ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ରବିବାରକୁ ଦୁଇଟି ମ୍ୟାଚ ଖେଳାଯାଇଛି। ଦ୍ୱିତୀୟ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ହୋଇଥିଲା। ଏହି ମ୍ୟାଚ ସିଏସକେ ପାଇଁ ମହତ୍ତ୍ୱପୂର୍ଣ୍ଣ ଥିଲା ଓ ଏହାକୁ ଚେନ୍ନାଇ ଜିତିଯାଇଥିଲା। କାରଣ ଗୋଟେ ଦିନ ପୂର୍ବରୁ ହିଁ ରବିନ୍ଦ୍ର ଜାଡେଜା ସିଏସକେର ଅଧିନାୟକତ୍ୱ ପଦ ଛାଡିଦେଇଛନ୍ତି ଓ ମହେନ୍ଦ୍ର ସିଂହ ଧୋନିଙ୍କୁ ପୁଣି ଅଧିନାୟକ କରାଯାଇଛି।

ଉମରାନ ମଧ୍ୟ ଏହି ମ୍ୟାଚକୁ ଅପେକ୍ଷା କରିଛନ୍ତି କାରଣ ଧୋନି ତାଙ୍କ ସବୁଠୁ ପସନ୍ଦର ଖେଳାଳି ଅଟନ୍ତି। ସିଏସକେ ବିରୁଦ୍ଧରେ ମ୍ୟାଚ ପୂର୍ବରୁ ଉମରାଲ ମଲ୍ଲିକ କହିଛନ୍ତି,”ମୁଁ ପୁଣିଥରେ ନିଜ ପସନ୍ଦର ଖେଳାଳି ଧୋନିଙ୍କୁ ବୋଲିଙ୍ଗ କରିବା ପାଇଁ ଉତ୍ସାହିତ ଅଛି। ମୁଁ ତାଙ୍କ ବିରୁଦ୍ଧରେ ଓ ସିଏସକେ ବିରୁଦ୍ଧରେ ଭଲ ବୋଲିଙ୍ଗ କରିବା ପାଇଁ ଚେଷ୍ଟା କରିବି”।
ଉମରାନ ପ୍ରତି ୧୨ ବଲରେ ୱିକେଟ ନେଉଛନ୍ତି:
୨୨ ବର୍ଷୀୟ ଉମରାନ ମଲିକ ଆଇପିଏଲ ୨୦୨୨ରେ ଏବେ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛନ୍ତି। ସେ ୮ ଟି ମ୍ୟାଚରେ ୧୫.୯୩ ଔସତରେ ୧୫ ୱିକେଟ ନେଇଛନ୍ତି ଓ ଏହି ସିଜନରେ ସବୁଠୁ ଅଧିକ ୱିକେଟ ନେଇଥିବା ତୃତୀୟ ବୋଲର ଅଟନ୍ତି। ସେଏହି ସିଜନରେ ପ୍ରତି ୧୨ ବଲରେ ୱିକେଟ ନେଉଛନ୍ତି। ସେ ଏହି ସିଜନରେ ଗୋଟେ ମ୍ୟାଚରେ ୪ ଓ ୫ ୱିକେଟ ନେଇଛନ୍ତି। ଗୁଜୁରାଟ ଟାଇଟନ୍ସ ବିରୁଦ୍ଧରେ ସେ ୨୫ ରନ ଦେଇ ୫ ଟି ୱିକେଟ ନେଇଥିଲେ। ଏହି ମ୍ୟାଚ ହାଇଦ୍ରାବାଦ ହାରିଥିଲା କିନ୍ତୁ ଏହା କୌଣସି ଅନକ୍ୟାପ୍ଡ ଭାରତୀୟ ବୋଲରଙ୍କ ଦ୍ୱିତୀୟ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ।

ଉମରାଲ ଗତି ସହିତ ଲାଇନ ଲେନଥ ମଧ୍ୟ ଭଲ କରିଛନ୍ତି:
ଉମରାନଙ୍କୁ ଏହି ବର୍ଷ ମେଗା ଅକ୍ସନ ପୂର୍ବରୁ ହାଇଦ୍ରାବାଦ ୪ କୋଟିରେ ରିଟନ କରିଥିଲା। ସେ ନିଜ ତୀବ୍ର ବେଗରେ ବୋଲିଙ୍ଗ ଦ୍ଵାରା ଟିମର ଫଇସଲାକୁ ସଠିକ ସାବ୍ୟସ୍ତ କଲେ। ସେ ଏହି ସିଜନରେ ଲଗାତର ୧୫୦ କିଲୋମିଟର ବେଗରେ ବୋଲିଙ୍ଗ କରିଛନ୍ତି। ଜାମ୍ମୁ କାଶ୍ମୀର ଏହି ବୋଲର ଆଇପିଏଲ ୨୦୨୧ରେ ହାଇଦ୍ରାବାଦ ପାଇଁ ଡେବ୍ୟୁ କରିଥିଲେ।
କରିଥିଲେ ସୁନ୍ଦର ଡେବ୍ୟୁ:
ପୂର୍ଵ ସିଜନରେ ସେ ଅଧିକ ୱିକେଟ ନେଇପାରିନଥିଲେ କିନ୍ତୁ ନିଜ ଅତିରିକ୍ତ ଗତି ଦ୍ଵାରା ପ୍ରଭାବିତ କରିଥିଲେ। ଏହା କାରଣରୁ ପୂର୍ଵ ବର୍ଷ ଟି-୨୦ ବିଶ୍ୱକପରେ ଚୟନକର୍ତା ତାଙ୍କୁ ନେଟ ବୋଲର ରୂପରେ ଚୟନ କରିଥିଲେ। ଏହା ଦ୍ଵାରା ଉମରାନଙ୍କୁ ମଧ୍ୟ ଫାଇଦା ମିଳିଲା ଓ ସେ ଆଇପିଏଲ ୨୦୨୨ରେ ଗତି ସହ ଲାଇନ ଲେନଥ ମଧ୍ୟ ସଠିକ କରିଛନ୍ତି। ଏହା ବ୍ୟାଟ୍ସମ୍ୟାନଙ୍କ ପାଇଁ ଅସୁବିଧା ହେଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।