ବ୍ୟୁରୋ ରିପୋର୍ଟ: କୋଭିଡ-୧୯ ମଧ୍ୟରେ ଆଇପିଏଲ ୨୦୨୨ରେ ରୋମାଞ୍ଚକ ଜାରି ଅଛି। ହାର୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜୁରାଟ ଟାଇଟନ୍ସ ଆଇପିଏଲ ୨୦୨୨ରେ ସୁନ୍ଦର ପ୍ରଦର୍ଶନ ଜାରିରଖିଛି। ରିଷଭ ପନ୍ତ ଦିଲ୍ଲୀ କ୍ୟାପିଟଲ୍ସର ଅଧିନାୟକତ୍ୱ ସମ୍ଭାଳୁଛନ୍ତି ଓ କେ ଏଲ ରାହୁଲ LSG ର ଅଧିନାୟକତ୍ୱ କରୁଛନ୍ତି। ଏହି ତିନି ଭାରତୀୟ ଖେଳାଳି ଆଇପିଏଲ ୨୦୨୨ରେ ସୁନ୍ଦର ଅଧିନାୟକତ୍ୱ କରୁଛନ୍ତି।

ଏହି ବର୍ଷ ଟି-୨୦ ଓ ୨୦୨୩ରେ ଏକଦିବସିୟ ବିଶ୍ୱକପ ଖେଳାଯିବାର ଅଛି। ରୋହିତ ଶର୍ମା ଏବେ ଭାରତୀୟ ତିନୋଟି ଯାକ ଫର୍ମାଟର ଅଧିନାୟକ ଅଛନ୍ତି ଓ ତାଙ୍କ ଅଧିନାୟକତ୍ୱରେ ଭାରତ ପୂର୍ଵ କିଛି ସମୟରେ ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ଆଇପିଏଲ ୨୦୨୨ରେ ତାଙ୍କ ଟିମ ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚଥରର ଚମ୍ପିୟାନ ପ୍ରଦର୍ଶନ ଦେଖି ତାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଯାଉଛି।ତାଙ୍କ ଅଧିନାୟକତ୍ୱରେ ଆଇପିଏଲ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ଲଗାତର ୭ ଟି ମ୍ୟାଚ ହାରିଛି। ସେ ଆଇପିଏଲରେ ପ୍ରଥମ ଅଧିନାୟକ ଯାହାଙ୍କ ଅଧିନାୟକତ୍ୱରେ କୌଣସି ଟିମ ଲଗାତର ଏତେ ମ୍ୟାଚ ହାରିଛି। ଏବେ ହାର୍ଦିକ ଓ ପନ୍ତ ବିସିସିଆଇକୁ ଭବିଷ୍ୟତର ଅଧିନାୟକତ୍ୱ ପାଇଁ ବିକଳ୍ପମୁହାଁ କରାଇଛନ୍ତି।
ହାର୍ଦିକ ପୂର୍ଵ ବର୍ଷ ଟି-୨୦ ବିଶ୍ୱକପ ପରଠୁ କ୍ରିକେଟରୁ ଦୂରରେ ଥିଲେ ଓ ଲଗାତର ତାଙ୍କୁ ଫିଟନେସକୁ ନେଇ ପ୍ରଶ୍ନ ଉଠୁଥିଲା।ସ୍ୱ ସିଧା ଆଇପିଏଲରେ ଓହ୍ଲାଇଲେ ଓ ଗୁଜୁରାଟ ଟାଇଟନ୍ସକୁ ନିଜ ଅଧିନାୟକତ୍ୱରେ ସୁନ୍ଦର ପ୍ରଦର୍ଶନ କରାଇଛନ୍ତି। ସେ ବ୍ୟାଟ୍ସମ୍ୟାନ ରୂପରେ ମଧ୍ୟ ବଲ ପ୍ରଦର୍ଶନ କରୁଛନ୍ତି। ତାଙ୍କ ଅଧିନାୟକତ୍ୱରେ ପ୍ରଥମ ଥର ଆଇପିଏଲରେ ଓହ୍ଲାଇଥିବା ଗୁଜୁରାଟ ନିଜ ଆରମ୍ଭ ୬ ମ୍ୟାଚରୁ ୫ ଟି ଜିତିଛି। ସେ ଟିମ ପାଇଁ ସବୁଠୁ ଅଧିକ ୨୨୮ ରନ କରିଛନ୍ତି। ସେ ଏହି ସିଜନରେ ଦୁଇଟି ଅର୍ଦ୍ଧଶତକ ମାରିସାରିଲେଣି। ସେ ୫ ଟି ମ୍ୟାଚରେ ୧୮.୩ ଓଭର ବୋଲିଙ୍ଗ ମଧ୍ୟ କରିଛନ୍ତି ଓ ବୋଲିଙ୍ଗରେ ମଧ୍ୟ ଫିଟ ଜଣାପଡୁଛନ୍ତି।

ରିଷଭ ପନ୍ତ ମଧ୍ୟ ଆଇପିଏଲ ୨୦୨୨ରେ ଅଧିନାୟକତ୍ୱ ଓ ବ୍ୟାଟ୍ସମ୍ୟାନ ରୂପରେ ବଲ ପ୍ରଦର୍ଶନ କରିଛନ୍ତି। ମୁମ୍ବାଇ ସହ ପ୍ରଥମ ମ୍ୟାଚ ଯେଉଁଥିରେ ସେ ୧ ରନ କରିଥିଲେ ସେହି ମ୍ୟାଚ ଛାଡିଦେବା ତ ଅନ୍ୟ ସବୁ ମ୍ୟାଚରେ ସେ ୩୦+ ସ୍କୋର କରିଛନ୍ତି। ଅଧିନାୟକ ହିସାବରେ ମଧ୍ୟ ସେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ଯଦି କୁଲଦୀପ ଯାଦବଙ୍କ ଫେରିବାକୁ ନେଇ ଚର୍ଚ୍ଚା ହେଉଛି ତେବେ ଏହାର ଶ୍ରେୟ ମଧ୍ୟ ରିଷଭଙ୍କୁ ଯାଉଛି। ତାଙ୍କ ଅଧିନାୟକତ୍ୱରେ ଧୋନିଙ୍କ ଝଲକ ଦେଖିବାକୁ ମିଳିଥାଏ। ଏବେ ବିସିସିଆଇ ପାଇଁ ଭବିଷ୍ୟତ ପାଇଁ ଏହି ଦୁଇ ଖେଳାଳି ଅଧିନାୟକର ବିକଳ୍ପ ହୋଇପାରନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।