ସୌରଭ ଗାଙ୍ଗୁଲିଙ୍କୁ ତ ପ୍ରାୟ ଆପଣ ଜାଣିଥିବେ। ଭାରତୀୟ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କୋଭିଡ ପଜିଟିଭ ଚିହ୍ନଟ ହେଇ ଯାଇଛନ୍ତି। ତାଙ୍କୁ ହସ୍ପିଟାଲ ନିଆ ଯାଇଛି ଆଉ ତାଙ୍କର ଅବସ୍ଥା ଭଲ ଅଛି। ସେ ଆଇସଲେସନରେ ଅଛନ୍ତି। ଗାଙ୍ଗୁଲିଙ୍କର କୋଭିଡ ରିପୋର୍ଟ ସୋମବାର ରାତିରେ ପଜିଟିଭ ଆସିଲା। ସେ ଏଥର ଦ୍ୱିତୀୟ ଥର ପାଇଁ ହସ୍ପିଟାଲରେ ଭର୍ତ୍ତି ହେଇ ସାରିଛନ୍ତି। ଏହା ଆଗରୁ ତାଙ୍କୁ ଥରେ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା ଆଉ ଯାହା ଅନୁମାନ କରାଯାଉଛି କି ଭାରତରେ ଓମ୍ରିକନ ଭାରିଆଣ୍ଟ ବହୁତ ଜଲଦି ବ୍ୟାପିବାରେ ଲାଗିଛି।

ସୌରଭ ଗାଙ୍ଗୁଲି ଦୁଇଟି ଡୋଜ ଟୀକା ନେଇ ସାରିଛନ୍ତି ଆଉ ସେ ଲଗାତାର ବହୁତ ଅଧିକ ଟ୍ରାଭେଲ କରୁଥିଲେ ଆଉ ସେ ଘରୁ ବହୁତ ଅଧିକ ଦୁରେଇ ରହୁଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା ପରେ ତାଙ୍କ ପିସିଆର ଆଉ ଆର୍ଟି ଟେଷ୍ଟ କରା ଯାଇଥିଲା ଯାହା କି ପଜିଟିଭ ଆସିଥିଲା। ବିସିସିଆଇର ଏକ ସୂତ୍ର କହିଲେ , ” ତାଙ୍କୁ ଉଡ଼ଲ୍ୟାଣ୍ଡସ ନର୍ସିଂହୋମରେ ଭର୍ତ୍ତି କରା ଯାଇଛି। ତାଙ୍କୁ ବହୁତ ସାରା ମେଡ଼ିସିନ ଦିଆ ଯାଇଛି ଆଉ ତାଙ୍କର ହାଲ ସ୍ଥିର ଅଛି। ତାଙ୍କୁ ଏବର୍ଷ ଦୁଇଥର ହସ୍ପିଟାଲରେ ଭର୍ତ୍ତି କରା ଯାଇସାରିଛି।”
ତାଙ୍କୁ ଏବର୍ଷ ହୃଦୟଗତ ସମସ୍ୟା ପାଇଁ ହସ୍ପିଟାଲରେ ଆଡ଼ମିଟ କରା ଯାଇସାରିଥିଲା ଆଉ ତାଙ୍କ ସାନ ଭାଇ ସ୍ନେହାସିସ ଗାଙ୍ଗୁଲିଙ୍କୁ ମଧ୍ୟ ଭର୍ତ୍ତି କରା ଯାଇଥିଲା। ସେ ମଧ୍ୟ କୋଭିଡ଼ର ଶିକାର ହେଉଥିଲେ।
ଏହି ଦିନ ମାନଙ୍କରେ ଗାଙ୍ଗୁଲି ବହୁତ ଅଧିକ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ବିରାଟ କୋହଲି ଉପରେ ନେଇ ଦିଆ ଯାଇଥିଲା ମତ ସାରା ଭାରତରେ ଆଉ ବିସିସିଆଇ ଅଫିସରେ ଭୁଚାଳ ଆଣି ଦେଇଥିଲା। ଟି ଟ୍ୱେଣ୍ଟି ବିଶ୍ୱକପରେ ଭାରତର ନିରାଶାଜନକ ପ୍ରଦର୍ଶନ ପରେ ବିରାଟ କୋହଲିଙ୍କୁ ଅଚାନକ ଅଧିନାୟକତ୍ତ୍ୱରୁ ହଟାଇ ଦିଆ ଯାଇଥିଲା ଆଉ ରୋହିତ ଶର୍ମାଙ୍କୁ ଅଧିନାୟକ କରା ଯାଇଥିଲା।ସୌରଭ ଗାଙ୍ଗୁଲି ତାହାପରେ କହିଲେ କି ସେ ମଧ୍ୟ କୋହଲିଙ୍କୁ ଟି ଟ୍ୱେଣ୍ଟି ଅଧିନାୟକ ପଦବୀରୁ ନବାହାରିବା ପାଇଁ କହିଥିଲେ ମାତ୍ର କୋହଲି ତାଙ୍କ କଥାର ଖଣ୍ଡନ କଲେ ।

କୋହଲି କହିଲେ କି ତାଙ୍କୁ ଅଧିନାୟକ ପଦବୀ ରଖିବା ପାଇଁ କେବେ ବି ଅନୁରୋଧ କରା ଯାଇନଥିଲା। ତେବେ ଗାଙ୍ଗୁଲି ଆଉ କୋହଲି ବିବାଦ ଭିତରେ ବହୁତ କ୍ରିକେଟ ଏକ୍ସପର୍ଟ ମାନେ ଗାଙ୍ଗୁଲିଙ୍କୁ ଭୁଲ ବୋଲି କହିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।