ଇଂଲଣ୍ଡରେ ବୁମରାଙ୍କ ଦମଦାର ବ୍ୟାଟିଂ। ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ପ୍ରଥମ ପାରିରେ କରିଛି ୪୧୬ ରନ। ପନ୍ତ ଏବଂ ଜାଡେଜା ଲଗାଇଲେ ଶତକ। ପରେ ବୁମରା ୧୬ ବଲରେ ୩୧ ବନାଇଥିଲେ। ସେ ବ୍ରଡଙ୍କ ଗୋଟିଏ ଓଭରରେ କରିଥିଲେ ୩୫ ରନ। ଟେଷ୍ଟ କ୍ରିକେଟରେ ଏହା ସବୁଠୁ ବଡ଼ ଓଭର। ବୁମରା ୨ଟି ଛକା ଓ ୪ଟି ଚୌକା ଲଗାଇଥିଲେ।
ଏହା ପୂର୍ବରୁ ବ୍ରାଏନ ଲାରା ୨୦୦୨ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆର ପିଟରସନଙ୍କ ଓଭରରେ ବାହାର କରିଥିଲେ ୨୮ ରନ। ୨୦୨୦ ରେ କେଶବ ମହାରାଜ ଜୋ ରୁଟଙ୍କ ଓଭରରେ ୨୮ ରନ କରିଥିଲେ।
BOOM BOOM BUMRAH IS ON FIRE WITH THE BAT 🔥🔥
3️⃣5️⃣ runs came from that Broad over 👉🏼 The most expensive over in the history of Test cricket 🤯
Tune in to Sony Six (ENG), Sony Ten 3 (HIN) & Sony Ten 4 (TAM/TEL) – https://t.co/tsfQJW6cGi#ENGvINDLIVEonSonySportsNetwork #ENGvIND pic.twitter.com/Hm1M2O8wM1
— Sony Sports Network (@SonySportsNetwk) July 2, 2022
ଟେଷ୍ଟ କ୍ରିକେଟର ଇତିହାସରେ ଏହା ପ୍ରଥମ ଥର ଗୋଟିଏ ଓଭରରେ ୩୦ ରନ କିମ୍ବା ତା ଠୁ ଅଧିକ ହେଲା। ତେବେ ବୁମରା ଏହି ଟେଷ୍ଟ ମ୍ୟାଚ ପାଇଁ ବନିଛନ୍ତି ଭାରତୀୟ ଦଳର କ୍ୟାପଟେନ। ଭାରତୀୟ ଦଳ ୨-୧ରେ ସିରିଜରେ ଆଗୁଆ ଅଛି। କୋହଲିଙ୍କ କ୍ୟାପଟେନସିରେ ଭାରତୀୟ ଦଳ ଏହି ଆଗୁଆ ହୋଇଥିଲା। ସିରିଜ ଜିତିବା ପାଇଁ ଭାରତକୁ ଏହି ଟେଷ୍ଟ ଜିତିବାକୁ ହେବ କିଂବା ଡ୍ର କରିବାକୁ ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।