IPL ଯାହାର ନାମ କ୍ରିକେଟ ଜଗତରେ ପରିପୂର୍ଣ୍ଣ ଅଟେ। ମାର୍ଚ୍ଚ ମାସରେ IPL ହେବାର ସମ୍ଭାବନା ଅଛି। ଏହି IPL ପାଇଁ ମେଗା ଅକ୍ସନ ଫ୍ରେବୃୟାରୀ ୧୨ ଏବଂ ୧୩ ରେ ହେବାର ଅଛି। ତେବେ ଏହାକୁ ନେଇ ୫ଜଣ ଓଡ଼ିଶାର ଖେଳାଳିଙ୍କ ନାମ ମଧ୍ୟ ଅଛି। ଏହା ମଧ୍ୟରେ ଜଣେ ଢେଙ୍କାନାଳର ଖେଳାଳି ମଧ୍ୟ ଅଛନ୍ତି।
ତାଙ୍କ ନାମ ବିକାଶ ଅଟେ। ତାଙ୍କ ବାପାଙ୍କ ନାମ କୈଳାଶ ରାଉତ ଏବଂ ମାତାଙ୍କ ନାମ ସୁଷମା ରାଉତ ଅଟେ। ରିପୋର୍ଟ ଅନୁସାରେ ବିକାଶ ପ୍ରଥମ ଥର ୨୦୦୫ ମସିହାରେ ଝାରଖଣ୍ଡର ରାଞ୍ଚିରେ ଓହ୍ଲାଇଥିଲେ। ସେ ୧୬ ବର୍ଷରୁ କମ ଏବଂ ୧୯ ବର୍ଷରୁ କମ ଖେଳିବା ପରେ ସେ ଢେଙ୍କାନାଳ ଜିଲ୍ଲା ପକ୍ଷରୁ କଳାହାଣ୍ଡି କପ ମଧ୍ୟ ଖେଳିଥିଲେ ବୋଲି ଜଣା ଯାଇଛି। ସେ ବିଜୟ ହଜାର ଟ୍ରଫି ଏବଂ ରଣଜୀ ଟ୍ରଫିରେ ମଧ୍ୟ ଏହା ପରେ ଅନ୍ତର୍ଭୁକ୍ତ ହୋଇଥିଲେ।

ପୂର୍ବ ବର୍ଷ ସେ ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ୭ଟି ୱିକେଟ ନେଇ ଚୟନ କାରୀଙ୍କ ନଜରକୁ ଆସିଥିଲେ। ୱିକେଟ କଥା କହିବା ତ ଏଥିରେ ଋତୁରାଜ ଗାଏକବାଡ଼, ଅଭିଷେକ ଶର୍ମା, ସୁଭମ ସିଂ, ପ୍ରଭସିମରନ ସିଂ ଙ୍କ ୱିକେଟ ଥିଲା। ବିକାଶ କରିଛନ୍ତି ସେ ଚାନ୍ସ ପାଇଲେ CSK ପକ୍ଷରୁ ଖେଳିବେ। ତାଙ୍କ ଆଦର୍ଶ ସଚିନ ତେନ୍ଦୁଲକର ଏବଂ ଅଷ୍ଟ୍ରେଲିଆର ସେନ ୱାର୍ଣ୍ଣ ବୋଲି ଜଣା ଯାଇଛି। କହିରଖିବୁ ହଳଧର ଦାସ ଯେକି ଢେଙ୍କାନାଳ ଜିଲ୍ଲାର ସେ ଆଇପିଏଲରେ ଅନ୍ତର୍ଭୁକ୍ତ ହୋଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।