BCCI ଆଗରେ ନଇଁଲା କ୍ରିକେଟ ଦକ୍ଷିଣ ଆଫ୍ରିକା, ନିଜ ଦେଶର ନିୟମକୁ ମଧ୍ୟ ମାନିବ ନାହିଁ! ନେଲା ବଡ଼ ଫଇସଲା

ଟିମ ଇଣ୍ଡିଆ ଏବେ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଅଛି ଯେଉଁଠି ଟିମ ଇଣ୍ଡିଆକୁ ତିନୋଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଓ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ଖେଳବାର ଅଛି। ଟେଷ୍ଟ ସିରିଜର ଆରମ୍ଭ ୨୬ ଡିସେମ୍ବରକୁ ସଂଚୁରିଆନରେ ହେବାର ଅଛି। ପ୍ରଥମ ଟେଷ୍ଟ ମ୍ୟାଚ ପୂର୍ବରୁ କ୍ରିକେଟ ଦକ୍ଷିଣ ଆଫ୍ରିକା ଓ ବିସିସିଆଇ ବଡ଼ ଫଇସଲା ନେଇଛି। କରୋନାକୁ ଦେଖି ଏହି ସିରିଜରେ ଷ୍ଟାଡିୟମରେ ପ୍ରସଂସକଙ୍କ ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯେବେକି ଦକ୍ଷିଣ ଆଫ୍ରିକାରେ ଟୀକା ନେଇଥିବା ୨ ହଜାର ପ୍ରସଂସକଙ୍କୁ ଆସିବାର ଅନୁମତି ଅଛି। କିନ୍ତୁ ବୋର୍ଡ ସରକାରଙ୍କ ନିସ୍ପତି ଉପରେ ନୂଆ ନିସ୍ପତି ଲାଗୁକରିଛି।

Google

ଖେଳାଳିଙ୍କ ସୁରକ୍ଷା ଓ ବାୟୋବବୁଲକୁ ଧ୍ୟାନରେ ରଖି ଦୁଇ ବୋର୍ଡ ଏହି ଫଇସଲା ନେଇଛନ୍ତି। ଏହା ପୂର୍ବରୁ ଏସେଜ ସିରିଜ ସମୟରେ ପ୍ୟାଟ କମିନ୍ସ କରୋନ ପଜେଟିଭ ମିଳିଥିଲେ। ଏହି କାରଣରୁ ସେ ଦ୍ୱିତୀୟ ଟେଷ୍ଟରୁ ବାହାର ହୋଇଯାଇଥିଲେ।ସିଏସଏ କହିଛିକି ଏବେ ଟିକେଟ ବିକ୍ରିକରାଯିବ ନାହିଁ।ସେ କହିଛିକି କରୋନାର ବଢୁଥିବାସଂକ୍ରମଣ କାରଣରୁ ଏହି ଫଇସଲା ନିଆଯାଇଛି ଯାହା ଦ୍ଵାରା ସିରିଜ ଯେପରି କୌଣସି ଅସୁବିଧାରେ ପୁରା ହେଇପାରିବ। କହିରଖିବୁକି କରୋନାର ନୂଆ ଭ୍ୟାରିଏଣ୍ଟ ପରେ ମଧ୍ୟ ବିସିସିଆଇ ଟିମ ଇଣ୍ଡିଆକୁ ଗ୍ରସ୍ତରେ ପଠାଇଛି।

ଟି-୨୦ ଲିଗର ଲଗାତର ଦ୍ୱିତୀୟ ବର୍ଷ ବାତିଲ:ଏହା ପୂର୍ବରୁ ସିଏସଏ କହିଛିକି ଏମଏସଏଲକୁ କରୋନା ସଂକ୍ରମଣ କାରଣରୁ ଲଗାତର ଦ୍ୱିତୀୟ ବର୍ଷ ମଧ୍ୟ ବାତିଲ କରିଦିଆଯାଇଛି। ଏହି ଲିଗର ଆୟୋଜନ ଫେବୃୟାରୀରେ ହେବାକୁ ଥିଲା କିନ୍ତୁ କରୋନା ସଂକ୍ରମଣ କାରଣରୁ ଅନେକ ଦେଶ ଦକ୍ଷିଣ ଆଫ୍ରିକା ଗ୍ରସ୍ତ ଉପରେ ପ୍ରତିବନ୍ଧକ ଲଗାଇଦେଇଥିବା କାରଣରୁ ଏହି ଲିଗକୁ ବାତିଲ କରିଦିଆଯାଇଛି। ଏହା ପୂର୍ବରୁ ୨୦୨୦ରେ ମଧ୍ୟ ଏହି ଲିଗକୁ ସଂକ୍ରମଣ କାରଣରୁ ବାତିଲ କରିଦିଆଯାଇଥିଲା।

 

ଟି-୨୦ ଚ୍ୟାଲେଞ୍ଜର ଆୟୋଜନ ଫେବୃୟାରୀରେ:ସିଏସଏର କାର୍ଯ୍ୟବାହକ ସିଇଓ ଫୋଲେତସି ମୌସେକି କହିଛନ୍ତି,”ଏମଏସଏଲର ୨୦୨୧ ସିଜନକୁ ରଦ୍ଧ କରିବାର ଫଇସଲାର ଅର୍ଥ ଏହାକି ସିଏସଏସ ଓ ଏହାର ରଣନୀତିକୁ କୋଭିଡ-୧୯ପରେ ଏହାର ସମୀକ୍ଷା ଓ ଏହାର ବଜାରସ୍ଥିତିକୁ ପୁଣି ହାଲସ କରିବାର ମୌକା ମିଳିବ”। ସେ ଆଗକୁ କହିଛନ୍ତି,”ଏଥିପାଇଁ ଏମଏସଏଲ ଜାଗରେ ଘରୋଇ ସିଏସଏ ଟି-୨୦ଚ୍ୟାଲେଞ୍ଜର ଆୟୋଜନ କରାଯିବ। ଯେଉଁଥିରେ ୮ ଟି ଟିମ ଭାଗ ନେବ ଓ ଏହା ଫେବୃୟାରୀ ୨୦୨୨ରେ ଆୟୋଜନ କରାଯି”।

ଦକ୍ଷିଣ ଆଫ୍ରିକାରେ ପୂର୍ବସପ୍ତାହରେ ଚତ୍ରୁର୍ଥ ଲହରୀ କାରଣରୁ କୋଭିଡ-୧୯ର ଦୈନିକ ରେକର୍ଡ ସାମ୍ନାକୁ ଆସୁଛି। ମାନାଯାଉଛିକି ଆଉ ଏକ ଲହରୀର କାରଣ ଓମିକ୍ରନ ଭ୍ୟାରିଏଣ୍ଟ ଅଟେ। ରବିବାରକୁ ସିଏସଏ କୋଭିଡ-୧୯ ଡ଼ର କାରଣରୁ ଚାରି ଦିବସିୟ ଟିମ ସିରିଜର ବାକି ମ୍ୟାଚକୁ ସ୍ଥଗିତ କରିଦେଇଥିଲା। ଏହା ଦେଶର ଶୀର୍ଷ ଘରୋଇ ପ୍ରତିଯୋଗୀତା ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *