ବ୍ୟୁରୋ ରିପୋର୍ଟ: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ବିଜୟ ପଥରେ ଆଗେଇ ଚାଲିଛି। ଭାରତୀୟ ଟିମ ଶନିବାରକୁ ଶ୍ରୀଲଙ୍କା ବିରୁଦ୍ଧରେ ଦ୍ୱିତୀୟ ଟି-୨୦ରେ ୭ ୱିକେଟରେ ବିଜୟ ଲାଭ କରି ତିନୋଟି ମ୍ୟାଚର ଟି-୨୦ ସିରିଜରେ ୨-୦ରେ ଆଗେଇଯାଇଛି। ଏହି ସିରିଜରେ ଭାରତୀୟ ଟିମ ଚୂଡାନ୍ତ ଏକାଦଶରେ ଲଗାତର ପରିବର୍ତ୍ତନ କରିଛି। ଆଗକୁ ଟି-୨୦ ବିଶ୍ୱକପ ଥିବାରୁ ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶରେ ଲଗାତର ପରିବର୍ତ୍ତନ ହେବ। ଏହି ସିରିଜରେ ଶ୍ରେୟସଙ୍କୁ ବିରାଟ କୋହଲିଙ୍କ ଜାଗାରେ ତିନି ନମ୍ବରରେ ଓହ୍ଲାଯାଇଛି ଯିଏକି ସୁନ୍ଦର ଭାବେ ରନ କରୁଛନ୍ତି। ଶ୍ରୀଲଙ୍କା ବିରୁଦ୍ଧରେ ଟି-୨୦ସିରିଜରେ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ଟିମ ଇଣ୍ଡିଆର ପୂର୍ଵ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ମହମ୍ମଦ କୈଫ ରୋହିତ ଶର୍ମାଙ୍କର ପ୍ରଶଂସା କରିଛନ୍ତି।

କମେଟ୍ରି କରୁଥିବା ମହମ୍ମଦ କୈଫ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି,”ରୋହିତ ଶର୍ମାଙ୍କ ସହ ହାତ ମିଳାଇବା ବେଳେ ସାବଧାନ ରହିବ କାରଣ ସେ ଯେଉଁ ଜିନିଷକୁ ଛୁଇଁଥାନ୍ତି ତାହା ସୁନା ହୋଇଯାଇଥାଏ। ଶ୍ରେୟସ ଅୟରଙ୍କୁ ନମ୍ବର ୩ରେ ବ୍ୟାଟିଙ୍ଗ ଦେଲେ, ବୋଲିଙ୍ଗରେ ପରିବର୍ତ୍ତନ କଲେ ଯାହାକି ମାଷ୍ଟର ଷ୍ଟ୍ରୋକ ଥିଲା”। କୈଫ ହ୍ୟାସଟ୍ୟାଗରେ ଗୋଲଡେନ ଟଚ ଦେଇଥିଲେ। ରୋହିତ ଦ୍ୱିତୀୟ ଟି-୨୦ ମ୍ୟାଚରେ କ୍ୟାଚର ଅର୍ଦ୍ଧଶତକ ପୁରା କରିଛନ୍ତି। ସେ ଟି-୨୦ ଇଣ୍ଟରନେସନାଲରେ ୫୦ କ୍ୟାଚ ଧରିଥିବା ପ୍ରଥମ ଭାରତୀୟ ଖେଳାଳି ହୋଇଯାଇଛନ୍ତି।
ଏହି ବିଜୟ ସହ ଭାରତୀୟ ଟିମ ପୂର୍ଵ ବର୍ଷ ଟି-୨୦ ସିରିଜରେ ଶ୍ରୀଲଙ୍କାରେ ମିଳିଥିବା ପରାଜୟର ପ୍ରତିଶୋଧ ପୁରା କରିଛନ୍ତି। ଭାରତୀୟ ଟିମର ଏହା ଟି-୨୦ ଇଣ୍ଟରନେସନାଲରେ ଲଗାତର ୧୧ ନମ୍ବର ବିଜୟ ଅଟେ। ଏହା ପୂର୍ବରୁ ଭାରତୀୟ ଟିମ ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜକୁ ତିନୋଟି ମ୍ୟାଚ ବିଶିଷ୍ଟ ଘରୋଇ ଟି-୨୦ ସିରିଜରେ ୩-୦,୩-୦ ରେ ହରାଇଥିଲା। ଦ୍ୱିତୀୟ ଟି-୨୦ ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଙ୍ଗ କରି ୫ ୱିକେଟ ହରାଇ ୧୮୩ ରନ କରିଥିଲା। ଟାର୍ଗେଟର ପିଛା କରିବାକୁ ଓହ୍ଲାଇ ଭାରତୀୟ ଟିମ ଓପନର ରୋହିତ ଶର୍ମା(୧) ଓ ଇସାନ କିସନ (୧୬) ଜଲ୍ଦି ଆଉଟ ହେବା ପରେ ମଧ୍ୟ ୧୭.୧ ଓଭରରେ ୩ ୱିକେଟ ହରାଇ ବିଜୟ ହାସଲ କରିନେଇଥିଲା।
Be careful to shake hands with Rohit Sharma these days. Anything he touches turns to gold. Shreyas at No.3, rotation of players, bowling changed. Every move, a master stroke. #Goldentouch @ImRo45
— Mohammad Kaif (@MohammadKaif) February 27, 2022
ମ୍ୟାନ ଅଫ ଦି ମ୍ୟାଚ ଶ୍ରେୟସ ଅୟରଙ୍କୁ ସଞ୍ଜୁ ସାମସନ ରବିନ୍ଦ୍ର ଜାଡେଜାଙ୍କ ଭଲ ସପୋର୍ଟ ମିଳିଲା। ସେ ତୃତୀୟ ୱିକେଟ ପାଇଁ ସାମସନଙ୍କ ସହ ୮୪ ରନର ପାର୍ଟନରସିପ କରିଥିଲେ। ସାମସନ ୨୫ ବଲରେ ଦୁଇଟି ଚୌକା ଓ ତିନୋଟି ଛକା ଦ୍ଵାରା ୩୯ ରନ କରିଥିଲେ। ଏହା ପରେ ଅୟର ଜାଡେଜାଙ୍କ ସହ ୫୮ ରନର ନଟଆଉଟ ପାର୍ଟନରସିପ କରିଥିଲେ ଯେଉଁଥିରେ ଜାଡେଜା ୧୮ ବଲରେ ୪୫ ରନ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।