IND vs SA: ଯଶପ୍ରୀତ ବୁମରା ରବାଡ଼ାଙ୍କୁ ଏପରି ମାରିଲେ ଛକା, ଡ୍ରେସିଙ୍ଗ ରୁମରେ ମିଳିଲା ଷ୍ଟାଣ୍ଡିଙ୍ଗ ଓଭେସନ, ଦେଖନ୍ତୁ ଭିଡିଓ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହାନବର୍ଗର ବାଂଡ଼ରର୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ବହୁତ ରୋମାଞ୍ଚକ ପୂର୍ଣ୍ଣ ହେଉଛି। ଏହି ମ୍ୟାଚରେ ଦୁଇ ଟିମର ବ୍ୟାଟ୍ସମ୍ୟାନ ଓ ବୋଲର ପାଖାପାଖି ସମାନ ପ୍ରଦର୍ଶନ କରୁଛନ୍ତି। ମ୍ୟାଚର ତୃତୀୟ ଦିନ ବହୁତ ରୋମାଞ୍ଚକ ପୁର୍ଣ ରହିବା ସହ କିଛି ଖେଳାଳିଙ୍କ ମଧ୍ୟରେ କଥା ଦ୍ଵନ୍ଦ ଦେଖିବାକୁ ମିଳିଲା। ମ୍ୟାଚରେ ଡିନ ଏଲଗର ଓ କେ ଏଲ ରାହୁଲଙ୍କ ମଧ୍ୟରେ କଥା ଦ୍ଵନ୍ଦ ଦେଖିବାକୁ ମିଳିଥିବା ବେଳେ ମ୍ୟାଚର ତୃତୀୟ ଦିନ ଯଶପ୍ରୀତ ବୁମରା ଓ ମାର୍କୋ ଯେନସନଙ୍କ ମଧ୍ୟରେ କଥା ଦ୍ଵନ୍ଦ ଦେଖିବାକୁ ମିଳିଲା।

ବୁମରା ଓ ଯେନସନଙ୍କ ଝଗଡା ପରେ ଆଗାମୀ ଓଭର କଗିସୋ ରବାଡା ବୋଲିଙ୍ଗ କରିବାକୁ ଆସିଥିଲେ। ଯେନସନଙ୍କ ସହ ଝଗଡାର ରାଗ ବୁମରା ରବାଡାଙ୍କ ଓଭରରେ ଛକା ମାରି ସୁଝେଇଲେ। ଏହାର ପୁର୍ବ ଓଭରରେ ଯେନସନ ବୁମରାଙ୍କ ଶରୀରକୁ ଟାର୍ଗେଟ କରି ବୋଲିଙ୍ଗ କରୁଥିଲେ। ପାରିର ୫୪ ତମ ଓଭରରେ ଯେନସନ ବୁମରାଙ୍କୁ ଶର୍ଟବଲ ପକାଇଥିଲେ। ଗୋଟେ ବଲ ବୁମରାଙ୍କ କାନ୍ଧରେ ବାଜି ଥିଲା ଯାହା ଦ୍ୱାରା ବୁମରା ନିରାଶ ହୋଇଥିଲେ। ଅନେକ ଚେଷ୍ଟା ପରେ ମଧ୍ୟ ବୁମରା ଯେନସନଙ୍କ ବଲକୁ ଖେଳିବାକୁ ଅସମର୍ଥ ଥିଲେ।

ସେହି ଓଭର ପରେ ଏହା ପର ଓଭର କଗିସୋ ରବାଡ଼ା ବୋଲିଙ୍ଗ କରିବାକୁ ଆସିଲେ ଓ ସେ ପ୍ରଥମ ବଲ ନୋ ବଲ ପକାଇଥିଲେ। ଏହାର ଆଗାମୀ ବଲରେ ଯଶପ୍ରୀତ ବୁମରା ଡିପ ସ୍କୋୟାର ଲେଗରେ ସୁନ୍ଦରଛକା ମାରିଠିଲେ। ବୁମରାଙ୍କ ଏହି ଛକାକୁ ଦେଖି ଭାରତୀୟ ଡ୍ରେସିଙ୍ଗ ରୁମରେ କୋହଲିଙ୍କ ସହ ସବୁ ଖେଳାଳି ଠିଆ ହୋଇ ତାଳି ମାରିଥିଲେ। ସୋସିଆଲ ମିଡ଼ିଆରେ ବୁମରାଙ୍କର ଏହି ଶର୍ଟ ଓ ଡ୍ରେସିଙ୍ଗ ରୁମର ଖେଳାଳିଙ୍କର ରିଆକ୍ସନ ଭିଡ଼ିଓ ଭାଇରାଲ ହେଉଛି।

ଏହି ମ୍ୟାଚରେ ଏହା ଯଶପ୍ରୀତ ବୁମରାଙ୍କର ପ୍ରଥମ ଛକା ନୁହେଁ। ଏହି ମ୍ୟାଚର ପ୍ରଥମ ପାରିରେ ମଧ୍ୟ ବୁମରା ସୁନ୍ଦର ଛକା ମାରିଥିଲେ। ସେହି ଛକା ମଧ୍ୟ ସେ ରବାଡ଼ାଙ୍କ ଓଭରରେ ହିଁ ମାରିଥିଲେ। ବୁମରାଙ୍କ ଛକା ପରେ ତାଙ୍କପତ୍ନୀ ସଂଜନା ଗଣେସନଙ୍କ ରିଆକ୍ସନ ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହୋଇଥିଲା। ବୁମରା ଏବେ ପର୍ଯ୍ୟନ୍ତ ଟେଷ୍ଟ କ୍ୟାରିଅରରେ ତିନୋଟି ଛକା ମାରିଛନ୍ତି ଯେଉଁଥିରୁ ଦୁଇଟି ଛକା ଏହି ମ୍ୟାଚରେ ହିଁ ମାରିଛନ୍ତି।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *