ବ୍ୟୁରୋ ରିପୋର୍ଟ: ପୂର୍ଵ ଭାରତୀୟ ମହାନ ଖେଳାଳି ଭିଭିଏସ ଲକ୍ଷ୍ମଣଙ୍କୁ ଏସିଆ କପ ପାଇଁ ଭାରତୀୟ ଟିମର ଅନ୍ତରିମ କୋଚ ନିଯୁକ୍ତି କରାଯାଇଛି। ବିସିସିଆଇ ବୁଧବାରକୁ ଏହି ସୂଚନା ଦେଇଛି। ହେର୍ଡ କୋଚ ରାହୁଲ ଦ୍ରାଭିଡ଼ କ-ରୋ- ନା ପ-ଜେ-ଟି-ଭ ହେବା ପରେ ଏହି ଫଇସଲା ନିଆଯାଇଛି। ଭାରତୀୟ ଟିମ ଏସିଆ କପ ୨୦୨୨ରେ ନିଜର ପ୍ରଥମ ମ୍ୟାଚ ୨୮ ଅଗଷ୍ଟକୁ ପାକିସ୍ତାନ ବିରୁଦ୍ଧରେ ଖେଳିବାର ଅଛି।
NEWS – VVS Laxman named interim Head Coach for Asia Cup 2022.
More details here 👇👇https://t.co/K4TMnLnbch #AsiaCup #TeamIndia
— BCCI (@BCCI) August 24, 2022
ବଲକ୍ଷ୍ମଣ ଏବେ ଏନସିଏର ପ୍ରମୁଖ ଅଟନ୍ତି। ସେ ଜିମ୍ବାୱେ ଗ୍ରସ୍ତରେ ଭାରତୀୟ ଟିମ ସହିତ ହରାରେ ଯାଇଥିଲେ। ସେବେ ଭାରତୀୟ ଟିମ ଜିମ୍ବାୱେ ବିରୁଦ୍ଧରେ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ୩-୦ରେ କ୍ଲିନ ସୁଇପ କରିଥିଲା। ଏବେ ସେ ରାହୁଲ ଦ୍ରାଭିଡଙ୍କ ଅନୁପସ୍ଥିତରେ ଭାରତୀୟ ଟିମ ଉପରେ ନଜର ରଖିବେ। ଲକ୍ଷ୍ମଣ ଦୁବାଇ ପାଇଁ ଉପଅଧିନାୟକ କେ ଏଲ ରାହୁଲ ,ଦୀପକ ହୁଡ୍ଡା ଓ ଆଭେଶ ଖାନଙ୍କ ସହିତ ହରାରେରୁ ଯାଇଥିଲେ।
ଏହା ମଧ୍ୟରେ ଏସିଆ କପ ପାଇଁ ୟୁଏଇ ଯିବା ପୂର୍ବରୁ ରାହୁ ଦ୍ରାଭିଡଙ୍କ କ-ରୋ- ନା ଟେଷ୍ଟ ହେଇଥିଲା ଓ ରିପୋର୍ଟ ପଜେଟିଭ ଆସିଥିଲା। ସେଥିପାଇଁ ସେ ଟିମ ସହିତ ଦୁବାଇ ଯାଇପାରିନାହଁନ୍ତି। ସେ ବିସିସିଆଇର ମେଡିକାଲ ଟିମଙ୍କ ନଜରରେ ରହିଛନ୍ତି। ତାଙ୍କ ଠାରେ କ-ରୋ- ନା-ର ହାଲ୍କା ଲକ୍ଷଣ ଅଛି।
Hello DUBAI 🇦🇪
Hugs, smiles and warm-ups as we begin prep for #AsiaCup2022 #AsiaCup | #TeamIndia 🇮🇳 pic.twitter.com/bVo2TWa1sz
— BCCI (@BCCI) August 24, 2022
ବିସିସିଆଇ ଏକ ବୟାନରେ କହିଛି ଦ୍ରାଭିଡଙ୍କ କ-ରୋ- ନା ରିପୋର୍ଟ ନେଗେଟିଭ ଆସିବା ପରେ ସେ ଟିମ ସହିତ ଯୋଡି ହେବେ। କିନ୍ତୁ ବିସିସିଆଇ ଏହା ସୂଚନା ଦେଇନାହିଁକି ଦ୍ରାଭିଡ କେତେ ଦିନ ଆଇସୋଲେସନରେ ରହିବେ। ଏସିଆ କପ ୨୦୨୨ରେ ରୋହିତ ଶର୍ମା ଅଧିନାୟକ କରିବେ ଯାହାଙ୍କୁ ଜିମ୍ବାୱେ ସିରିଜରେ ଆରାମ ଦିଆଯାଇଥିଲା। ରୋହିତଙ୍କ ସହ ଜିମ୍ବାୱେ ସିରିଜରେ ପ୍ରମୁଖ ଖେଳାଳି ବିରାଟ କୋହଲି, ଯଶପ୍ରୀତ ବୁମରା, ରିଷଭ ପନ୍ତଙ୍କ ପରି ଖେଳାଳିଙ୍କୁ ମଧ୍ୟ ଆରାମ ଦିଆଯାଇଥିଲା।
ଭାରତ ଏସିଆ କପ ସବୁଠୁ ଅଧିକ ୭ ଥର ଜିତିଛି ,ସେହିପରି ଶ୍ରୀଲଙ୍କା ୫ ଥର ଓ ପାକିସ୍ତାନ ୨ ଥର ଜିତିଛି। ପୂର୍ଵ ଥର ଭାରତ ଓ ପାକିସ୍ତାନ ଟିମ ଟି-୨୦ ବିଶ୍ୱକପ ୨୦୨୧ରେ ସାମ୍ନା ସାମ୍ନି ହୋଇଥିଲେ ସେବେ ପାକିସ୍ତାନ ଭାରତକୁ ୧୦ ୱିକେଟରେ ହରାଇଥିଲା। ଏବେ ଭାରତ ପାକିସ୍ତାନଠୁ ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ। ଭାରତ ୨୦୧୮ ରେ ରୋହିତଙ୍କ ଅଧିନାୟକତ୍ୱରେ ହିଁ ଏସିଆ କପ ଜିତିଥିଲା।