BCCI ପକ୍ଷରୁ ଆସିଲା ବୟାନ! କଣ ପାଇଁ କୋହଲିଙ୍କୁ ଦିନିକିଆ କ୍ୟାପଟେନସିରୁ ବାହାର କରାଗଲା? ଦେଖନ୍ତୁ ସ୍ପେଶାଲ ରିପୋର୍ଟ

ବିରାଟ କୋହଲିଙ୍କୁ ଏକଦିବସିୟ ଅଧିନାୟକ ପଦରୁ ବାହାର କରିବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଟ୍ୱିଟ କରିଛି। ଏହି ଟ୍ୱିଟ ବିରାଟଙ୍କ ଅଧିନାୟକ ପଦ ଯିବାର ପ୍ରାୟ କେତେ ଘଣ୍ଟା ପରେ ଆସିଛି। ଯେଉଁଥିରେ ବିରାଟଙ୍କ ଏକଦିବସିୟ ରେକର୍ଡ଼କୁ ଦର୍ଶାଯାଇ ତାଙ୍କୁ ଧନ୍ୟବାଦ ଜଣାଯାଇଛି। ବିସିସିଆଇ ବୁଧବାରକୁ ଦକ୍ଷିଣ ଆଫ୍ରିଆ ଗ୍ରସ୍ତ ପାଇଁ ଏକଦିବସିୟ ସିରିଜ ପାଇଁ ୧୮ ଜଣିଆ ଭାରତୀୟ ଟିମର ଘୋଷଣା କରିଥିଲା ଏହା ସହିତ ବିରାଟ କୋହଲିଙ୍କୁ ଏକଦିବସିୟ ଅଧିନାୟକ ପଦରୁ ହଟାଇବାର ନିଷ୍ପତି ମଧ୍ୟ ନେଇଥିଲେ। ଏହା ସହ ବିସିସିଆଇ ଏହି ଅଧିନାୟକ ପଦ ରୋହିତ ଶର୍ମାଙ୍କୁ ଦେଇଛି। ଏହା ସହ ରାହାଣେଙ୍କୁ ଟେଷ୍ଟର ଉପଅଧିନାୟକ ପଦରୁ ବାହାର କରି ଏହି ପଦ ମଧ୍ୟ ରୋହିତ ଶର୍ମାଙ୍କୁ ଦିଆଯାଇଛି।

Google

ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ପରେ ବିସିସିଆଇ ଏକ ଟ୍ୱିଟ କରିଥିଲା। ଟ୍ୱିଟରେ ଲେଖାଯାଇଥିଲା,”ଅଖିଳ ଭାରତୀୟ ଚୟନ ସମିତି ରୋହିତ ଶର୍ମାଙ୍କୁ ଏକଦିବସିୟ ଓ ଟି-୨୦ ଅଧିନାୟକ ପଦରେ ନିଯୁକ୍ତି ନେଇ ନିସ୍ପତି ନେଇଛି”।

ବିସିସିଆଇ ବିରାଟଙ୍କୁ ଅଧିନାୟକ ପଦରୁ ବାହାରକରିବାର ଏକ ଦିନ ପରେ ଆଉ ଏକ ଟ୍ୱିଟ କରି କୋହଲିଙ୍କୁ ଧନ୍ୟବାଦ ଜଣାଇଛନ୍ତି। କୋହଲିଙ୍କ ରେକର୍ଡକୁ ସେୟାର କରି ବିସିସିଆଇ ଲେଖିଛି,”ଜଣେ ନେତା ଯିଏକି ଧର୍ଯ୍ୟ , ସାହସ ଓ ଦୃଢ ସଂକଳ୍ପ ସହିତ ଟିମର ନେତୃତ୍ୱ କରିଛନ୍ତି, ଧନ୍ୟବାଦ ଅଧିନାୟକ ବିରାଟ କୋହଲି”।

ଏହି ଫଇସଲାର ଏକ ଦିନ ପରେ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କୋହଲିଙ୍କୁ ଅଧିନାୟକ ପଦରୁ ବାହାର କରିବାର କାରଣ କହିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ସହିତ କଥା ହୋଇ ଗାଙ୍ଗୁଲି କହିଛନ୍ତି କୋହଲି ନିଜେ ଟି-୨୦ ଇଣ୍ଟରନେସନାଲର ଅଧିନାୟକ ପଦ ଛାଡିବାର ଘୋଷଣା କରିଥିଲେ। ତେଣୁ ବୋର୍ଡ ସୀମିତ ଓଭର ଫର୍ମାଟ ପାଇଁ ଦୁଇଟି ଅଲଗା ଅଲଗା ଅଧିନାୟକ ରଖିବା ଠିକ ଭାବିନାହିଁ। ଗାଙ୍ଗୁଲି କହିଛନ୍ତି,”ଏହା ଏକ କଲ ଅଟେ ଯାହାକୁ ବିସିସିଆଇ ଓ ଚୟନ ସମିତି ଏକା ସାଥିରେ ନେଇଛନ୍ତି”।

ସେ କହିଛନ୍ତି,”ବିସିସିଆଇ କୋହଲିଙ୍କୁ ଟି-୨୦ର ଅଧିନାୟକ ପଦ ନଛାଡିବା ପାଇଁ ଅନୁରୋଧ କରିଥିଲା। କିନ୍ତୁ ସେ ରାଜି ନହୋଇ ଛାଡିଦେଇଥିଲେ ଯାହା ପରେ ଚୟନ ସମିତି ସୀମିତ ଓଭର ଫର୍ମାଟ ପାଇଁ ଦୁଇଟି ଅଲଗା ଅଲଗା ଅଧିନାୟକ ରଖିବା ପାଇଁ ଉଚିତ ଭାବିଲା ନାହିଁ”। ଗାଙ୍ଗୁଲି ଆଗକୁ କହିଛନ୍ତି ସେ ବ୍ୟକ୍ତିଗତ ଭାବରେ ଚୟନକର୍ତାଙ୍କ ଅଧ୍ୟକ୍ଷଙ୍କ ସହିତ ବିରାଟ କୋହଲିଙ୍କ ସହ କଥା ହୋଇଛନ୍ତି। ଏଥିପାଇଁ ଏହି ନିର୍ଣ୍ଣୟ ନିଆଗଲା କି କୋହଲି କେବଳ ଟେଷ୍ଟ ମ୍ୟାଚରେ ଅଧିନାୟକତ୍ୱ କରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *