ବ୍ୟୁରୋ ନ୍ୟୁଜ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୯ ଜାନୁଆରୀରୁ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ଖେଳାଯିବ। ଏହି ସିରିଜରେ ରୋହିତ ଶର୍ମା ଆଘାତ କାରଣରୁ ଖେଳୁନଥିବାରୁ କେ ଏଲ ରାହୁଲଙ୍କୁ ଅଧିନାୟକ କରାଯାଇଛି। ଏହା ଆଗରୁ ପ୍ରାୟ ଜଣାଥିଲାକି ଯଦି ରୋହିତ ଖେଳିବେ ନାହିଁ ତେବେ ରାହୁଲ ଅଧିନାୟକ ହେବେ। କିନ୍ତୁ କେହି ଏହା ଜାଣିନଥିଲେ କି ଯଶପ୍ରୀତ ବୁମରାଙ୍କୁ ଟିମର ଉପଅଧିନାୟକ କରାଯିବ। ଚୟନକର୍ତା ତିନୋଟି ଫର୍ମାଟରେ ଭଲ ପ୍ରଦର୍ଶନର ଉପହାର ଯୋଗେ ବୁମରାଙ୍କୁ ଏହି ପଦ ଦେଇଛନ୍ତି।

ଚେତନ ଶର୍ମାଙ୍କୁ ଅନୁଗାମୀ ଚୟନ ସମିତି ଆଇପିଏଲରେ ଅଧିନାୟକତ୍ୱ କରିସାରିଥିବା ରିଷଭ ପନ୍ତ ଓ ଶ୍ରେୟସ ଅୟରଙ୍କୁ ଅଣଦେଖା କରି ଯଶପ୍ରୀତ ବୁମରାଙ୍କୁ ଉପଅଧିନାୟକ କରିଛି। ରୋହିତଙ୍କ ଅନୁପସ୍ଥିତରେ ରାହୁଲ ଟିମର ଅଧିନାୟକତ୍ୱ ସମ୍ଭାଳିବେ।
ଚୟନ ସମିତିର ସୂତ୍ରକୁ ବିଶ୍ୱାସ କରିବାତ ତାଙ୍କ ଅନୁସାରେ ପନ୍ତ ଓ ଅୟରଙ୍କ ପାଇଁ ଏହା ସଂକେତକି ତାଙ୍କୁ ତିନୋଟି ଯାକ ଫର୍ମାଟରେ ଭଲ ପ୍ରଦର୍ଶନ କରିବାକୁ ହେବ। ବୁମରା ବର୍ଷ ୨୦୧୬ରୁ ଇଣ୍ଟରନେସନାଲରେ ପାଦ ଦେବା ପରଠୁ ତିନୋଟି ଯାକ ଫର୍ମାଟରେ ଭଲ ପ୍ରଦର୍ଶନ କରିଛନ୍ତି।
ବୁମରାଙ୍କୁ ଭଲ ପ୍ରଦର୍ଶନ ପାଇଁ ମିଳିଲା ପୁରସ୍କାର:ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇର ଜଣେ ସୂତ୍ର କହିଛନ୍ତିକି,”ଏହା ବାସ୍ତବରେ କେବଳ ଏଥରକ ପାଇଁ ଅଟେ କାରଣ ରୋହିତ ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ସହିତ ସିରିଜରେ ଅଧିନାୟକତ୍ୱ କରିବା ସମୟରେ ରାହୁଲ ଉପଅଧିନାୟକ ରହିବେ”। ସେ ଏହା ମଧ୍ୟ କହିଛନ୍ତି ବୁମରାଙ୍କ ଲଗାତର ଭଲ ପ୍ରଦର୍ଶନର ପୁରସ୍କାର ରୂପରେ ତାଙ୍କୁ ଏହି ପଦ ମିଳିଛି।
TEAM : KL Rahul (Capt), Shikhar Dhawan, Ruturaj Gaekwad, Virat Kohli, Surya Kumar Yadav, Shreyas Iyer, Venkatesh Iyer, Rishabh Pant (wk), Ishan Kishan (wk), Y Chahal, R Ashwin, W Sundar, J Bumrah (VC), Bhuvneshwar Kumar,Deepak Chahar, Prasidh Krishna, Shardul Thakur, Mohd. Siraj
— BCCI (@BCCI) December 31, 2021
ଯଶପ୍ରୀତ ବୁମରା ଜଣେ ବୁଦ୍ଧିମାନ ଖେଳାଳି ଅଟନ୍ତି:ଏମଏସକେ ପ୍ରସାଦ:ଚୟନ ସମିତିର ପୂର୍ଵ ଅଧ୍ୟକ୍ଷ ଏମଏସକେ ପ୍ରସାଦ କହିଛନ୍ତି ତାଙ୍କୁ କେବଳ ଗୋଟେ ସିରିଜ ପାଇଁ ଉପଅଧିନାୟକ କରାଯାଇଛି ତେଣୁ ଚୟନ ସମିତି ପାଇଁ ଏହା ସହଜ ଫଇସଲା ଥିଲା। ସେ ଏହା ମଧ୍ୟ କହିଛନ୍ତି ବୁମରା ଜଣେ ବୁଦ୍ଧିମାନ ଓ ଭଲ ଖେଳାଳି ଅଟନ୍ତି ତେଣୁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି। ସେ କହିଛନ୍ତି ମତେ ଏହା ପସନ୍ଦ କାରଣ ସେ ଲଗାତର ଭଲ ପ୍ରଦର୍ଶନ କରିଛନ୍ତି।
ସେ ଆଗକୁ କହିଛନ୍ତି ଯଦି ଅଧିନାୟକତ୍ୱ ପାଇଁ ରୋହିତ ଓ ରାହୁଲ ଦୁହେଁ ଉପସ୍ଥିତ ଥାନ୍ତେ ତେବେ ମଧ୍ୟ ଅଲଗା ନିର୍ଣ୍ଣୟ ନିଆଯାଇପାରିଥାନ୍ତା। ସେ କହିଛନ୍ତି,”ଆଇପିଏଲରେ ଅଧିନାୟକତ୍ୱ କରିବା ଓ ଇଣ୍ଟରନେସନାଲରେ ଅଧିନାୟକତ୍ୱ କରିବା ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ଆଇପିଏଲରେ ଗୋଟେ ଟିମରେ ୪-୫ ସୁପରଷ୍ଟାର ଖେଳାଳି ହୋଇପାରନ୍ତି।ଭାରତୀୟ ଟିମରେ ଆପଣଙ୍କ ପାଖରେ ୧୨-୧୩ ପ୍ରତିଭାଶାଳୀ ଖେଳାଳି ଅଛନ୍ତି। ଯିଏକି ସବୁଠୁ ବଡ଼ ସ୍ତରରେ ନିଜ ଦାୟୀତ୍ୱ ପାଳନ କରିପାରିବେ”।

ଅଳ୍ପ ଦିନ ତଳେ ଅଷ୍ଟ୍ରେଲିଆ ଟିମ ପେନ ଅଚାନକ ବିବାଦ ପାଇଁ ଅଧିନାୟକତ୍ୱ ଛାଡିଦେବା ପରେ ପ୍ରେସର ପ୍ୟାଟ କମିନ୍ସଙ୍କୁ ଅଧିନାୟକ କରାଯାଇଥିଲା। ତାଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ଆସେସ ସିରିଜର ସବୁ ମ୍ୟାଚ ଜିତିଯାଇଛି। ତିନୋଟି ଯାକ ମ୍ୟାଚ ଅଷ୍ଟ୍ରେଲିଆ ଜିତିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।