ଚଳିତ ଆଇପିଏଲ ସିଜନର ୩୪ତମ ମ୍ୟାଚ ମଧ୍ୟ ଶେଷ ହୋଇ ଯାଇଛି। ଏହି ମ୍ୟାଚଟି ମୁମ୍ବାଇର ୱାଙ୍ଖେଡ଼ ଷ୍ଟାଡିୟମରେ ଖେଳା ଯାଇଥିଲା ରାଜସ୍ଥାନ ରୟାଲସ ଏବଂ ଦିଲ୍ଲୀ କ୍ୟାପିଟାଲସ୍ ମଧ୍ୟରେ। ଏହି ମ୍ୟାଚକୁ ରାଜସ୍ଥାନ ରୟାଲସ ୧୫ ରନରେ ଜିତି ନେଇଛି। ଟସ ଜିତି ଦିଲ୍ଲୀ କ୍ୟାପିଟାଲସ୍ ଅଧିନାୟକ ଋଷଭ ପନ୍ତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇ ରାଜସ୍ଥାନ ନିଜର ଓପନିଙ୍ଗ ପାର୍ଟନର୍ସିପ୍ପ ଆରମ୍ଭ କରିଥଲା। ଜୋସ ଵଟଲର ଏବଂ ଦେବଦତ ପାଡିକଲ ସୁନ୍ଦର ବ୍ୟାଟିଂ ପ୍ରଦର୍ଶନ କରିଥିଲେ।

ଜୋସ ଵଟଲର ମାତ୍ର ୬୫ ବଲରୁ ୧୧୬ ରନ ସଂଗ୍ରହ କରି ଚଳିତ ଆଇପିଏଲରେ ନିଜର ଚତୁର୍ଥ ଶତକ ହାସଲ କରିଥିଲେ ଏବଂ ଏହାପରେ ମୁସ୍ତାଫିଜୁରଙ୍କ ବଲରେ ଆଉଟ ହୋଇଥିଲେ। ଏଥିରେ ତାଙ୍କର ୯ ଟି ଚୌକା ଏବଂ ୯ ଟି ଛକା ସାମିଲ ଥିଲା ଏବଂ ଷ୍ଟ୍ରାଇକ ରେଟ ରହିଥିଲା ୧୭୮.୪୬।
ଅନ୍ୟ ପକ୍ଷରେ ଦେବଦତ ପାଡିକଲ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିବା ପରେ ଖଲିଲ ଅହମ୍ମଦଙ୍କ ବଲରେ ଲେଗ ବାଏ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ସେ ୩୫ ବଲରୁ ୫୪ ରନ ସଂଗ୍ରହ କରିଥିଲେ। ଏହାପରେ ଅଧିନାୟକ ସଂଜୁ ସାମସନ ୧୯ ଟି ବଲରୁ ୪୬ ରନ ସଂଗ୍ରହ କରି ଦଳକୁ ୨୨୨ ରନର ବିଶାଳ ସ୍କୋରରେ ପହଞ୍ଚାଇ ଥିଲେ।

ଏହାର ଜବାବରେ ଦିଲ୍ଲୀ କ୍ୟାପିଟାଲସ୍ କୁ ନିର୍ଦ୍ଧାରିତ ୨୦ ଓଭର ମଧ୍ୟରେ ୨୨୩ ରନ ସଂଗ୍ରହ କରିବାର ଥିଲା। ଓପନର ପୃଥ୍ବୀ ସ୍ଵ ଏବଂ ଡେଭିଡ ୱାରନର ଭଲ ଆରମ୍ଭ କରିଥିଲେ ମଧ୍ୟ ୪୮ ରନରେ ଉଭୟ ନିଜ ୱିକେଟ ହରାଇଥିଲେ।
ପୃଥ୍ବୀ ସ୍ଵ ୨୭ ବଲରୁ ୩୭ ରନ ଏବଂ ଡେଭିଡ ୱାରନର ୧୪ ବଲରେ ୨୮ ରନ କରି ଆଉଟ ହୋଇଥିଲେ। ଏହାପରେ ସରଫରାଜ ଖାନ ମାତ୍ର ୧ ରନ କରି ଆଉଟ ହେବା ପାରର ଅଧିନାୟକ ଋଷଭ ପନ୍ତ ମାତ୍ର ୨୪ ବଲରୁ ୪୪ ରନ ସଂଗ୍ରହ କରିଥିଲେ। ପ୍ରସିଦ୍ଧ କ୍ରିଷ୍ନାଙ୍କ ବଲରେ ସେ ଆଉଟ ହେବା ପରେ ଲଳିତ ଯାଦବ ନିଜର ଉତ୍ତମ ପ୍ରଦର୍ଶନ ଦେଖାଇ ଥିଲେ। ଅନ୍ୟ କୌଣସି ଖେଳାଳି ନିଜର ଭଲ ପ୍ରଦର୍ଶନ ଦେଖାଇ ପାରି ନଥିଲେ।

ଲଳିତ ୟାଦବ ଶେଷ ପର୍ଯ୍ୟନ୍ତ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ପ୍ରସିଦ୍ଧ କ୍ରିଷ୍ନାଙ୍କ ବଲରେ ଆଉଟ ହୋଇ ଯାଇଥିଲେ। ରୋବମେନ ପାୱେଲ ଧୁଆଁଧାର ବ୍ୟାଟିଂ କରିଥିଲେ ମଧ୍ୟ ପ୍ରସିଦ୍ଧ କୃଷ୍ନାଙ୍କ ମେଡେନ ଓଭର ଦିଲ୍ଲୀ ପାଇଁ ପରାଜୟର ଦ୍ୱାର ଦେଖାଇ ଦେଇଥିଲା। ଅନ୍ତିମ ଓଭରରର ୩୬ ରନ ଦରକାର ଥିବା ବେଳେ ରୋଭମନ ପାୱେଲଙ୍କ ଲଗାତାର ୩ ଟି ଛକା ଖେଳକୁ ରୋମାଞ୍ଚକର କରି ଦେଇଥିଲା। ତୃତୀୟ ବଲରେ ନୋ ବଲର ଦ୍ଵନ୍ଦ ଉପୁଜିଥିବା ଯୋଗୁଁ ଖେଳ କିଛି ସମୟ ବନ୍ଦ ରହିଥିଲା।

ଫଳରେ ପରବର୍ତ୍ତୀ ବଲରେ ଦିଲ୍ଲୀ ଆବଶ୍ୟକ ରନ ସଂଗ୍ରହ କରି ନ ପାରି ୨୦୭ ରନରେ ହିଁ ପାରି ଶେଷ କରିଥିଲା। ଯାହାଦ୍ୱାରା ରାଜସ୍ଥାନ ଏହି ମ୍ୟାଚକୁ ୧୫ ରନରେ ଜିତି ନେଇଥିଲା। ଏହି ମ୍ୟାଚରେ ପ୍ରସିଦ୍ଧ କ୍ରିଷ୍ନା ୩ ଟି ୱିକେଟ ଅକ୍ତିଆର କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ ୨ ଟି ୱିକେଟ ନେଇଥିଲେ।
That's that from Match 34. @rajasthanroyals take this home by a 15-run win.
Scorecard – https://t.co/IOIoa87Os8 #DCvRR #TATAIPL pic.twitter.com/D2JXBfMTSp
— IndianPremierLeague (@IPL) April 22, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।