ଅଧିନାୟକ ହେବା ପରେ ଷ୍ଟୋକସ୍ ଖେଳିଲେ ଜବରଦସ୍ତ ପାରି! ଖେଳିଲେ ୧୬୧ ରନର ସୁନ୍ଦର ପାରି!

ବ୍ୟୁରୋ ରିପୋର୍ଟ: ଅଳ୍ପଦିନ ତଳେ ଷ୍ଟୋକସଙ୍କୁ ଇଂଲଣ୍ଡ ଟେଷ୍ଟ ଟିମର ନୂତନ ଅଧିନାୟକ କରାଯାଇଛି ଓ ସେ ଶତକ ସହ ଏହାର ଖୁସି ପାଳନ କରିଛନ୍ତି। କାଉଁଟି ଚମ୍ପିୟାନସିପରେ ସେ ଡରହମ ତରଫରୁ ଖେଳି ଶୁକ୍ରବାରକୁ ସୁନ୍ଦର ଶତକ ମାରିଛନ୍ତି। ଏତିକି ନୁହେଁ ସେ ଗୋଟେ ଓଭରରେ ଲଗାତର ୫ ଟି ଛକା ମାରି ୩୪ ରନ ସେହି ଓଭରରେ କରିଥିଲେ। ଦୁଇ ଦିବସିୟ ମ୍ୟାଚର ଦ୍ୱିତୀୟ ଦିନ ଟିମ ବୋସେଷ୍ଟରସାୟର ବିରୁଦ୍ଧରେ ପାରିରେ ୬ ୱିକେଟ ହରାଇ ୫୮୦ ରନରେ ପାରି ଘୋଷଣା କରିଛି। ଷ୍ଟୋକସ୍ ୧୬୧ ରନ କରି ଆଉଟ ହୋଇଛନ୍ତି ଓ ସେ ଡ଼ବଲ ଶତକ ମାରିପାରିଲେ ନାହିଁ।

ଟିମ ଦ୍ୱିତୀୟ ଦିନ ୩୩୯ ରନ ୩ ୱିକେଟରୁ ପାରି ଆରମ୍ଭ କରିଥିଲା। ସେବେ ଷ୍ଟୋକ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇନଥିଲେ। ସେ ଦୁଇ ଘଣ୍ଟାରୁ କମ ସମୟରେ ଶତକ ମାରିଦେଲେ ଓ ଆକ୍ରାମକ ପାରି ଖେଳିଥିଲେ। ଏଥିରୁ ଆପଣ ଅନୁମାନ ଲଗାଇପାରୁଥିବେ କି ସେ ୮୮ ବଲରେ ୧୬୧ ରନ କରିଥିଲେ। ଏଥିରେ ତାଙ୍କ ଷ୍ଟାଇକରେଟ ୧୮୩ର ରହିଥିଲା। ସେ ୧୭ ଟିଛକା ଓ ୮ ଟି ଚୌକା ମାରିଥିଲେ। ମାନେ ୧୩୪ ରନ ସେ ବାଉଣ୍ଡରିରେ ମାରିଥିଲେ। ଏହା ତାଙ୍କର ଫାଷ୍ଟକ୍ଳାସ କ୍ରିକେଟରେ ୨୦ ତମ ଶତକ ଅଟେ। ସେ ୬୪ ବଲରେ ଶତକ ପୁରା କରିଥିଲେ ଯାହା କ୍ଳବ ତରଫରୁ ସବୁଠୁ ତୀବ୍ର ଶତକ ଅଟେ।

ବେକରଙ୍କ ଓଭରରେ ୫ ଟି ଛକା ମାରିଥିଲେ:

ଡ଼ରହମର ପାରିର ୧୧୭ ତମ ଓଭର ବାମହାତୀ ସ୍ପିନର ଜୋସ ବେକର ପକାଇବା ପାଇଁ ଆସିଥିଲେ। ସେହି ଓଭରରେ ଷ୍ଟୋକ ପ୍ରଥମ ୫ ଟି ବଲରେ ଛକା ଓ ଶେଷ ବଲରେ ଚୌକା ମାରିଥିଲେ। ସେ ପ୍ରଥମ ବଲରେ ବୋଲର ଉପରେ, ଦ୍ୱିତୀୟ ବଲରେ ମିଡ ୱିକେଟ ଉପରେ,ତୃତୀୟ ବଲ ଲଙ୍ଗଅଫରେ, ଚତ୍ରୁର୍ଥ ଓ ପଞ୍ଚମ ବଲରେ ମଧ୍ୟ ଛକା ମାରିଥିଲେ। ୬ ଛକା ହୋଇଥାନ୍ତା କିନ୍ତୁ ଶେଷ ବଲରେ ଚୌକା ହୋଇଥିଲା।

 

୧୭ ଛକାର ରେକର୍ଡ କଲେ:

ଷ୍ଟୋକସ୍ କାଉଁଟି କ୍ରିକେଟରେ ଗୋଟେ ମ୍ୟାଚରେ ସବୁଠୁ ଅଧିକ ୧୭ ଛକାର ରେକର୍ଡ଼ ମଧ୍ୟ କଲେ।ଅଷ୍ଟ୍ରେଲିଆର ଆଣ୍ଡରୁ ସାଇମଣ୍ଡସ ୧୬ ଛକା ମାରିଥିଲେ। ଷ୍ଟୋକଙ୍କ ଫାଷ୍ଟକ୍ଳାସ କ୍ରିକେଟ କ୍ୟାରିଅର ଦେଖିବାତ ଏହି ମ୍ୟାଚ ପୂର୍ବରୁ ସେ ୧୫୬ ମ୍ୟାଚରେ ୩୫ ଔସତରେ ୮୮୫୪ ରନ କରିଥିଲେ। ଏଥିରେ ୧୯ ଶତକ ଓ ୪୫ ଅର୍ଦ୍ଧଶତକ ସାମିଲ ଥିଲା। ସେ ଏଥିରେ ୨୫୮ ରନର ସର୍ବଶ୍ରେଷ୍ଠ ପାରି ଖେଳିଛନ୍ତି। ଏହା ସହ ସେ ସବୁଠୁ ତୀବ୍ର ୩୪୯ ୱିକେଟ ମଧ୍ୟ ନେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.