ବ୍ୟୁରୋ ରିପୋର୍ଟ:ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ନିର୍ଣ୍ଣାୟକ ବା ଶେଷ ମ୍ୟାଚ କେପଟାଉନରେ ଖେଳା ଯାଉଛି। ଭାରତୀୟ ବ୍ୟାଟ୍ସମ୍ୟାନ ପ୍ରଥମ ଦିନ ନିରାଶ କଲେ ଓ ପ୍ରଥମ ପାରିରେ ମାତ୍ର ୨୨୩ ରନ କଲେ ଏବେ ମ୍ୟାଚକୁ ସମ୍ଭାଳିବାର ଦାୟୀତ୍ୱ ବୋଲରଙ୍କ ଉପରେ। ଦ୍ୱିତୀୟ ଦିନ ଅଧିନାୟକ କୋହଲି ବୋଲରଙ୍କ ଉପରେ ଯେଉଁଭଳି ଭରସା ରଖିଥିଲେ ଦ୍ୱିତୀୟ ଦିନ ଆରମ୍ଭରର ବୋଲର ସେହିପରି କରିଦେଖାଇଛନ୍ତି। ଦ୍ୱିତୀୟ ଦିନର ପ୍ରଥମ ଓଭର ଯଶପ୍ରୀତ ବୁମରା କରୁଥିଲେ ଓ ଦ୍ୱିତୀୟ ବଲରେ ହିଁ ସେ ମାର୍କରମଙ୍କୁ ବୋଲ୍ଡ କରିଦେଇଥିଲେ।
Yes… Jasprit Bumrah 💪#JaspritBumrah pic.twitter.com/EIedcJuYYV
— Subs ❤️ MS Dhoni ❤️ #IPL2022 (@CricCrazySubs) January 11, 2022
ବୁମରା ଓଭରର ପ୍ରଥମ ବଲରୁ ହିଁ ଆଉଟ କରିବାର ସବୁ ପ୍ରସ୍ତୁତି କରିଦେଇଥିଲେ। ପ୍ରଥମ ବଲ କ୍ୟାଚ ଉଠିଥିଲା କିନ୍ତୁ ବଲ ସ୍ଲିପ ପର୍ଯ୍ୟନ୍ତ ପହଁଚିନଥିଲା। ନଚେତ ମାର୍କରମ ପ୍ରଥମ ବଲରେ ହିଁ ଆଉଟ ହୋଇଯାଇଥାନ୍ତେ।
ଦ୍ୱିତୀୟ ବଲରେ ବୁମରା ଏପରି କିଛି କରିଦେଖାଇଲେ ଯାହା ଦେଖିସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦ୍ୱିତୀୟ ବଲରେ ଅଫ ଷ୍ଟମ୍ପରେ ପଡି ଭିତରକୁ ଯାଇଥିଲା ମାର୍କରମ ବଲକୁ ନଖେଳି ଛାଡିଦେଇଥିଲେ ଓ ବଲ ସିଧା ଷ୍ଟମ୍ପରେ ବାଜିଲା।
Most fifers by Indian quicks away from home:
Kapil Dev – 12
Ishant Sharma – 9
Zaheer Khan – 8
Jasprit Bumrah – 7
Irfan Pathan – 7#INDvSA #JaspritBumrah pic.twitter.com/pxK3E8MmW4— Wisden India (@WisdenIndia) January 12, 2022
ବୁମରା ବ୍ୟାଟ୍ସମ୍ୟାନଙ୍କ ଅସୁବିଧା ବଢ଼ାଉଛନ୍ତି:ବୁମରାଙ୍କ ବଲ କେବଳ ଭିତରକୁ ଆସୁଥିଲା କିନ୍ତୁ ଏବେ ସେ ଆଉଟ ସୁଇଙ୍ଗ ବଲ ମଧ୍ୟ ସୁନ୍ଦର ଭାବେ ପକାଉଛନ୍ତି। ତାଙ୍କର ସବୁଠୁ ବଡ଼ ଶକ୍ତି ୱାଇଡ ଅଫ ଷ୍ଟମ୍ପ ବଲ ପକାଇବା ଅଟେ। ଏବେ ସେ ଆଉଟ ସୁଇଙ୍ଗ ବଲ କରିବା ଦ୍ୱାରା ବ୍ୟାଟ୍ସମ୍ୟାନଙ୍କୁ ଏହା ବୁଝିବାକୁ କଷ୍ଟହେଉଛିକି କେଉଁ ବଲ ଭିତରକୁ ଆସିବ ଓ କେଉଁ ବଲ ବାହାରକୁଯିବ। ଏହି ବୁଝିବାରେ ଅନେକ ବ୍ୟାଟ୍ସମ୍ୟାନ ଶର୍ଟ ଖେଳିବା ବନ୍ଦ କରୁଛନ୍ତି ଓ ଆଉଟ ହେଉଛନ୍ତି।
ଏପରି କିଛି ମାର୍କରମଙ୍କ ସହ ହେଲା ଓ ସେ ଆଉଟ ହୋଇଗଲେ। ଏହାର ଆଗାମୀ ଓଭରରେ ସେ ପୁଣି ସେହିପରି ବଲ କେଶବ ମହାରାଜଙ୍କୁ କରିଥିଲେ। ସେହି ବଲଟି ଲେଗ ଷ୍ଟମ୍ପ ବାହାରେ ଚାଲିଗଲା। ସେହି ବଲକୁ ପନ୍ତ ମଧ୍ୟ ଧରିପାରିଲେନି।
5/42 – Jasprit Bumrah's five-fer helps India to bundle out South Africa on 209. #JaspritBumrah #SAvIND #India #SouthAfrica #Cricket #CricTracker pic.twitter.com/44QRkfQhFt
— CricTracker (@Cricketracker) January 12, 2022
ବୁମରା ଏଲଗରଙ୍କର ମଧ୍ୟ ଶିକାର କରିଥିଲେ:ଦ୍ୱିତୀୟ ଦିନ ମ୍ୟାଚ ଯେଉଁ ମୋଡ଼ରେ ଅଛି ମାର୍କରମଙ୍କ ୱିକେଟ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ମାର୍କରମ ବହୁତ ଭଲ ବ୍ୟାଟ୍ସମ୍ୟାନ ଅଟନ୍ତି ଓ ୨୮ ଟେଷ୍ଟରେ ୫ ଟି ଶତକ ମାରିସାରିଲେଣି। ଜୋହାନବର୍ଗର କଷ୍ଟପୁର୍ଣ ପିଚରେ ମଧ୍ୟ ଟିମକୁ ଜିତାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୁମିକା। ଗ୍ରହଣ କରିଥିଲେ। ବୁମରା ତାଙ୍କ ୱିକେଟ ନେଇ ଟିମକୁ ବଡ଼ ସଫଳତା ଦେଇଛନ୍ତି। ଏହି ଟେଷ୍ଟର ପ୍ରଥମ ଦିନ ବୁମରା ଏକ ସୁନ୍ଦର ବଲରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଏଲଗରଙ୍କୁ ଆଉଟ କରିଥିଲେ।
ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।