବା ଜଣାପଡିଛି। ୱେଷ୍ଟଇଣ୍ଡିଜରେ ଖେଳାଯାଉଥିବା ଏହି ବିଶ୍ୱକପରେ ଭାରତ ବିଜୟ ସହିତ ଆରମ୍ଭ କରିଛି।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *