ବ୍ୟୁରୋ ରିପୋର୍ଟ: ଇଂଲଣ୍ଡର ଜବରଦସ୍ତ ଅଲରାଉଣ୍ଡର ବେନ ଷ୍ଟୋକସ ଏକଦିବସିୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ବର୍ତ୍ତମାନ ଇଂଲଣ୍ଡର ଟେଷ୍ଟ ଟିମର ଅଧିନାୟକ ଅଟନ୍ତି। ସେ ଆଗକୁ ଟି-୨୦ ଓ ଟେଷ୍ଟରେ ଖେଳିବେ। ସେ ନିଜର ଏକଦିବସିୟର ଶେଷ ମ୍ୟାଚ ମଙ୍ଗଳବାରକୁ ଘରୋଇ ଗ୍ରାଉଣ୍ଡ ଡ଼ରହମରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଖେଳିବାର ଅଛି। ସେ ଇଂଲଣ୍ଡ ତରଫରୁ ୧୦୪ ଏକଦିବସିୟ ମ୍ୟାଚ ଖେଳିଛନ୍ତି। ସେ ୨୦୧୯ ବିଶ୍ୱକପ ଫାଇନାଲରେ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ।

ଷ୍ଟୋକସ୍ ଏକଦିବସିୟର ଅବସରର ଘୋଷଣା ସୋସିଆଲ ମିଡ଼ିଆରେ କରିଛନ୍ତି। ସେ ଇଂଷ୍ଟାଗ୍ରାମରେ ଲେଖିଛନ୍ତି,”ମୁଁ ଇଂଲଣ୍ଡ ପାଇଁ ଏକଦିବସିୟରେ ଶେଷ ମ୍ୟାଚ ମଙ୍ଗଳବାରକୁ ଡ଼ରହମରେ ଖେଳିବି। ମୁଁ ଏହି ଫର୍ମାଟରୁ ଅବସର ଘୋଷଣା କରୁଛି ଓ ଏହା ମୋ ପାଇଁ ଏକ ଅବିଶ୍ଵଶନିୟ କଠିନ ନିସ୍ପତି ଥିଲା। ମୁଁ ଇଂଲଣ୍ଡ ତରଫରୁ ନିଜ ସାଥି ମାନଙ୍କ ସହ ଖେଳି ପ୍ରତି ମିନିଟର ମଜା ନେଇଛି। ମୋ ପାଇଁ ଏହି ଯାତ୍ରା ସୁନ୍ଦର ରହିଥିଲା ଯେ। ଏବେ ମୁଁ ଏହି ଫର୍ମାଟରେ ନିଜର ୧୦୦% ଦେଇପାରିବି ନାହିଁ ତେଣୁ ଅବସର ଘୋଷଣା କରୁଛି”।
ଷ୍ଟୋକ ଆଗକୁ ଲେଖିଛନ୍ତି,”କେବଳ ଏପରି ନଥିଲାକି ମୋ ଉପରେ କାମର ଚାପ ଥିଲା ଯେବରଂ ମତେ ଏପରି ଲାଗୁଥିଲାକି ମୁଁ କରୁ ଯୁବ ଖେଳାଳିଙ୍କ ସ୍ଥାନ ନେଉଛି,ଯିଏକି ଇଂଲଣ୍ଡ ପାଇଁ ଭଲ ଯୋଗଦାନ ଦେଇପାରିବେ”। ସେ ଆଗକୁ କହିଛନ୍ତି,”ମୁଁ ଟେଷ୍ଟ କ୍ରିକେଟରେ ପୁରା ଦେବୀ ଓ ଟି-୨୦ କ୍ରିକେଟରେ ମଧ୍ୟ। ମୁଁ ଜୋସ ବଟଲର, ମାଥୟୁ ମୋଟ ଓ ସହଯୋଗୀ ଖେଳାଳିଙ୍କୁ ଧନ୍ୟବାଦ ଜଣାଉଛି। ଆମେ ପୂର୍ଵ ୭ ବର୍ଷରୁ ଧଳା ବଲ କ୍ରିକେଟରେ ବହୁତ ସଫଳତା ହାସଲ କରିଛୁ ଓ ଏହା ଆଗକୁ ମଧ୍ୟ ଜାରି ରହିବ”।
❤️🏴 pic.twitter.com/xTS5oNfN2j
— Ben Stokes (@benstokes38) July 18, 2022
ଇଂଲଣ୍ଡକୁ ପ୍ରଥମ ଥର ଏକଦିବସିୟ ବିଶ୍ୱକପ ଜିତାଇବାର ଶ୍ରେୟ:
ବେନ ଷ୍ଟୋକ ଇଂଲଣ୍ଡକୁ ପ୍ରଥମ ଥର ୨୦୧୯ ବିଶ୍ୱକପ ବିଜେତା କରିଥିଲେ। ସେହି ପୁରା ବିଶ୍ୱକପରେ ସେ ସୁନ୍ଦର ପ୍ରଦର୍ଶନ କରିଥିଲେ। ସେଥିରେ ସେ ୬୬.୪୨ ଔସତରେ ୪୭୫ ରନ କରିଥିଲେ। ଫାଇନାଲରେ ମଧ୍ୟ ୮୪ ରନର ସୁନ୍ଦର ପାରି ଖେଳିଥିଲେ। ଏହା ସେ ୨୦୧୯ ବିଶ୍ୱକପରେ ଷ୍ଟୋକ ୭ ଟି ୱିକେଟ ମଧ୍ୟ ନେଇଥିଲେ।
ବେନ ଷ୍ଟୋକସଙ୍କ ଏକଦିବସିୟ କ୍ୟାରିଅର:
ସେ ୨୦୧୧ରେ ୨୦ ବର୍ଷ ବୟସରେ ଆୟରଲ୍ୟାଣ୍ଡ ବିରୁଦ୍ଧରେ ଇଂଲଣ୍ଡ ତରଫରୁ ଡେବ୍ୟୁ କରିଥିଲେ। ସେ ୧୧ ବର୍ଷର ଏକଦିବସିୟ କ୍ୟାରିଅରରେ ୧୦୪ ଏକଦିବସିୟ ମ୍ୟାଚରେ ୪୦ ଔସତରେ ୨୯୧୯ ରନ କରିଛନ୍ତି। ତାଙ୍କ ନାମରେ ଏଥିରେ ତିନୋଟି ଶତକ ଓ ୨୧ ଅର୍ଦ୍ଧଶତକ ଅଛି। ଏହା ସହ ସେ ୭୪ ୱିକେଟ ମଧ୍ୟ ନେଇଛନ୍ତି।
Warm wishes to one of the best all rounders, on his retirement from the ODIs. We'll miss watching you play and shall always remember your contributions towards the game ✨
Looking forward to see you play the ODIs, one last time 🙌🏻@benstokes38 #BenStokes #Retirement #RPSwing pic.twitter.com/wKr8ks9isT— R P Singh रुद्र प्रताप सिंह (@rpsingh) July 18, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।