ବ୍ୟୁରୋ ରିପୋର୍ଟ:ଇଂଲଣ୍ଡକୁ ଅତୀତରେ ଅଲରାଉଣ୍ଡରଙ୍କୁ ଅଧିନାୟକ କରିବା ଭାରି ପଡିଛି। ଏବେ ଇଂଲଣ୍ଡ ଆଉ ଜଣେ ଅଲରାଉଣ୍ଡର ବେନ ଷ୍ଟୋକସଙ୍କୁ ଅଧିନାୟକ କରିଛି। କିନ୍ତୁ ଷ୍ଟୋକସ କହିଛନ୍ତି ସେ ସବୁକିଛି ବଦଳାଇବେ।କହିରଖିବୁ ଇଂଲଣ୍ଡ ପୂର୍ବରୁ ଦୁଇ ଅଲରାଉଣ୍ଡର ଇୟାନ ବୋଥାମ ଓ ଆଣ୍ଡୟୁ ଫ୍ଲିଣ୍ଟପଙ୍କୁ ଅଧିନାୟକ କରିଥିଲା ଯାହା ପରେ ଦୁହିଁଙ୍କ ଫର୍ମ ତଳକୁ ଖସିଥିଲା। ଇଂଲଣ୍ଡ ୧୯୮୦-୮୧ ପର୍ଯ୍ୟନ୍ତ ବାର୍ଥମଙ୍କ ଅଧିନାୟକତ୍ୱରେ ୧୨ ଟି ଟେଷ୍ଟ ଖେଳିଥିଲା ଓ ଗୋଟେ ମଧ୍ୟ ମ୍ୟାଚ ଜିତିପାରିନଥିଲା। ୨୦୦୬-୭ ରେ ଫ୍ଲିଣ୍ଟପଙ୍କ ଅଧିନାୟକତ୍ୱରେ ୧୧ ଟେଷ୍ଟରୁ ମାତ୍ର ଦୁଇଟି ମ୍ୟାଚ ଜିତିଥିଲା। ଆଇପିଏଲ ଖେଳିବାକୁ ନେଇ ଷ୍ଟୋକସ କହିଛନ୍ତି ତାଙ୍କ ପାଇଁ ଟେଷ୍ଟ ପ୍ରାଥମିକତା ଅଟେ।

ମଙ୍ଗଳବାରକୁ ପ୍ରଥମ ଥର ଟେଷ୍ଟ ଅଧିନାୟକ ରୂପରେ ବେନ ଷ୍ଟୋକସ ମିଡ଼ିଆରେ ବୟାନ ଦେଇଛନ୍ତି। ସେ କହିଛନ୍ତି ମୁଁ ଛୋଟ ବେଳୁ ଆଣ୍ଡୟୁ ଫ୍ଲିଣ୍ଟପ ଓ ଇୟାନ ବାର୍ଥମଙ୍କୁ ଦେଖିଆସିଛି। କିନ୍ତୁ ମୁଁ ତାଙ୍କ ଭଳି ହେବାକୁ ଚାହୁଁନଥିଲି କାରଣ ମୁଁ ବେନ ଷ୍ଟୋକସ ଅଟେ। ଷ୍ଟୋକସ ମାନସିକ ଅସୁସ୍ଥତା କାରଣରୁ ବର୍ଷ ୨୦୨୧ର କିଛି ମ୍ୟାଚ ଖେଳିପାରିନଥିଲେ। ତାଙ୍କ ଆଙ୍ଗୁଠିରେ ଦୁଇଟି ଅପରେସନ ମଧ୍ୟ ହୋଇଥିଲା।
ବ୍ରେକଦ୍ଵାରା ମିଳିଲା ଫାଇଦା:
ଷ୍ଟୋକସ କହିଛନ୍ତି ପୂର୍ଵ ବର୍ଷର ଅନୁଭବରୁ ତାଙ୍କୁ ବହୁତ ଫାଇଦା ମିଳିବ। ସେ କହିଛନ୍ତି ମାନସିକ ସ୍ୱାସ୍ଥ୍ୟ ମହତ୍ତ୍ୱପୂର୍ଣ୍ଣ ଅଟେ ମୁଁ ବ୍ରେକ ନେଲି ଲୋକଙ୍କ ସହ ମିଶିଲି ଯାହା ମୋ ପାଇଁ ବେସ୍ ଲାଭଦାୟକ ସାବ୍ୟସ୍ତ ହେଲା। ପୂର୍ଵ ବର୍ଷରୁ ମୁଁ ଅନୁଭବ କରିଛି କି ଆପଣଙ୍କୁ କେଉଁ କେଉଁ ଜିନିଷର ସାମ୍ନା କରିବାକୁ ପଡିପାରେ।
Ben Stokes dismisses workload concerns and insists his captaincy isn't destined to have the same fate as Botham's and Flintoff's ?
? https://t.co/rNOzK9IvU0 pic.twitter.com/oEvoWvBlih
— ESPNcricinfo (@ESPNcricinfo) May 3, 2022
ସିନିୟର ମଧ୍ୟ ରଖିପାରିବେ ନିଜ କଥା:
ବେନ ଷ୍ଟୋକସ କହିଛନ୍ତି ମୁଁ ସର୍ବଦା ଅନୁଭବ କରିଛି ମୁଁ ଜଣେ ଏପରି ଖେଳାଳି ଯାହାଙ୍କୁ ସିନିୟର ଓ ଯୁବ ଖେଳାଳି ନିଜ ଇଚ୍ଛା ସହଜରେ ପ୍ରକାଶ କରିପାରିବେ ଓ ଏହା ଆଗକୁ ଜାରିରହିବ।କହିରଖିବୁ ୨୦୧୭ରେ ୱେଷ୍ଟଇଣ୍ଡିଜ ସହ ମ୍ୟାଚ ପରେ ଷ୍ଟୋକସ ଦୁଇ ସାଥିଙ୍କ ସହ ଲୋକଙ୍କ ସହ ମାଡ଼ପିଟି କରିଥିଲେ କିନ୍ତୁ ଦୋଷୀ ହୋଇନଥିଲେ କାରଣ ସେ କହିଥିଲେ ସେ ଆତ୍ମରକ୍ଷା ପାଇଁ ଏପରି କରିଛନ୍ତି। କିନ୍ତୁ ଏହା ପରର ବର୍ଷ ୨୦୧୮ରେ ତାଙ୍କୁ ଉପଅଧିନାୟକ ପଦରୁ ବାହାର କରିଦିଆଯାଇଥିଲା।
୧୭ ରୁ ଗୋଟେ ଟେଷ୍ଟରେ ମିଳିଛି ବିଜୟ:
ଷ୍ଟୋକ କହିଛନ୍ତି ତାଙ୍କୁ ଗର୍ବ ଅନୁଭବ ହେଉଛି କି ସେ ଖରାପ ସମୟରୁ ବାହାରି ଇଂଲଣ୍ଡ ଟିମର ଅଧିନାୟକ ହୋଇପାରିଛନ୍ତି। ଇଂଲଣ୍ଡ ଟିମ ନିଜ ସେସ ୧୭ ମ୍ୟାଚରୁ ମାତ୍ର ଗୋଟେ ମ୍ୟାଚରେ ବିଜୟ ପାଇଛି। ତେଣୁ ଷ୍ଟୋକସଙ୍କୁ ଏହା ଉପରେ ଧ୍ୟାନ ଦେବାକୁ ହେବ। ସେ ନିଜେ ମଧ୍ୟ କହିଛନ୍ତି ମତେ ଜଣାଅଛି କି ମତେ ଇଂଲଣ୍ଡକୁ ପୁଣି ଥରେ ଟେଷ୍ଟ ବିଜୟ ଦେବା ପାଇଁ ବହୁତ କଷ୍ଟ କରିବାକୁ ପଡିବ।
Thanks for all the messages, proud day for me and my family. I love playing cricket for England, see you at Lord’s pic.twitter.com/AvgN4DDLah
— Ben Stokes (@benstokes38) April 28, 2022
ୱେଷ୍ଟଇଣ୍ଡିଜ ଗ୍ରସ୍ତରୁ ବାହାର ହୋଇଥିବା ଇଂଲଣ୍ଡର ଦୁଇ ପ୍ରମୁଖ ପେସର ଜେମ୍ସ ଆଣ୍ଡରସନ ଓ ଷ୍ଟୁଆର୍ଟ ବ୍ରଡ଼ଙ୍କୁ ଷ୍ଟୋକସଙ୍କ ଅଧିନାୟକତ୍ୱରେ ପୁଣି ଟିମରେ ଚୟନ ହୋଇପାରେ। ଷ୍ଟୋକ କହିଛନ୍ତି ଟେଷ୍ଟ ମ୍ୟାଚ ଜିତିବା ପାଇଁ ଆପଣଙ୍କୁ ସର୍ବଶ୍ରେଷ୍ଠ ଚୂଡାନ୍ତ ଏକାଦଶ ବାଛିବାକୁ ହେବ। ଫିଟ ହେବା ପରେ ଆଣ୍ଡରସନ ଓ ବ୍ରଡ ଚୟନ ପାଇଁ ଉପଲବ୍ଧ ହେବେ କାରଣ ଦୁହେଁ ଇଂଲଣ୍ଡର ପ୍ରମୁଖ ବୋଲର ଅଟନ୍ତି। ସେ ସର୍ବଶ୍ରେଷ୍ଠ ଏକାଦଶର ଅଂଶ ଅଟନ୍ତି ବୋଲି ଷ୍ଟୋକସ କହିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।