BCCI କୁ ବଡ଼ ଝଟକା ଦେଲା ଅଷ୍ଟ୍ରେଲିଆ! ଏହି ତାରିଖ ଯାଏ ନ ଖେଳିପାରନ୍ତି ବଡ଼ ବଡ଼ ନାମୀ ଖେଳାଳି!

ବ୍ୟୁରୋ ରିପୋର୍ଟ: ଅଷ୍ଟ୍ରେଲିଆକୁ ପାକିସ୍ତାନ ଗ୍ରସ୍ତରେ ଟେଷ୍ଟ ସିରିଜ ଓ ସୀମିତ ଓଭର ସିରିଜ ଖେଳିଵାର ଅଛି। ଏହା ପାଇଁ ଟିମର ଘୋଷଣା କରିଦିଆଯାଇଛି। ଏକଦିବସିୟ ଓ ଟି-୨୦ ସିରିଜ ପାଇଁ ଡେଭିଡ ୱାରନରଙ୍କ ସହ ୫ ବଡ଼ ଖେଳାଳିଙ୍କୁ ଟିମରେ ସାମିଲ କରାଯାଇନାହିଁ ତାଙ୍କୁ ଆରାମ ଦିଆଯାଇଛି। କିନ୍ତୁ କ୍ରିକେଟ ଅଷ୍ଟ୍ରେଲିଆରୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପାଇଥିବା ଖେଳାଳି ଇଣ୍ଟରନେସନାଲ ସିରିଜ ସମୟରେ ଆଇପିଏଲରେ ଖେଳିପାରିବେ ନାହିଁ। ତାଙ୍କୁ ବୋର୍ଡ ତରଫରୁ ଏନଓସି ସିରିଜ ଶେଷ ହେବା ପରେ ମିଳିବ। ଏକମାତ୍ର ଟି-୨୦ ସିରିଜ ୫ ଏପ୍ରିଲକୁ ହେବାର ଅଛି। ତେଣୁ ଖେଳାଳି ୬ ଏପ୍ରିଲରୁ ଆଇପିଏଲ ପାଇଁ ବାହାରିବେ। ଗୋଟେ ସପ୍ତାହ କ୍ବାରେଣ୍ଟାଇନରେ ରହି ୧୨ ଏପ୍ରିଲରୁ ହିଁ ଖେଳିପାରିବେ।

Google

ଡେଭିଡ ୱାନରଙ୍କ ଛଡା ଗ୍ଲେନ ମାକ୍ସୱେଲ, ପ୍ୟାଟ କମିନ୍ସ, ଜୋସ ହେଜଲଉଡ଼, କ୍ରିକେଟ ଅଷ୍ଟ୍ରେଲିଆରୁ କଣ୍ଟ୍ରାକ୍ଟ ପାଇଥିବା ଖେଳାଳି ମାନଙ୍କ ମଧ୍ୟରେ ସାମିଲ ଅଛନ୍ତି। ତେଣୁ ଏହି ଖେଳାଳି ୬ ଏପ୍ରିଲ ପର୍ଯ୍ୟନ୍ତ ଆଇପିଏଲରୁ ଦୂରରେ ରହିବେ। କିନ୍ତୁ ଟିମ ଡେଭିଡ, ଡେନିୟଲ ସାମସ, ରିଲେ ମେରେଡିଥ ଓ ନାଥନ କୁଲଟର ନାଇଲଙ୍କୁ କଣ୍ଟ୍ରାକ୍ଟ ମିଳିନାହିଁ ଓ ପାକିସ୍ତାନ ଗ୍ରସ୍ତରେ ମଧ୍ୟ ବଛାଯାଇନାହିଁ। ତେଣୁ ଏହି ଖେଳାଳି ଆଇପିଏଲର ଆରମ୍ଭ ମ୍ୟାଚରେ ଉପଲବ୍ଧ ହେବାର ଚାନ୍ସ ଅଛି।

୫ ଖେଳାଳି କ୍ବାରେଣ୍ଟାଇନ ପରେ ହୋଇପାରନ୍ତି ସାମିଲ:

ପାକିସ୍ତାନ ଗ୍ରସ୍ତପାଇଁ ମାର୍କସ ଷ୍ଟୋଇନିସ ,ମିଚେଲ ମାର୍ସ, ସିନ ଆବର୍ଟ, ଯେସନ ବେହେରନଡୋର୍ଫ ଓ ନାଥନ ଏଲିସ ଙ୍କୁ ଏକଦିବସିୟ ଓ ଟି-୨୦ ଟିମରେ ଜାଗା ମିଳିଛି। ତେଣୁ ଏହି ଖେଳାଳିଙ୍କୁ ସିରିଜ ପରେ କ୍ବାରେଣ୍ଟାଇନରେ ରହିବାକୁ ହେବ। ତେଣୁ ଏହି ଖେଳାଳିଙ୍କୁ ଆହୁରି ସମୟ ଲାଗିବ। କହିରଖିବୁ କି ଡେଭିଡ ୱାଟନରଙ୍କୁ ଦିଲ୍ଲୀ କ୍ୟାପିଟଲ୍ସ ୬.୨୫ କୋଟିରେ ଟିମରେ ସାମିଲ କରିଛି। ସେହିପରି ମାର୍ସଙ୍କ ଉପରେ ୬.୫୦ କୋଟି ଖର୍ଚ୍ଚ ହୋଇଛି।

Google

ସିଙ୍ଗାପୁରରେ ଜନ୍ମ ହୋଇଥିବା ଅଷ୍ଟ୍ରେଲିଆ କ୍ରିକେଟର ଟିମ ଡେଭିଡଙ୍କ ଉପରେ ୫ ଥରର ଆଇପିଏଲ ଚମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ଦାମ ଲଗାଇଛି। ତାଙ୍କୁ ମୁମ୍ବାଇ ୮.୨୫ କୋଟିରେ ଟିମରେ ସାମିଲ କରିଛି। ସେହିପରି ମାକ୍ସୱେଲଙ୍କୁ ଆରସିବି ଓ ଷ୍ଟୋଇନିକ୍ସଙ୍କୁ ଲକ୍ଷନୌ ଅକ୍ସନ ପୂର୍ବରୁ ଟିମରେ ସାମିଲ କରିଥିଲେ। ଏହି ଆଇପିଏଲରେ ୮ ସ୍ଥାନରେ ୧୦ ଟିମ ଓହ୍ଲାଇବେ। ଏବେ ପର୍ଯ୍ୟନ୍ତ ଆଇପିଏଲର ମ୍ୟାଚ ସେଡ୍ୟୁଲ ଜାରିହୋଇନାହିଁ। କିନ୍ତୁ ୨୬ ମାର୍ଚ୍ଚରୁ ଆଇପିଏଲ ଆରମ୍ଭ ହେବାର ସମ୍ଭାବନା ଅଛି। ଅଷ୍ଟ୍ରେଲିଆ ବୋର୍ଡର ଫଇସଲାରେ ଅନେକ ଟିମ ନିରାଶ ଅଛନ୍ତି। ଟିମମାନେ ଏହାକୁ ନେଇ ବିସିସିଆଇ ସହିତ କଥା ହୋଇପାରନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.