ବ୍ୟୁରୋ ରିପୋର୍ଟ: ଆପଣମାନେ ପ୍ରାୟ ଜାଣିଥିବେ ବିସିସିଆଇର ଅଧ୍ୟକ୍ଷ ଅଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି। ସେ ଗତ ୨୬ ମାସ ହେବ ଏହି ଦାୟୀତ୍ୱ ତୁଲାଉଛନ୍ତି। ଆପଣଙ୍କୁ ଏହା ମଧ୍ୟ କହିରଖିବୁ ଗତ ବର୍ଷ ସେପ୍ଟେମ୍ବରରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ। ଏହାକୁ ନେଇ ସେ ଏକ ରିପୋର୍ଟରେ ବୟାନ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି,”ଏହି କରୋନା କାଳରେ ଏହି ଦାୟୀତ୍ୱ ତୁଲାଇବା କିଛି ସହଜ ନୁହେଁ। ଏହା ସହ ମୋର ଏହି ଦାୟୀତ୍ୱ ପରେ ଯାହା ବାକି ରହିବ ଲୋକ ସେ କଥା ବୁଝିବେ”।

କହିରଖିବୁ ତାଙ୍କର କାର୍ଯ୍ୟକାଳରେ ସେ ଅନେକ ସମୟରେ ନିଜ କାମ ପାଇଁ ପ୍ରଶଂସା ପାଇଛନ୍ତି ଓ ଅନେକ ସମୟରେ ଅନେକ ଘଟଣା ପାଇଁ ସେ ଆଲୋଚନାର ଶିକାର ମଧ୍ୟ ହୋଇଛନ୍ତି। ଏହା ଉପରେ ସେ କହିଛନ୍ତି,”ମୋ ଉପରେ ହୋଇଥିବା ଆଲୋଚନା ଗୁଡିକକ କୌଣସି ଅର୍ଥ ନାହିଁ ଓ ଏହାର ଜବାବ ମୁଁ ଦେବିନି ଲୋକଦେବେ। ମୁଁ ଭାରତ ପାଇଁ ୪୨୪ ମ୍ୟାଚରେ ଅଂଶଗ୍ରହଣ କରିଛି ଓ ଏହା କହିବା ମୋର ଭୁଲ ନୁହେଁ। ଜୟ ସାହାଙ୍କ ସହ ମୋ ସମ୍ପର୍କ ଖରାପ ଯେଉଁ କୁହାଯାଉଛି ତାହା ଭୁଲ ଅଟେ ଆମ ମଧ୍ୟରେ ଭଲ ସମ୍ପର୍କ ଅଛି ଓ ଗତ ଦୁଇ ବର୍ଷ ହେବ ଆମେ ଦୁହେଁ ମିଶି ଭଲ କାର୍ଯ୍ୟ କରିଛୁ”।
ସେ ଆହୁରି ମଧ୍ୟ କହିଛନ୍ତି ଏବେ ପୂର୍ଵ ଟେଷ୍ଟ ଅଧିନାୟକ ବିରାଟ ଟେଷ୍ଟ ଅଧିନାୟକ ପଦରୁ ଇସ୍ତପା ଦେବା ପରେ ଚୟନସମିତି ଜଲ୍ଦି ନିଜ ମତ ଅନୁସାରେ ନୂଆ ଅଧିନାୟକ ବାଛିବେ। ସେ ଆଗକୁ କହିଛନ୍ତି ରଣଜୀ ଟ୍ରଫିରେ କମ ମ୍ୟାଚ ହେବାକୁ ଥିବାରୁ ମୁଁ ଜାଣିଛି ଖେଳାଳିଙ୍କର କ୍ଷତି ହୋଇଛି ତେଣୁ ମ୍ୟାଚ ଫିସ ୨.୪ ଲକ୍ଷ ବୃଦ୍ଧି କରାଯାଇଛି।ଆଇପିଏଲର ୧୫ ତମ ସିଜନ ଭାରତରେ ହିଁ ଖେଳାଯିବ ବୋଲି ମଧ୍ୟ ସେ କହିଛନ୍ତି।

ସେ ଆଗକୁ ଏହା ମଧ୍ୟ କହିଛନ୍ତିକି ଭାରତ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ତିନୋଟି ମ୍ୟାଚ ବିଶିଷ୍ଟ ଯେଉଁ ଏକଦିବସିୟ ସିରିଜ ଖେଳିବ ଏହାର ପ୍ରଥମ ମ୍ୟାଚ ଭାରତର ୧୦୦୦ ତମ ଏକଦିବସିୟ ମ୍ୟାଚ ହେବ କିନ୍ତୁ କରୋନା କାରଣରୁ ଏହା ପାଇଁ କୌଣସି ବଡ଼ ଉତ୍ସବ ପାଳନ କରାଯିବନାହିଁ। ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୧୬ ଫେବୃଆରୀରୁ କୋଲକତାରେ ହେବାକୁ ଥିବା ଟି-୨୦ ସିରିଜ ବିଷୟରେ ସେ ବଡ଼ ସୂଚନା ଦେଇ କହିଛନ୍ତି ଯେଉଁ ୭୫% ଲୋକଙ୍କୁ ଆସିବାର ଅନୁମତି କଥା କୁହାଯାଉଛି ତାହା ସେଇଆ ନୁହେଁ କାରଣ ଲୋକ ଆସିବେନି କେବଳ ସିଏବି ଅଧିକାରୀ, ସଦସ୍ୟ ଆଦି ଆସିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।