ଅବସର ନେବା ପରେ ଧୋନୀଙ୍କ ବିରୁଦ୍ଧରେ ବଡ଼ ଅଭିଯୋଗ ଆଣିଲେ ହରଭଜନ ସିଂ, କହିଲେ ମୋ ବିରୁଦ୍ଧରେ ଚକ୍ରାନ୍ତ କରାଯାଇଥିଲା

ଅନୁଭବୀ ଭାରତୀୟ ଅଫ ସ୍ପିନର ହରଭଜନ ସିଂହ କିଛି ଦିନ ତଳେ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି। ୧୯୯୮ରେ ଭାରତୀୟ ଟିମରେ ଡେବ୍ୟୁ କରିଥିବା ହରଭଜନ ସିଂହ ଭାରତ ପକ୍ଷରୁ ୧୦୩ ଟେଷ୍ଟ ,୨୩୬ ଏକଦିବସିୟ ଓ ୨୮ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିଛନ୍ତି। ଲଗାତର ଦୁଇ ଦଶକରୁ ଟିମରେ ଲଗାତର ଥିବା ହରଭଜନ ସିଂହ ୨୦୧୧ରେ ନିଜ ସ୍ଥାନ ହରାଇ ଦେଇଥିଲେ। ଏହା ପରେ ଆଗାମୀ ୫ ବର୍ଷ ଟିମର ଅନିୟମିତ ସଦସ୍ୟ ଥିଲେ।

Google

ହରଭଜନ ସିଂହ ୨୦୧୧ ବିଶ୍ୱକପ ପରେ କେବଳ ୧୦ ଟି ଏକଦିବସିୟ ଓ ୧୦ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ସେ ୨୦୧୩ ଚାମ୍ପିୟନସ ଟ୍ରଫି ଓ ୨୦୧୫ ବିଶ୍ୱକପ ଟିମରେ ସାମିଲ ହୋଇନଥିଲେ। ଟିମରେ ଚୟନ ନହେବାକୁ ନେଇ ଅବସର ପରେ ହରଭଜନ ସିଂହ ପ୍ରଥମ ଥର ମୁହଁ ଖୋଲିଛନ୍ତି। ସେ କହିଛନ୍ତି,”୪୦୦ ୱିକେଟ ଅକ୍ତିଆର କରିଥିବା ବ୍ୟକ୍ତିଙ୍କୁ କିପରି ବାହାର କରାଯାଇପାରିବ। ଏହା ଏକ ନିଜ ପାଇଁ ଏକ ରହସ୍ୟମୟ କାହାଣୀ ଯାହା ଏବେ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ମତେ ଏବେ ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟ ଲାଗୁଛିକି ହେଲା କଣ? ମୁଁ ଟିମରେ ରହିବା ଦ୍ଵାରା କାହାକୁ କଣ ଅସୁବିଧା ଥିଲା”।

ହରଭଜନ ସିଂହ ଇଣ୍ଡିଆ ଟିଭି ସହିତ କଥା ହୋଇ କହିଛନ୍ତି ସେ ପୂର୍ଵ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ତାଙ୍କ ଅନୁପସ୍ଥିତ ବିଷୟରେ ପଚାରି ବୁଝିଥିଲେ କିନ୍ତୁ ସେ କୌଣସି ଉତ୍ତର ଦେଇନଥିଲେ। ଯେବେ ହରଭଜନଙ୍କୁ ଲାଗିଥିଲା ଉତ୍ତର ମାଗିବାର କୌଣସି ଅର୍ଥ ନାହିଁ ସେବେ ସେ ଉତ୍ତର ମାଗିବା ବନ୍ଦ କରିଦେଇଥିଲେ।

Google

ସେ କହିଛନ୍ତି,”ମୁଁ ଧୋନିଙ୍କୁ ପଚାରିଥିଲି କିନ୍ତୁ ମତେ କୌଣସି କାରଣ କୁହାଯାଇନଥିଲା। ମତେ ଲାଗିଲାକି ଏହାର କାରଣ ପଚାରିବାର କୌଣସି ଅର୍ଥ ନାହିଁ କାରଣ ଯେବେ ଆପଣ ବାରମ୍ବାର ପଚାରିଥାନ୍ତି ଓ ଆପଣଙ୍କୁ କୌଣସି ଉତ୍ତର ନମିଳିବ ଆପଣ ଏହାକୁ ଛାଡିଦେବା ଭଲ ଅଟେ”।

ହରଭଜନ ୨୦୧୧ ପରେ ଫେରିଥିଲେ ସତ କିନ୍ତୁ ଚୂଡାନ୍ତ ଏକାଦଶରେ ବହୁତ କମ ଥର ସାମିଲ ଥିଲେ। ଟିମ ଇଣ୍ଡିଆ ସହିତ ତାଙ୍କର ଶେଷ ମ୍ୟାଚ ବର୍ଷ ୨୦୧୬ରେ ଥିଲା। ସେ ଟି-୨୦ ବିଶ୍ୱକପର ସଦସ୍ୟ ଥିଲେ ଯାହା ଭାରତରେ ଅନୁଷ୍ଠିତ ହୋଇଥିଲା କିନ୍ତୁ ସେ ବେଞ୍ଚରେ ବସିଥିଲା।ଏହା ପରେ ତାଙ୍କୁ ଆଗାମୀ ସିରିଜରେ ଟିମରୁ ହଟାଇଦିଆଗଲା। ଏହା ପରେ ସେ ଆଉ ଫେରି ନାହାନ୍ତି କିନ୍ତୁ ସେ ଆଇପିଏଲରେ ଲଗାତର ଖେଳୁଥିଲେ ଓ ପଞ୍ଜାଵ ପାଇଁ ପାଇଁ ଘରୋଇ ମ୍ୟାଚ ମଧ୍ୟ ଖେଳୁଥିଲେ। ସେ ଆଇପିଏଲ ୨୦୨୧ରେ ଆୟନ ମୋର୍ଗାନଙ୍କ ଅଧିନାୟକତ୍ୱ ଟିମ କଲିକତା ନାଇଟ ରାଇଡ଼ର୍ସର ସଦସ୍ୟ ଥିଲେ।

Google

କହିରଖିବୁକି କ୍ରିକେଟରେ ପ୍ରସିଦ୍ଧ ଖେଳାଳି ମଧ୍ୟରୁ ଜଣେ ହରଭଜନ ଟେଷ୍ଟରେ ୪୧୭ ୱିକେଟ ନେଇସାରିଛନ୍ତି। ସେହିପରି ଏକଦିବସିୟରେ ୨୬୯ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲେ। ସେ ଆଇପିଏଲ ୨୦୨୨ ପାଇଁ କୌଣସି ଟିମର ବ୍ୟାକରୁମ ଷ୍ଟାପ ରୂପରେ ସାମିଲ ହୋଇପାରନ୍ତି। ସେ ଜଲ୍ଦି କମେଟ୍ରିରେ ମଧ୍ୟ ଦେଖାଯାଇପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *