ବ୍ୟୁରୋ ରିପୋର୍ଟ: ଆପଣଙ୍କୁ କହିରଖିବୁ ଫେବୃଆରୀ ୧୫ ରେ ବାରବାଟୀରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ ଖେଳାଯିବାର ଥିଲା। କିନ୍ତୁ କରୋନା ସଂକ୍ରମଣ ବଢିବା କାରଣରୁ ଏହାକୁ ପରିବର୍ତ୍ତନ କରିଦିଆଯାଇ ଇଡେନ ଗାର୍ଡେନ କୋଲକତା କରିଦିଆଗଲା। ଓସିଏ କିନ୍ତୁ ବିସିସିଆଇକୁ ଆଉ ଏକ ମ୍ୟାଚ କିପରି ବାରବାଟୀରେ ଅନୁଷ୍ଠିତ ହେବ ଏହାକୁ ନେଇ କଥାବାର୍ତ୍ତା ଚଳାଇଛି।
ଆପଣଙ୍କୁ କହିରଖିବୁ ଜୁନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚ ଖେଳାଯିବାକୁ ଅଛି । ଏହି ଘରୋଇ ସିରିଜର ସୁଚି ପ୍ରସ୍ତୁତ ହୋଇସାରିଛି ଏହା ପରେ ମଧ୍ୟ ଏଥିରୁ ଗୋଟେ ମ୍ୟାଚ ବାରବାଟୀରେ କରାଯାଉ ବୋଲି ଓସିଏ ବିସିସିଆଇ ସହ କଥା ହେଉଛି। ଏହାକୁ ନେଇ ଓସିଏ ସମ୍ପାଦକ ସଂଜୟ ବେହେରା କରିଛନ୍ତି ସେହି ସିରିଜର ଗୋଟେ ମ୍ୟାଚ ନିଶ୍ଚିତ ରୂପରେ ବାରବାଟୀରେ ଆୟୋଜନ କରାଯିବ। ଧୀରେ ଧୀରେ ସଂକ୍ରମଣ ହାର କମୁଛି ତେଣୁ ଯୁବରେ ସଂକ୍ରମଣ ଅବସ୍ଥା ପୁରା ନିୟନ୍ତ୍ରଣକୁ ଆସିଥିବ ବୋଲି ସଂଜୟ ବେହେରା ଆଶା କରିଛନ୍ତି ଯାହା ଦ୍ୱାରା ବାରବାଟୀରେ ମ୍ୟାଚର ଆୟୋଜନ ହୋଇପାରେ ଓ ଦର୍ଶକ ମଧ୍ୟ ଆସିବାର ଅନୁମତି ମିଳିପାରେ।
According to sources, the Barabati Stadium ion Cuttack will host a T20I between India and South Africa#IndianCricketTeam #SouthAfrica #INDvsSA https://t.co/XJZsCvDQpq
— CricketNext (@cricketnext) February 4, 2022
ଜୁନରେ ଭାରତ ଦକ୍ଷିଣ ଆଫ୍ରିକା ସହ ୫ ଟି ମ୍ୟାଚର ଟି- ୨୦ ସିରିଜ ଖେଳିବ ଯାହାର ମ୍ୟାଚ ୯ ଜୁନରୁ ଆରମ୍ଭ ହେବାକୁ ଯାଉଛି। ଏହା ପାଇଁ ସ୍ଥାନ ମଧ୍ୟ ନିର୍ଧାରଣ କରାଯାଇସାରିଛି। ପ୍ରଥମ ଟି-୨୦ ୯ ଜୁନ ଚେନ୍ନାଇ, ଦ୍ୱିତୀୟ ଟି-୨୦ ୧୨ ଜୁନ ବେଙ୍ଗଲୋର, ତୃତୀୟ ଟି-୨୦ ୧୪ ଜୁନ ନାଗପୁର, ଚତ୍ରୁର୍ଥ ଟି-୨୦ ୧୭ ଜୁନ ରାଜକୋଟ ଓ ପଞ୍ଚମ ଟି-୨୦ ୧୯ ଜୁନକୁ ଦିଲ୍ଲୀରେ ଖେଳାଯିବାର ଅଛି। ସଂଜୟ ବେହେରା କରିଛନ୍ତି ଏବେ ୱେଷ୍ଟଇଣ୍ଡିଜ ସିରିଜ ହୋଇପାରିଲାନି କିନ୍ତୁ ଦକ୍ଷିଣ ଆଫ୍ରିକା ସିରିଜର ଗୋଟେ ମ୍ୟାଚ ପ୍ରାୟ ନିଶ୍ଚିତ ବାରବାଟିରେ ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।