ଯଶପ୍ରୀତ ବୁମରା ଓ ଯେନସନଙ୍କ ମଧ୍ୟରେ ଗ୍ରାଉଣ୍ଡରେ ମୁଁହାମୁହିଁ! ଅମ୍ପାୟାରଙ୍କୁ କରିବାକୁ ପଡିଲା ସମାଧାନ, ପଢନ୍ତୁ ପୁରା ଖବର

ବ୍ୟୁରୋ ନ୍ୟୁଜ: ଭାରତୀୟ ପ୍ରେସର ଯଶପ୍ରୀତ ବୁମରା ଗ୍ରାଉଣ୍ଡରେ ନିଜ ଆକ୍ରାମକତା ଦେଖାଇଥାନ୍ତି। ବୁଧବାରକୁ ତାଙ୍କର ଓ ଦକ୍ଷିଣ ଆଫ୍ରିକାର ବୋଲର ମାର୍କୋ ଯେନସନଙ୍କ ସହ ମଧ୍ୟରେ କଥା ଦ୍ଵନ୍ଦ ଦେଖିବାକୁ ମିଳିଲା। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହାନବର୍ଗରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଦୁଇ ଦେଶର ଖେଳାଳି ନିଜ ସର୍ବଶ୍ରେଷ୍ଠ ଦେବାକୁ ଚେଷ୍ଟା କରୁଛନ୍ତି। ଏହା ମଧ୍ୟରେ ଖେଳର ଦ୍ୱିତୀୟ ଦିନ ଡିନ ଏଲଗର ଓ କେ ଏଲ ରାହୁଲଙ୍କ ମଧ୍ୟରେ କଥା ଦ୍ଵନ୍ଦ ଦେଖାଯାଇଥିଲା। ଏବେ ତୃତୀୟ ଦିନ ମାର୍କୋ ଜାନସେନଙ୍କ ମଧ୍ୟରେ ସେହିପରି ମାମଲାଦେଖିବାକୁ ମିଳିଛି।

ଏହା ସବୁ ପାରିର ୫୪ ତମ ଓଭରରେ ହୋଇଛି। ବାମହାତୀ ବୋଲର ମାର୍କୋ ବୁମରାଙ୍କୁ ଏକ ବାଉଁସର ବଲ ପକାଇଥିଲେ। ବୁମରା ଏହାର ଆଶା ମଧ୍ୟ କରିଥିଲେ ଓ ବଡ଼ ଶର୍ଟ ଖେଳିବାର ପ୍ରୟାସ କରିଥିଲେ କିନ୍ତୁ ବଲ ତାଙ୍କ କାନ୍ଦରେ ବାଜିଥିଲା। ଏହିପରି ବଲ ଆଗକୁ ମଧ୍ୟ ଆସିଲା ଓ ବଲ ବୁମରାଙ୍କ ବ୍ୟାଟରେ ବାଜୁଥିଲା। ମାର୍କୋ ବୁମରାଙ୍କୁ ଚାହୁଁଥିଲେ ଓ ବୁମରା ତାଙ୍କୁ ଚାହୁଁଥିଲେ।

 

ଓଭରର ଚତ୍ରୁର୍ଥ ବଲରେ ଦୁହେଁ ଦୁହିଁଙ୍କୁ କିଛି କହିଥିଲେ ଓ ଦୁହେଁ ଦୁହିଁଙ୍କ ଆଡ଼କୁ ଆସିଥିଲେ। ଗ୍ରାଉଣ୍ଡ ଅମ୍ପାୟାର ମଝିରେ ଆସି ସମାଧାନ କରିଥିଲେ। ସେହି ଓଭରରେ କୌଣସି ରନ ଆସିନଥିଲା କିନ୍ତୁ କଗିସୋ ରବାଡାଙ୍କ ପର ଓଭରରେ ବୁମରା ସୁନ୍ଦର ଶତକ ମାରିଥିଲେ।

ରବାଡା ମଧ୍ୟ ବୁମରାଙ୍କୁ ବାଉଁସର ବଲ ପକାଇଥିଲେ କିନ୍ତୁ ବୁମରା ଏଥିରେ ସୁନ୍ଦର ଶତକ ମାରିଥିଲେ। ବୁମରା ୧୪ ବଲ ଖେଳିଥିଲେ ଓ ଗୋଟେ ଛକା ସହିତ ୭ ରନ କରିଥିଲେ। ଭାରତ ନିଜର ଦ୍ୱିତୀୟ ପାରିରେ ୨୬୬ ରନ କରିଥିଲେ ଯେଉଁଥିରେ ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ ୨୪୦ ରନର ଲକ୍ଷ୍ୟ ମିଳିଥିଲା।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *