ବ୍ୟୁରୋ ରିପୋର୍ଟ: ରବିବାର ଦିନ ଭାରତ ଏବଂ ଆୟରଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିଲା ପ୍ରଥମ ଟି-୨୦ ମ୍ୟାଚ ଯେଉଁ ମ୍ୟାଚରେ ଟିମ ଇଣ୍ଡିଆ ହାସଲ କରିଥିଲା ବିଜୟ। ରିପୋର୍ଟ ଅନୁସାରେ ପ୍ରଥମ ଓଭରରେ ଏମିତି ହୋଇଥିଲା ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଫ୍ୟାନ୍ସ।
Bhuvi bowling with 208 km/h 😭😭😭 pic.twitter.com/e9pTkYT5nb
— A (@AppeFizzz) June 26, 2022
ଯେବେ ଭୁବି ବୋଲିଂ କରିଥିଲେ ସେତେବେଳେ ସ୍କ୍ରିନରେ ୨୦୦ କିମିରୁ ଅଧିକ ବେଗରେ ବୋଲିଂ କରିବା ଦେଖାଯାଇଥିଲା। ତେବେ ବିଶେଷ ରିପୋର୍ଟରୁ ଜଣା ଯାଇଛି କି ମ୍ୟାଚର ସ୍ପୀଡୋ ମିଟରରେ କିଛି ତ୍ରୁଟି ରହିଥିଲା। ଭୁବନେଶ୍ୱର କୁମାର ପ୍ରଥମ ଓଭର ବୋଲିଂ କରିଥିଲେ।
ଗୋଟିଏ ବଲ ୨୦୧ ଏବଂ ଆଉ ଗୋଟିଏ ୨୦୮ ବେଗରେ ପକାଇବାର ସ୍କ୍ରିନରେ ନଜର ଆସିଥିଲା ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି।
WORLD RECORD❗
bhuvneshwar kumar delivered a ball at 201 KMPH. Fastest ball of cricket history. Sheering pace from bhuvi 🔥#IREvIND #indvsire pic.twitter.com/sz3JDz1Vzu
— Rohit.Bishnoi (@The_kafir_boy_2) June 26, 2022
ହେଲେ ରିପୋର୍ଟ ଅନୁସାରେ ପ୍ରକୃତରେ ସ୍ପୀଡୋ ମିଟର ଠିକ ଭାବରେ କାର୍ଯ୍ୟ କରୁନଥିଲା। ତେବେ ଏହି ପ୍ରଥମ ମ୍ୟାଚରେ ଜବରଦସ୍ତ ବୋଲିଂ କରିଥିଲେ ଭୁବନେଶ୍ୱର କୁମାର। ସେ ୩ ଓଭରରେ ୧୬ ରନ ଦେଇ ଗୋଟିଏ ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।