ବୋଲଡ଼ ହୋଇ ବି ନଟ ଆଉଟ ରହିଲେ ବେନ ଷ୍ଟୋକସ୍ ! ସୋସିଆଲ ମିଡିଆରେ ଭାଇରଲ, ଦେଖନ୍ତୁ ଭିଡିଓ

ବଲ ୱିକେଟରେ ଜୋରେ ବାଜିଥିବା ଆଉ ବ୍ୟାଟ୍ସମ୍ୟାନ ଆଉଟ ନହେବ ଏହା କ୍ରିକେଟରେ ବହୁତ କମ ଦେଖିବାକୁ ମିଳିଥାଏ। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ସିଡ଼ନରେ ହେଉଥିବା ଚତ୍ରୁର୍ଥ ଟେଷ୍ଟର ତୃତୀୟ ଦିନ ଏପରି ଦେଖିବାକୁ ମିଳିଲା। ଯେଉଁ ଖେଳାଳିସହିତ ଏପରି ହେଲା ସେ ତ ଆଶ୍ଚର୍ଯ୍ୟ ହେଲା ତା ସହିତ ବାକି ଖେଳାଳି ମଧ୍ୟ ନିଜ ଆଖିକୁ ଵିଶ୍ଵାସ କରିପାରିଲେନି। ଏହି ଘଟଣା ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକସ୍ ଙ୍କ ସହିତ ଘଟିଲା ଓ ସେ ଏହାର ପୁରା ଫାଇଦା ଉଠାଇଲେ। ତେବେ ଆସନ୍ତୁ ଜାଣିବା କଣ ଅଟେ ପୁରା ମାମଲା।

ସିଡ଼ନି ଟେଷ୍ଟର ତୃତୀୟ ଦିନ ଇଂଲଣ୍ଡ ଟିମ ବ୍ୟାଟିଙ୍ଗ କରୁଥିଲା। ଲଞ୍ଚ ପରେ ଜନି ବେୟରଷ୍ଟୋ ଓ ବେନ ଷ୍ଟୋକସ୍ ବ୍ୟାଟିଙ୍ଗ କରୁଥିଲେ। ପାରିର ୩୧ ତମ ଓଭର କୈମରାନ ଗ୍ରୀନ ବୋଲିଙ୍ଗ କରିବାକୁ ଆସିଥିଲେ। ଷ୍ଟାଇକରେ ବେନ ଷ୍ଟୋକସ୍ ଥିଲେ ଓ ପ୍ରଥମ ବଲରେ ହିଁ ଏହି ଅଦ୍ଭୁତ ଘଟଣା ଘଟିଲା। ଘଟଣା ଏହା ହୋଇଥିଲାକି ବଲଟି ଭିତରକୁ ଆସିଥିଲା ଓ ଷ୍ଟୋକସ୍ ଏହାକୁ ଖେଳିନଥିଲେ ଓ ବଲଟି ସିଧା ଅଫ ଷ୍ଟମ୍ପରେ ବାଜି ପଛକୁ ଯାଇଥିଲା କିନ୍ତୁ ଏହାକୁ ଅମ୍ପାୟାର କିମ୍ବା ଫିଲ୍ଡର କେହି ବୁଝିପାରିଲେନି।

ଅଷ୍ଟ୍ରେଲିଆ ଟିମ କ୍ୟାଚ ଆଉଟ ପାଇଁ ଅପିଲ କଲେ ଓ ଅମ୍ପାୟାର ମଧ୍ୟ ଆଉଟ ଦେଇଥିଲେ କିନ୍ତୁ ପ୍ରକୃତ କଥା ଷ୍ଟୋକ ଜଣାଥିଲା। ଏହା ପରେ ଷ୍ଟୋକସ୍ ରିଭ୍ୟୁ ନେଲେ ଓ ପ୍ରକୃତ କାରଣ ସାମ୍ନାକୁ ଆସିବ ପରେ ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଷ୍ଟୋକସ୍ ଙ୍କୁ ମିଳିଲା ଚାନ୍ସ:

ଟିଭି ରିଭ୍ୟୁରେ ସଫା ସଫା ଦେଖାଯାଉଥିଲାକି ଗ୍ରୀନଙ୍କ ବଲ ଷ୍ଟୋକଙ୍କ ବ୍ୟାଟରେ ନବାଜି ୱିକେଟରେ ବାଜିକି ଯାଇଥିଲା। ଷ୍ଟମ୍ପରେ ବାଜିବା ପରେ ମଧ୍ୟ ୱିକେଟ ଗଳିନଥିଲା। ଅମ୍ପାୟାର ରିଭ୍ୟୁ ଦେଖିବା ପରେ ନିସ୍ପତି ବଦଳାଇଥିଲେ ଓ ଷ୍ଟୋକସଙ୍କୁ ବଡ଼ ଜୀବନଦାନ ମିଳିଥିଲା। ଷ୍ଟୋକସ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେଉଁ ସମୟରେ ଏହି ଘଟଣା ଘଟିଥିଲା ସେବେ ଷ୍ଟୋକ ୧୬ ରନରେ ଖେଳୁଥିଲେ। ପରେ ସେ ଅର୍ଦ୍ଧଶତକ ପୁରା କଲେ। ଆସେସ ସିରିଜରେ ଏହା ଷ୍ଟୋକସଙ୍କ ପ୍ରଥମ ଅର୍ଦ୍ଧଶତକ ଅଟେ।

ବୋନ ଓ ଗିଲଖ୍ରୀଷ୍ଟ ମଧ୍ୟ ଆଶ୍ଚର୍ଯ୍ୟ:ଫୋକ୍ସ ସ୍ପୋର୍ଟରେ କମେଟ୍ରି କରୁଥିବା ସେନ ବୋନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ ଓ କହିଥିଲେ ମୁଁ ପୂର୍ବରୁ କେବେ ଏପରି ଦେଖିନାହିଁ। ଅମ୍ପାୟାର ଆଉଟ ଦେଇଦେଇଥିଲେ ବାସ୍ତବରେ ଏହା ଆଶ୍ଚର୍ଯ୍ୟଜନକ ଘଟଣା। ପୋଲ ରାଇଫଲ ନିଜେ ଏକ ବୋଲର ଅଟନ୍ତି ଓ ସେ ନିଜେ ବଲ ୱିକେଟରେ ବାଜିଥିବା ଦେଖି ଆଉଟ ଦେଇଦେଲେ। ଏହା ସବୁଠୁ ବିଚିତ୍ର ଜିନିଷ ମଧ୍ୟରୁ ଗୋଟେ ଯାହାକୁ ମୁଁ ଦେଖିଲି। ବଲ ଷ୍ଟମ୍ପରେ ବାଜିଲା କିନ୍ତୁ ଷ୍ଟମ୍ପ ହଲିଲା ମଧ୍ୟ ନାହିଁ। କ୍ଷମା କରିବେ ମତେ ଏବେ ପର୍ଯ୍ୟନ୍ତ ବିଶ୍ୱାସ ହେଉନାହିଁକି ମୁଁ ଏପରି କିଛି ଦେଖିଲି”।

ଏଡ଼ମ ଗିଲଖ୍ରୀଷ୍ଟ ମଧ୍ୟ କହିଛନ୍ତି,”ବଲ ଷ୍ଟମ୍ପରେ ବାଜିବ କିନ୍ତୁ ବେଲ ଗଳିବ ନାହିଁ ଏହା ଦେଖିବା ଅସାଧାରଣ ଅଟେ। ଓ ଏହା ପରେ ଯାହା ହେଲା ତାହା ଆଶ୍ଚର୍ଯ୍ୟ କଲାଭଳି ଅଟେ”।

ଇଂଲଣ୍ଡ ଟିମ ଆରମ୍ଭରୁ ହିଁ ତିନୋଟି ଯାକ ମ୍ୟାଚ ହାରି ଏସେଜ ସିରିଜ ହାରିଯାଇଛି। ଏବେ ଇଂଲଣ୍ଡର ଚେଷ୍ଟା ଆଗାମୀ ଦୁଇଟି ଟେଷ୍ଟ ଜିତିବା ବା ଡ୍ର କରିବା ଉପରେ ରହିବ। ଏଥିରେ ବେନ ଷ୍ଟୋକସ୍ ମୁଖ୍ୟ ରୋଲ ପାଳନ କରିପାରନ୍ତି।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *