IPL 2022 ରେ ସୁନ୍ଦର ଫର୍ମରେ ଗତି କରୁଥିଲେ ଲିଆମ ଲିଭିଙ୍ଗଷ୍ଟୋନ। ସେ ଏହି IPL ରେ ଏକ ସୁନ୍ଦର ଅର୍ଦ୍ଧଶତକ ଲଗାଇଥିଲେ। ସେ ବହୁତ ଲମ୍ବା ଲମ୍ବା ଛକା ଲଗାନ୍ତି। ହେଲେ ମୁମ୍ବାଇ ବିପକ୍ଷରେ ସେ ବୁମରାଙ୍କ ୟର୍କରରେ ବୋଲଡ଼ ହୋଇଯାଇଥିଲେ।

ଯଶପ୍ରୀତ ବୁମରା ଯିଏକି ଭାରତୀୟ କ୍ରିକେଟରେ ଏକ ଅନୁଭବ ପୂର୍ଣ୍ଣ ବୋଲର। ସେ ଅନେକ ମ୍ୟାଚ ସୁନ୍ଦର ବୋଲିଂ କରି ଟିମ ଇଣ୍ଡିଆ ପାଇଁ ବିଜୟର ରାସ୍ତା ବି ଦେଖାଇଛନ୍ତି। ପଞ୍ଜାଵ ବିପକ୍ଷରେ ହେଉଥିବା ଏକ ମ୍ୟାଚରେ ଲିଆମ ଲିଭିଙ୍ଗଷ୍ଟୋନ ଯିଏକି ଏହି IPL ରେ ସୁନ୍ଦର ଫର୍ମରେ ଅଛନ୍ତି ତାଙ୍କୁ କ୍ଲିନ ବୋଲଡ଼ କରିଥିଲେ। ଲିଆମ ୩ ବଲରେ ୨ କରି ଆଉଟ ହୋଇଥିଲେ।
ଏହି ମ୍ୟାଚରେ ଯଶପ୍ରୀତ ବୁମରା ୪ ଓଭରରେ ୨୮ ରନ ଦେଇ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ। ବୁମରାଙ୍କ ଛଡା ବାସୀଲ ଥାମ୍ପି ୪ ଓଭରରେ ୪୭ ରନ ଦେଇ ୨ଟି ୱିକେଟ ଅକ୍ତିଆର କରିଥିଲେ। ଜୟଦେବ ଉନାଦକତ ୪ ଓଭରରେ ୪୪ ରନ ଦେଇ ଗୋଟିର ୱିକେଟ ପାଇଥିଲେ। ମୁରଗାନ ଅଶ୍ୱିନୀ ୪ ଓଭରରେ ୩୪ ରନ ଦେଇ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ। ତେବେ ଏହି ମ୍ୟାଚରେ ପଞ୍ଜାବ ୧୯୮ ରନ ବନାଇଛି।
Jasprit Bumrah's yorkers 😍
📸: Disney+Hotstar pic.twitter.com/Gx9P0YpHRu
— CricTracker (@Cricketracker) April 13, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।