ଅଲରାଉଣ୍ଡର ବ୍ରାଭୋଙ୍କ ନାମ IPL ଅକ୍ସନରେ, ନିଜ ନାମରେ ଦାଖଲ କରିବେ ବଡ଼ ରେକର୍ଡ! ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ୱେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର ଡିଜେ ବ୍ରାଭୋ ମଧ୍ୟ ଆଇପିଏଲ ୨୦୨୨ ମେଗା ଅକ୍ସନ ପାଇଁ ନିଜ ନାମ ରେଜିଷ୍ଟ୍ରେସନ କରିଛନ୍ତି। ବ୍ରାଭୋ ଆଇପିଏଲର ଷ୍ଟାର ଖେଳାଳି ଅଟନ୍ତି ଓ ପୂର୍ଵ କିଛି ବର୍ଷରୁ ସେ ଚେନ୍ନାଇ ଟିମରେ ଖେଳୁଥିଲେ। ୩୮ ବର୍ଷୀୟ ବ୍ରାଭୋଙ୍କୁ ଏଥର ଚେନ୍ନାଇ ତାଙ୍କୁ ରିଟେନ କରିନାହିଁ ଓ ସେ ଆଇପିଏଲ ୨୦୨୨ରେ ୨ କୋଟିର ବେଶ ପ୍ରାଇସରେ ଓହ୍ଲାଇବାର ଅଛି। ଏହା ସହିତ ବ୍ରାଭୋ ଏକ ଖାସ ରେକର୍ଡ ନିଜ ନାମରେ କରିବେ। ଆଇପିଏଲ ଆରମ୍ଭ ୨୦୦୮ ରୁ ଆଇପିଏଲ ୨୦୨୨ ପର୍ଯ୍ୟନ୍ତ ପ୍ରଥମ ବିଦେଶୀ ଖେଳାଳି ହିସାବରେ ସେ ନିଲାମୀରେ ସାମିଲ ହେବେ।

Google

କ୍ରିସ ଗେଲ ଓ ସନ ମାର୍ସ ୨୦୦୮ ରୁ ୨୦୨୧ ପର୍ଯ୍ୟନ୍ତ ଏହି ଲିଷ୍ଟରେ ସାମିଲ ଥିଲେ କିନ୍ତୁ ଏଥର ଏହି ଦୁହେଁ ଆଇପିଏଲରେ ସାମିଲ ନାହାଁନ୍ତି। ବ୍ରାଭୋ ଏକମାତ୍ର ଏପରି ବିଦେଶୀ ଖେଳାଳି ହୋଇଯିବେ ଯିଏକି କମ ସେ କମ ୨୦୦୮ ରୁ ୨୦୨୨ ପର୍ଯ୍ୟନ୍ତ ଆଇପିଏଲ ନିଲାମୀରେ ସାମିଲ ଅଛନ୍ତି। ଏଥର ଆଇପିଏଲରେ ତାଙ୍କ ବେସ ପ୍ରାଇଜ ଦୁଇ କୋଟି ରଖାଯାଇଛି।

ବ୍ରାଭୋ ଏବେ ପର୍ଯ୍ୟନ୍ତ ୧୫୧ ଆଇପିଏଲ ମ୍ୟାଚରେ ସାମିଲ ଅଛନ୍ତି। ଏଥିରେ ସେ ୧୫୩୭ ରନ କରିଥିବା ବେଳେ ୧୬୭ ୱିକେଟ ନେଇଛନ୍ତି।ଚେନ୍ନାଇ ଏଥର ଭବିଷ୍ୟତକୁ ଦେଖି କମ ସିନିୟର ଖେଳାଳିଙ୍କୁ ରିଟନ କରିଛି। ଚେନ୍ନାଇ ପୂର୍ବରୁ ହିଁ କହିଦେଇଥିଲା କି ସେ ଧୋନିଙ୍କୁ ରିଟେନ କରିବେ ଓ ଚେନ୍ନାଇ ଧୋନିଙ୍କୁ ରିଟେନ ମଧ୍ୟ କରିଛି। ଏହା ଛଡା ଚେନ୍ନାଇ ରବିନ୍ଦ୍ର ଜାଡେଜା, ଋତୁରାଜ ଗାୟକବାଡ଼ ଓ ମୋଇନ ଅଲ୍ଲୀଙ୍କୁ ରିଟେନ କରିଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *