କ୍ୟାପଟେନସିର ବିଦାୟକାଳୀନ ମ୍ୟାଚ ଖେଳିବା ପାଇଁ ମନା କଲେ ବିରାଟ କୋହଲି: ରିପୋର୍ଟ!

ବ୍ୟରୋ ରିପୋର୍ଟ: ଆପଣ ତ ପ୍ରାୟ ଏହା ଜାଣିଥିବେ କି କୋହଲି ଟି-୨୦ ବିଶ୍ୱକପ ପରେ ଟି-୨୦ ରୁ କ୍ୟାପଟେନସି ଛାଡିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ପରେ ପରେ ଭଲ ରେକର୍ଡ ଥାଇ ବି ODI ରୁ ମଧ୍ୟ ତାଙ୍କୁ କ୍ୟାପଟେନ ପଦରୁ ହଟାଯାଇଥିଲା। ହେଲେ ସାଉଥ ଆଫ୍ରିକା ବିପକ୍ଷରେ ଟିମ ଇଣ୍ଡିଆର ପରାଜୟ ପରେ କ୍ୟାପଟେନ କୋହଲି ଅଚାନକ ଭାବରେ ଟେଷ୍ଟ କ୍ରିକେଟରୁ ବି କ୍ୟାପଟେନସି ଛାଡି ଦେଇଥିଲେ।

Google

ଟିମ ଇଣ୍ଡିଆର ସବୁଠୁ ସଫଳ କ୍ୟାପଟେନ ମଧ୍ୟରେ ଜଣେ ହେଉଛନ୍ତି ବିରାଟ କୋହଲି। ସେ ନିଜ କ୍ୟାପଟେନସି ବଳରେ ଦେଶ ବାହାରେ ମଧ୍ୟ ସିରିଜ ଜିତିବାର ରେକର୍ଡ ନିଜ ନାମରେ ଦାଖଲ କରିଥିଲେ। ହିନ୍ଦୁସ୍ତାନ ଟାଇମସ ଅନୁସାରେ BCCI କୋହଲିଙ୍କୁ ବିଦାୟକାଳୀନ ମ୍ୟାଚ କ୍ୟାପଟେନ ଭାବରେ ଖେଳିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ କ୍ୟାପଟେନ ଥିବା କୋହଲି ଏହି ମ୍ୟାଚ ଖେଳିବାକୁ ମନା କରିଥିଲେ। ଗୋଟିଏ ମ୍ୟାଚରେ କିଛି ଫରକ ପଡିବନି ବୋଲି କହିଥିଲେ। କୋହଲି ନିଜର ୧୦୦ ତମ ଟେଷ୍ଟ ବାଙ୍ଗାଲୋରରେ ଖେଳିପାରନ୍ତି।

ବିରାଟ କୋହଲି ଭାରତୀୟ କ୍ରିକେଟ ଟିମର ଜଣେ ସଫଳ କ୍ୟାପଟେନ ବୋଲି ଜୟ ସାହା କରିଛନ୍ତି। କ୍ୟାପଟେନ ଭାବରେ ତାଙ୍କ ରେକର୍ଡ ଏବଂ ଯୋଗଦାନ ଅନ୍ୟ କେଉଁ ଅଧିନାୟକ ଙ୍କ ଠୁ କମ ନୁହେଁ। ୪୦ଟି ଟେଷ୍ଟ ଭାରତ ତାଙ୍କ କ୍ୟାପଟେନସିରେ ବିଜୟ ଲାଭ କରିଛି। ଚମତ୍କାର ଭାବରେ ସେ ଦଳର କ୍ୟାପଟେନସି କରିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ କି କୋହଲିଙ୍କ ଭବିଷ୍ୟତ ପାଇଁ ଆମେ ଶୁଭ କାମନା ଜଣାଉଛୁ। ଆଶା ଯେ ସେ ଭାରତୀୟ ଦଳରେ ତାଙ୍କର ଯୋଗଦାନ ଜାରି ରଖିବେ ।

BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରିଛନ୍ତି କି କ୍ୟାପଟେନ ଭାବରେ କୋହଲିଙ୍କ ଅପାର ଯୋଗଦାନ ନିମନ୍ତେ ବ୍ୟକ୍ତିଗତ ପାଇଁ କୃତଜ୍ଞତା ଜଣାଉଛି। ସବୁ ଫର୍ମାଟରେ ତାଙ୍କ କ୍ୟାପଟେନସିରେ ଟିମ ଇଣ୍ଡିଆ ଦ୍ରୁତ ପ୍ରଗତି ହାସଲ କରିଛି। ତାଙ୍କର ଏହି ଫଇସଲାକୁ BCCI ସମ୍ମାନ କରୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *